Advertisment

ଗୋଟିଏ ସିରିଞ୍ଜରେ ୩୦ ଜଣ ଛାତ୍ରଙ୍କୁ କରୋନା ଟିକା ଦେଲେ ଏ ବାବୁ, ପଚାରିବାରୁ କହିଲେ- “ମୋର ଭୁଲ୍‌ କ’ଣ”

ଟିକାକରଣ ବେଳେ ଗୋଟିଏ ସିରିଞ୍ଜରେ ୩୦ ଜଣଙ୍କୁ କରୋନା ଭ୍ୟାକ୍ସିନ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ କିଛି ଅଭିଭାବକ ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
30 Students Vaccinated With 1 Syringe In Madhya Pradesh

30 Students Vaccinated With 1 Syringe In Madhya Pradesh

Advertisment

ଗୋଟିଏ ସିରିଞ୍ଜରେ ୩୦ ଜଣଙ୍କୁ ଦିଆଗଲା କରୋନା ଟିକା। ମଧ୍ୟପ୍ରଦେଶ ସାଗରରେ ଏକ ପ୍ରାଇଭେଟ୍‌ ସ୍କୁଲ୍‌ରେ କରୋନା ଟିକାକରଣରେ ଚରମ ଅବହେଳା ଘଟଣା ସାମ୍ନାକୁ ଆସିଛି। ଟିକାକରଣ ବେଳେ ଗୋଟିଏ ସିରିଞ୍ଜରେ ୩୦ ଜଣଙ୍କୁ କରୋନା ଭ୍ୟାକ୍ସିନ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ କିଛି ଅଭିଭାବକ ଅଭିଯୋଗ ଆଣିଛନ୍ତି। ସାଗର ସହରରେ ଥିବା ଜୈନ ପବ୍ଲିକ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ କୋଭିଡ୍‌ ଭ୍ୟାକ୍ସିନେସନ୍‌ କ୍ୟାମ୍ପ ବେଳେ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି।

Advertisment

ଟିକା ଦେଉଥିବା ଜିତେନ୍ଦ୍ର ନାମକ ବ୍ୟକ୍ତି ଜଣକ ଦାବି କରିଛନ୍ତି, ‘ଟିକା ଦେବା ଲାଗି ଅଧିକାରୀଙ୍କ ପକ୍ଷରୁ ମାତ୍ର ଗୋଟିଏ ହିଁ ସିରିଞ୍ଜ ପଠା ଯାଇଥିଲା। ଏହାସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଟିକାକରଣ ଲାଗି ବିଭାଗ ମୁଖ୍ୟ ନିର୍ଦ୍ଦେଶ ଦେଇଥିଲେ। ହେଲେ କିଏ ତାଙ୍କୁ ଏଭଳି ନିର୍ଦ୍ଦେଶ ଦେଇଥିଲେ, ତାଙ୍କ ନାଁ ସେ ଜାଣି ନଥିବା ଜିତେନ୍ଦ୍ର କହିଛନ୍ତି। ଏକ ଭିଡିଓରେ ଜିତେନ୍ଦ୍ର ଏଭଳି କହୁଥିବା ଦେଖିବକୁ ମିଳିଛି।

ଗୋଟିଏ ସିରିଞ୍ଜ ଜଣଙ୍କ ବ୍ୟତୀତ ଅଧିକ ଲୋକଙ୍କୁ ବ୍ୟବହାର କରାଯାଇନଥାଏ। ଏସମ୍ପର୍କରେ ଜାଣିଛନ୍ତି କି ନାହିଁ ଏକ ପ୍ରଶ୍ନର ଉତ୍ତରରେ ଜିତେନ୍ଦ୍ର କହିଛନ୍ତି, ‘ମୋତେ ଏସବୁ ଜଣା। ଏଥିପାଇଁ ମୁଁ ତାଙ୍କୁ(ଅଧିକାରୀ) ପଚାରିଥିଲି ଯେ, ମୋତେ କ’ଣ ଗୋଟିଏ ସିରିଞ୍ଜ ବ୍ୟବହାର କରିବାକୁ ପଡ଼ିବ ? ଉତ୍ତରରେ ସେ ‘ହଁ’ ମଧ୍ୟ କହିଥିଲେ। ଏହାପରେ ମୋର ଆଉ କ’ଣ ଆଉ ଭୁଲ୍‌ ରହିଲା ? ମୁଁ ତାହା କରିଥିଲି, ଯାହା ମୋତେ କୁହାଯାଇଥିଲା।’

Advertisment

ଘଟଣାକୁ ନେଇ ଏଭଳି ସାଂଘାତିକ ଅଭିଯୋଗ ଆସିବା ପରେ ଦାୟିତ୍ୱରେ ଥିବା ଜିଲ୍ଲାପାଳ କ୍ଷିତିଜ ସିଂଘଲ ଏନେଇ ତୁରନ୍ତ ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେପଟେ ଘଟଣାକୁ ନେଇ ଅବହେଳା ଅଭିଯୋଗରେ ସାଗର ଜିଲ୍ଲା ପ୍ରଶାସନ ଜିତେନ୍ଦ୍ରଙ୍କ ବିରୋଧରେ FIR ରୁଜୁ କରିଛନ୍ତି। ଏହାସହ ଜିଲ୍ଲା ଟିକାକରଣ ଅଧିକାରୀ ଡଃ ରାକେଶ ରୋଶନଙ୍କ ବିରୋଧରେ ବିଭାଭୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

Advertisment
COVID19 Vaccination COVID Vaccination
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ