Advertisment

ଦୀର୍ଘ ବର୍ଷର ଲଢ଼େଇ ପରେ ସତ ପଦାକୁ ଆସିଛି : ଗୁଜୁରାଟ ଦଙ୍ଗା ମାମଲାର ରାୟ ଆସିବା ପରେ ମୁହଁ ଖୋଲିଲେ ଗୃହମନ୍ତ୍ରୀ

ଗୁଜୁରାଟ ଦଙ୍ଗା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଦୀର୍ଘ ଦିନ ଧରି ଲଢ଼େଇ ପରେ ସୁନା ଭଳି ସତ୍ୟ ପଦାକୁ ଆସିଛି ।

2002 Gujarat Riots

2002 Gujarat Riots

Advertisment

ଗୁଜୁରାଟ ଦଙ୍ଗା ସହ ଜଡିତ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ୍‌ ମିଳିବା ପରେ ଗୃହମନ୍ତ୍ରୀ ଅମିତ ଶାହା ମୁହଁ ଖୋଲିଛନ୍ତି । ନ୍ୟୁଜ୍ ଏଜେନ୍ସି ANIକୁ ସାକ୍ଷାତକାର ଦେଇ ସୁପ୍ରିମକୋର୍ଟ ଦେଇଥିବା କ୍ଲିନଚିଟ୍ ଉପରେ ନିଜର ମତ ରଖିଛନ୍ତି । କୌଣସି ପରିସ୍ଥିତିରେ SITକୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଇନି । ତେବେ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଳେ ଶଙ୍କରଙ୍କ ପରି ବର୍ଷ ବର୍ଷ ଧରି ବିଷ ପିଇଛନ୍ତି । ଦୀର୍ଘ ୧୯ବର୍ଷ ପର୍ଯ୍ୟନ୍ତ କିଛି ନ କହି ସେ ସବୁ କିଛି ସହିଯାଉଥିଲେ ।

Advertisment

ସେହିପରି କିଛି NGO ସାମ୍ବାଦିକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅମିତ ଶାହା । ଗୋଧ୍ରା ଟ୍ରେନ୍ ପୋଡ଼ି ଆଦୌ ଯୋଜନାବଦ୍ଧ ନଥିଲା ବୋଲି କୋର୍ଟ କହିଛନ୍ତି । ଟ୍ରେନ୍ ପୋଡ଼ି ସମ୍ପୂର୍ଣ୍ଣ ଆତ୍ମ-ପ୍ରେରିତ ଥିଲା । ତେହେଲକାର ଷ୍ଟିଙ୍ଗ୍ ଅପରେସନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା । ପ୍ରଶାସନ ଭଲ କାମ କରିଥିଲା, ମାତ୍ର ଟ୍ରେନ ପୋଡ଼ି ପାଇଁ କ୍ରୋଧ ସୃଷ୍ଟି ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ହିଁ ତ୍ୱରିତ ପଦକ୍ଷେପ ନେଇଥିଲେ ଗୁଜରାଟ ସରକାର ।

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଷୟରେ ଅମିତ ଶାହା କହିଛନ୍ତି, ପଦୁଟିଏ ବି ପ୍ରତ୍ୟୁତର ନଦେଇ ଜଣେ ବଡ ନେତା ପ୍ରଭୁ ଶଙ୍କରଙ୍କ ବିଷ ପରି ବିଷପାନ କରୁଥିଲେ । ଆଉ ଆଜି ସତ୍ୟ ସୁନା ସାମ୍ନାକୁ ଆସିଛି । ସେ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀଙ୍କ ଯନ୍ତ୍ରଣାକୁ ଅତି ନିକଟରୁ ଦେଖିଛି । ସବୁ ଜାଣିଥିଲେ ସୁଦ୍ଧା ଚୁପ୍‌ ରହିବାକୁ ପଡ଼ୁଥିଲା, କେବଳ ଜଣେ ଦୃଢ଼ ମଣିଷ ହିଁ ଏପରି କରିପାରେ ।

Amit Shah PM Modi 2002 Gujarat Riots
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ