Advertisment

କାଳ ହେଲା ବିଷାକ୍ତ ମଦ; ୨୧ ମୃତ, ୩୦ ଅସୁସ୍ଥ

ବିଷାକ୍ତ ମଦ ପିଇ ୨୧ ମୃତ, ୩୦ ଅସୁସ୍ଥ...

ଅଦ୍ୟତନ ହୋଇଛି
21 Dead In Gujarat After Drinking Illicit Liquor, 30 More In Hospital

21 Dead In Gujarat After Drinking Illicit Liquor, 30 More In Hospital

Advertisment

ମହଙ୍ଗା ପଡ଼ିଲା ବିଷାକ୍ତ ମଦ । ଅକାଳରେ ଚାଲିଗଲା ୨୧ ଜୀବନ । ଗୁଜୁରାଟ୍‌ର ବୋଟାଡ୍‌ ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ବିଷାକ୍ତ ମଦ ପିଇ ୨୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଚିକିତ୍ସାଧୀନ ଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ନ୍ୟୁଜ୍‌ ଏଜେନ୍ସି ପିଟିଆଇର ରିପୋର୍ଟ ମୁତାବକ, ବିଷାକ୍ତ ମଦ ପିଇବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତକାଲି ଚିକିତ୍ସିତ ଅବସ୍ଥାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତକମାନେ ଗୁଜୁରାଟର ଧାନ୍ଦୁକା ସହରର ହୋଇଥିବାର ଜଣାପଡିଛି । ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଘଟଣାକୁ ନେଇ ଗୁଜୁରାଟ୍ ପୋଲିସ୍ ଅଫିସର ଆଶିଷ ଭାଟ୍ଟିଆ କହିଛନ୍ତି ଯେ, ‘ ମଦର ବିକ୍ରି ଓ ଉତ୍ପାଦନ ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖାଯାଇଛି ।

ସୂଚନା ଅନୁସାରେ, ଗତକାଲି ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଗୁଜୁରାଟର ବାରୱାଲା ଓ ବୋଟାଡ୍‌ ସହରର ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଯାହା ପରେ ଏହି ଘଟଣା ସାମ୍ନାକୁ ଆସିଛି ।

Advertisment

ଏନେଇ ଭାବନଗର ଆଇଜିପି ଅଶୋକ କୁମାର ଯାଦବ କହିଛନ୍ତି ଯେ, ଘଟଣାର ଖୋଳତାଡ଼ କରିବାରେ ଏସ୍‌ଆଇଟିର ଏକ ଟିମ୍‌ ନିୟୋଜିତ ହୋଇଛି । ଗୁଜୁରାଟ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ATS)ଙ୍କ ସମେତ ଅହମଦାବାଦ୍ କ୍ରାଇମ୍‌ବ୍ରାଞ୍ଚଙ୍କ ମିଳିତ ଉଦ୍ୟମରେ ଘଟଣାର ତଦନ୍ତ କରାଯାଉଛି ।

Illicit Liquor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ