Advertisment

୨୩୦ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ

ଗତ ୩ ଦିନ ମଧ୍ୟରେ ମୁମ୍ବାଇରେ ବିଭିନ୍ନ ହସ୍ପିଟାଲ୍‌ରୁ ୨୩୦ ଜଣ ରେସିଡେଣ୍ଟ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
230 Resident Doctors Test Positive

230 Resident Doctors Test Positive

Advertisment

ମୁମ୍ବାଇ: ଗତ ୩ ଦିନ ମଧ୍ୟରେ ମୁମ୍ବାଇରେ ବିଭିନ୍ନ ହସ୍ପିଟାଲ୍‌ରୁ ୨୩୦ ଜଣ ରେସିଡେଣ୍ଟ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁସାରେ, ବିଭିନ୍ନ ହସ୍ପିଟାଲ୍‌ରୁ ମୋଟ୍‌ ୨୩୦ ରେସିଡେଣ୍ଟ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ନେଇ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏତଦ୍‌ବ୍ୟତୀତ, କିଙ୍ଗ୍‌ ଏଡ୍‌ୱାର୍ଡ ମେମୋରିଆଲ୍‌ ହସ୍ପିଟାଲ୍‌ରେ ୬୦ ଜଣ ରେସିଡେଣ୍ଟ୍‌ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ, ଲୋକମାନ୍ୟ ତିଲକ ମ୍ୟୁନିସିପାଲ୍ ଜେନେରାଲ୍‌ ହସ୍ପିଟାଲ୍‌ରେ ୮୦ ଜଣ, ଆର୍‌. ଏନ୍‌ କୁପର୍‌ ହସ୍ପିଟାଲ୍‌ରେ ୭ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। BMC(Brihanmumbai Municipal Corporation) ପକ୍ଷରୁ ଏହି ୩ ହସ୍ପିଟାଲ୍‌ ପରିଚାଳିତ ହେଉଛି। 

ସେହିପରି ଥାନେ ସିଟିରେ ଥିବା ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲ୍‌ରେ ୮ ଜଣ ରେସିଡେଣ୍ଟ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ମହାରାଷ୍ଟ୍ରରେ ୨୬,୫୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ମୁମ୍ବାଇରୁ କେବଳ ୧୫,୧୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। 

Advertisment
Mumbai COVID19 Doctors Test Corona Positive
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ