Advertisment

ବସ୍‌ ଦୁର୍ଘଟଣାରେ ୩ କଂଗ୍ରେସ କର୍ମୀ ମୃତ

ବସ୍‌ ଦୁର୍ଘଟଣାରେ ୩ ଜଣ କଂଗ୍ରେସ କର୍ମୀଙ୍କ ମୃତ୍ୟୁ ଘଟିଛି। ପଞ୍ଜାବର ମୋଗା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
ବସ୍‌ ଦୁର୍ଘଟଣାରେ ୩ କଂଗ୍ରେସ କର୍ମୀ ମୃତ

accident

Advertisment

ନୂଆଦିଲ୍ଲୀ: ବସ୍‌ ଦୁର୍ଘଟଣାରେ ୩ ଜଣ କଂଗ୍ରେସ କର୍ମୀଙ୍କ ମୃତ୍ୟୁ ଘଟିଛି। ପଞ୍ଜାବର ମୋଗା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।  ନୂତନ ଭାବେ ନିଯୁକ୍ତି ପାଇଥିବା ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂ ସିଦ୍ଧୁଙ୍କ ଶପଥ ପାଠ ଉତ୍ସବରେ ଯୋଗଦେବା ଲାଗି ଏହି କଂଗ୍ରେସ କର୍ମୀ ଚଣ୍ଡୀଗଡ଼ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ପାଖାପାଖି ୬୦ ଜଣ ଆହତ ହୋଇଛନ୍ତି। 

Advertisment

ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟ୍ୱିଟ୍‌ କରି ସେ କହିଛନ୍ତି, ‘ଦୁର୍ଘଟଣାରେ ୩ ଜଣ କଂଗ୍ରେସ କର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ ଓ ଅଧିକାଂଶ ଆହତ ହୋଇଛନ୍ତି। ଆହତଙ୍କ ଚିକିତ୍ସା ଲାଗି ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି।’

Advertisment

Ziraରୁ କଂଗ୍ରେସ କର୍ମୀଙ୍କୁ ନେଇ ଚଣ୍ଡୀଗଡ଼ ଅଭିମୁଖେ ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଅନ୍ୟ ଏକ ବସ୍‌କୁ ଧକ୍କା ଦେଇଥିଲା। ଆଜି ସକାଳ ୮ଟାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟରା ଘଟିଛି। ଦୁର୍ଘଟଣାରେ ପାଖାପାଖି ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। 

Advertisment

ସୂଚନାଥାଉ କି, ଆଜି ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ନବଜୋତ୍‌ ସିଂ ସିଦ୍ଧୁ ଶପଥ ନେବେ। 

Congress Bus Accident Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ