Advertisment

ଡବଲ ଡୋଜ୍‌ ନେବା ପରେ ବି ୨୯ ଡାକ୍ତରୀ ଛାତ୍ରଛାତ୍ରୀ କରୋନାରେ ହେଲେ ଆକ୍ରାନ୍ତ

କରୋନା କମିବାରେ ନା ନେଉନାହିଁ। ଭ୍ୟାକ୍ସିନ ନେବା ପରେ ମଧ୍ୟ ଅନେକ ପୁଣି ଥରେ କରୋନାର ଆକ୍ରାନ୍ତ ହେଉଛନ୍ତି। ମୁମ୍ବାଇରେ ଏକଥରେ ୨୭ ଜଣ ମେଡିକାଲ ପାଠପଢ଼ୁଥିବା ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହେବା ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢିଛି

corona virus

corona virus

Advertisment

ମୁମ୍ବାଇ: କରୋନା କମିବାରେ ନା ନେଉନାହିଁ। ଭ୍ୟାକ୍ସିନ ନେବା ପରେ ମଧ୍ୟ ଅନେକ ପୁଣି ଥରେ କରୋନାର ଆକ୍ରାନ୍ତ ହେଉଛନ୍ତି। ମୁମ୍ବାଇରେ ଏକଥରେ ୨୭ ଜଣ ମେଡିକାଲ ପାଠପଢ଼ୁଥିବା ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହେବା ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢିଛି। ମୁମ୍ବାଇରେ ଥିବା କିଙ୍ଗ ଏଡୱାର୍ଡ ମେମୋରିଆ ହସ୍ପିଟାଲର ମୋଟ ୨୯ ଜଣ ଶିକ୍ଷାର୍ଥୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ୨୯ ଆକ୍ରାନ୍ତଙ୍କ ମଧ୍ୟରୁ ୨୭ ଜଣ ଭ୍ୟାକ୍ସିନ ନେଇସାରିଥିବା ନେଇ ଜଣାପଡ଼ିଛି। ଆଉ ଆକ୍ରାନ୍ତ ହୋଇଥିବା ୨୯ ଜଣଙ୍କ ମଧ୍ୟରୁ ୨୩ ଜଣ ଏମବିବିଏସ୍‌ର ଦ୍ୱିତୀୟ ବର୍ଷର ଓ ୬ ଜଣ ପ୍ରଥମ ବର୍ଷରେ ପାଠପଢ଼ୁଥିବା ନେଇ ସୂଚନା ମିଳିଛି। କରୋନା ପଜିଟିଭ୍‌ ଥିବା ନେଇ ଜଣାପଡ଼ିବା ପରେ ଆକ୍ରାନ୍ତଙ୍କୁ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Advertisment

ଯେଉଁମାନେ ମେଡ଼ିକାଲରେ ଭର୍ତ୍ତି ହୋଇନାହାନ୍ତି ସେମାନେ କ୍ୱାରେଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି। ଏଠାରେ କହିରଖୁଛୁ କି ମେଡ଼ିକାଲର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମେଡିକାଲ କଲେଜରେ ପାଖାପାଖି ୧୧ ଶହ ପିଲା ପାଠ ପଢୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୨୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁମାନେ କରୋନା ଚିହ୍ନଟ ହୋଇଛନ୍ତି ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିବା ବେଳେ ମାତ୍ର ୨ ଜଣଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନେ ସୁରକ୍ଷିତ ଅଛନ୍ତି। ତେବେ ମୋଟ୍‌ ଉପରେ କରୋନା ସମୟରେ ଏବେ ଅନେକ ସ୍କୁଲ ଓ କଲେଜ୍‌ ଖୋଲିବାରେ ଲାଗିଛି। ତେଣୁ ପିଲାମାନେ ଅଧିକ ସଂକ୍ରମିତ ହେଉଥିବା କୁହାଯାଉଛି।

Advertisment

ଚଳିତ ସପ୍ତାହରେ ବେଙ୍ଗାଲୁରୁରେ ଥିବା ଗୋଟିଏ ଆବାସିକ ସ୍କୁଲରେ ୬୦ ଜଣ ପିଲାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏଥିପାଇଁ ସ୍କୁଲକୁ ପ୍ରଶାସନ ପକ୍ଷରୁ ଅକ୍ଟୋବର ୨୦ ଯାଏ ବନ୍ଦ ଘୋଷଣା କରାଯାଇଛି। କେବଳ ବେଙ୍ଗାଲୁରୁରେ ନୁହେଁ ବରଂ ପଞ୍ଜାବ, ହରିୟାଣା ଓ ବିହାର ଆଦି ସ୍ଥାନରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧିକ ମାତ୍ରାରେ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେଉଥିବାରୁ ଏବେ ଚିନ୍ତା ବଢିଛି।

Corona Virus COVID19 23 Mbbs Students
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ