ପୁଣି ତିନି ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ । ଜମ୍ମୁ କଶ୍ମୀର ପହଲଗାମ୍ର ଅନନ୍ତନାଗ ଜିଲ୍ଲାରେ ୩ ହିଜବୁଲ ଆତଙ୍କୀଙ୍କୁ ଏନ୍କାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । କୁହାଯାଉଛି କି ଅମରନାଥ ଯାତ୍ରାରେ ବାଧା ଆଣିବା ପାଇଁ ଏମାନେ ମାଷ୍ଟର ପ୍ଲାନ ଚଳାଇଥିଲେ । ଆତଙ୍କବାଦୀଙ୍କୁ ମାରି ଗଳାଇବା ପୋଲିସଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି ।
କାଶ୍ମୀର ପୋଲିସଙ୍କ କହିବାନୁଯାୟୀ ଆଜି ନିପାତ ହୋଇଥିବା ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଅଶରଫ ମୌଲବୀ ଦୀର୍ଘ ଦିନ ଧରି ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ପାଇଁ କାମ କରୁଥିଲେ । ପହଲଗାମ ଠାରେ ଅଶରଫଙ୍କ ସମେତ ମୋଟ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।
Also Read
ବଟକୁଟ ଜଙ୍ଗଲରେ ଅଶରଫ ଲୁଚିଥିବା ଖବର ପାଇବା ପରେ ପୁଲିସ ଓ ସେନାର ୧୯ ଆରଆର ସଂଯୁକ୍ତ ଟିମ୍ ବଟକୁଟ ଜଙ୍ଗଲକୁ ଘେରିଯାଇ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଏହା ଜାଣିବା ପରେ ଅଶରଫ ଓ ତାର ସହଯୋଗୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ପୋଲିସର ପାଲଟା ଗୁଳିରେ ଅଶରଫ ସମେତ ଅନ୍ୟ ୨ ଆତଙ୍କବାଦୀ ନିହତ ହୋଇଥିଲେ ।
ଏହି ଆତଙ୍କବାଦୀମାନେ ଅମରନାଥ ଯାତ୍ରାକୁ ଟାର୍ଗେଟ କରିଥିବାର ଶୁଣିବାକୁ ମିଳିଛି । ଯାହାକୁ ସୁରକ୍ଷାକର୍ମୀମାନେ ବିଫଳ କରିବାରେ ସମର୍ଥ ହୋଇଛନ୍ତି । ସୂଚନା ମୁତବାକ, ମହାମାରୀ କରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ଆସନ୍ତା ଜୁନ୍ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିରେ ସାରା ଦେଶର ପାଞ୍ଚ ଲକ୍ଷରୁ ବି ଅଧି ଯାତ୍ରୀ ଭାଗ ନେବେ।