Advertisment

କଶ୍ମୀରରେ ସେନା ଗାଡ଼ିକୁ ଆତଙ୍କୀଙ୍କ ଗୁଳିମାଡ଼; ୩ ଯବାନ ସହିଦ

ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଘେରି ଗୁଳିମାଡ଼ କଲେ ଆତଙ୍କବାଦୀ । ଆକ୍ରମଣରେ ଆଉ ୩ ଯବାନ ଗୁରୁତର ଆହତ ସୂଚନା ମିଳିଛି ।

Terrorist Attack in Kashmir

Terrorist Attack in Kashmir

Advertisment

କାଶ୍ମୀରରେ ପୁଣି ଆତଙ୍କୀ ହମଲା । କଶ୍ମୀର ରଜୌରୀରେ ଆତଙ୍କବାଦୀ ହମଲାରେ ୩ ଯବାନ ସହିଦ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଘେରି ଗୁଳିମାଡ଼ କଲେ ଆତଙ୍କବାଦୀ । ଆକ୍ରମଣରେ ଆଉ ୩ ଯବାନ ଗୁରୁତର ଆହତ ସୂଚନା ମିଳିଛି । ଆମ୍ବୁସ ଲଗାଇ ସେନା ଗାଡ଼ିକୁ ଆକ୍ରମଣ କଲେ ଆତଙ୍କୀ ।

Advertisment

ଆର୍ମିର ସୂଚନାନୁଯାୟୀ ଏହି ଆକ୍ରମଣରେ ୩ ଯବାନ ପ୍ରାଣ ହରାଇଥିବା ବେଳେ ଆଉ ତିନିଜଣ ଆହତ ହୋଇଛନ୍ତି । ଦିନ ୩.୪୫ ମିନିଟ୍‌ରେ ଆତଙ୍କବାଦୀ ଯବାନଙ୍କ ଗାଡ଼ି ଉପରେ ଗୁଳିଚାଳନା କରିଥିଲେ ।

ବୁଧବାର ପୁଞ୍ଚରେ ଥିବା ଗୋଟିଏ ପୋଲିସ୍‌ ୟୁନିଟର କ୍ୟାମ୍ପସ ଭିତରେ ବିସ୍ଫୋରଣ କରାଯାଇଥିଲା । ଏଥିରେ କେହି ମୃତାହତ ହୋଇ ନଥିଲେ ହେଁ ପାର୍କିଂ ହୋଇଥିବା ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା । ଏହାର ତଦନ୍ତ ଚାଲିଥିବା ବେଳେ ଏବେ ଆତଙ୍କବାଦୀଙ୍କ ଆମ୍ବୁସ ଖବର ସାମ୍ନାକୁ ଆସିଛି ।

Advertisment
Kashmir Terrorist Attack Jawan Martyred
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ