Advertisment

ଟ୍ରାକ ସଜାଡ଼ୁଥିଲେ, ହଠାତ ମାଡି ଆସିଲା ଟ୍ରେନ ! ଚାଲିଗଲା ୩ ଜୀବନ

ବରିଷ୍ଠ ରେଳ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ପୀଡିତଙ୍କ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୫୫ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି।

ଅଦ୍ୟତନ ହୋଇଛି
Train Accident

Train Accident

Advertisment

୩ ରେଳ କର୍ମଚାରୀଙ୍କ ଉପରେ ମାଡିଗଲା ଲୋକାଲ ଟ୍ରେନ। ମୁମ୍ୱାଇରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଟ୍ରାକରେ କାମ ଚାଲିଥିବା ବେଲେ ସେମାନେ ସେଠାରେ ଉପସ୍ଥିତ ଥିଲେ। ହଠାତ ଟ୍ରେନଟି ମାଡି ଯାଇଥିଲା। ମୃତ କର୍ମଚାରୀ ଭାୟାଣ୍ଡର ମୁଖ୍ୟ ସିଗନାଲିଂ ଇନ୍ସପେକ୍ଟର ବାସୁ ମିତ୍ର, ଇଲେକଟ୍ରିକାଲ ସିଗନାଲିଂ ମେଣ୍ଟେନର ସୋମନାଥ ଉତ୍ତମ ଲମ୍ବୁଟ୍ରେ ଓ ହେଲପର ସଚିନ୍ ୱାନଖଡେ। ଏନେଇ ପଶ୍ଚିମ ରେଳବାଇ ପକ୍ଷରୁ ସୂଚନା ମିଳିଛି । ସମସ୍ତେ ମୁମ୍ବାଇ ଡିଭିଜନ ସିଗନାଲ୍ ବିଭାଗରେ କାର୍ଯ୍ୟରତ ଥିଲେ।

Advertisment

ପଶ୍ଚିମ ରେଳବାଇ ଏକ ବିବୃତ୍ତିରେ କହିଛି, “ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସିଗନାଲ୍ ପଏଣ୍ଟରେ ସମସ୍ୟା ଦେଖାଦେଇଥିଲା। ସେଠାରେ ସମସ୍ୟାର ଅନୁଧ୍ୟାନ କରିବାକୁ ଯାଇଥିଲେ ୩କର୍ମଚାରୀ। ହଠାତ ୪୯/୧୮କିଲୋମିଟରରେ ୟୁପି ଡାଉନ ଲାଇନରେ ଭାସାଇ ରୋଡ୍ ଏବଂ ନାଇଗାଓନ୍ ମଧ୍ୟରେ ଯାଉଥିବା ଏକ ଲୋକାଲ ଟ୍ରେନ୍ ସେମାନଙ୍କ ଉପକରେ ମାଡି ଯାଇଥିଲା। ଗତକାଲି ରାତି ପ୍ରାୟ ୯ଟା ୫୫ରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା।

ବିଭାଗୀୟ ରେଳ ପରିଚାଳକ ଏବଂ ଅନ୍ୟ ବରିଷ୍ଠ ରେଳ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ପୀଡିତଙ୍କ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୫୫ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ସମସ୍ତ ସହାୟତା ରାଶି ଆଗାମୀ ୧୫ଦିନ ମଧ୍ୟରେ ପରିବାର ଲୋକଙ୍କୁ ପ୍ରଦାନ କରାଯିବ। ସଚିନ୍ ୱାନକେଡେ ଏବଂ ସୋମନାଥଙ୍କ ପରିବାର ସଦସ୍ୟଙ୍କୁ ୪୦ଲକ୍ଷ ଓ ବାସୁ ମିତ୍ରଙ୍କ ପରିବାର ଲୋକଙ୍କୁ ୧.୨୪କୋଟି ସହାୟତା ମିଳିବ। ତେବେ ଦୁର୍ଘଟଣା କିପରି ଘଟିଲା ସେନେଇ ତଦନ୍ତ କରୁଛି ରେଳ ବିଭାଗ।

Advertisment
Train Accident Mumbai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ