ପାର୍ଲାମେଣ୍ଟ ଆକ୍ରମଣ ଘଟଣାକୁ ପୂରିଛି ୨୦ ବର୍ଷ : ସହିଦଙ୍କ ସ୍ମୁତିଚାରଣ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା

ଆଜି ସେହି ସହିଦଙ୍କୁ ଝୁରୁଛି ଦେଶ । ଦେଶର ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଆକ୍ରମଣକୁ ଆଜି ୨୦ ବର୍ଷ ପୂରିଛି । ଆଉ ଏଥିରେ ୮ ଜଣ ସୁରକ୍ଷାକର୍ମୀ ସହିଦ ହୋଇ ଦେଶକୁ ସୁରକ୍ଷା ପ୍ରଦାନ ଦେଇଥିଲେ

ଦେଶର ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଆକ୍ରମଣକୁ ଆଜି ୨୦ ବର୍ଷ ପୂରିଛି

ନୂଆଦିଲ୍ଲୀ : ପାର୍ଲାମେଣ୍ଟରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ପୂରିଛି ୨୦ ବର୍ଷ । ଆଜିର ଦିନରେ ଅର୍ଥାତ୍ ଡିସେମ୍ବର ୧୩, ୨୦୦୧ରେ ପାକିସ୍ତାନର ପାଞ୍ଚଜଣ ଆତଙ୍କବାଦୀ ଦିଲ୍ଲୀର ସଂସଦ ଗୃହକୁ ତଥା ଗଣତନ୍ତ୍ରର ମନ୍ଦିର ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ସଂସଦର ଶୀତକାଳୀନ ଅଧିବେଶନରେ ଏହି ଆକ୍ରମଣ ହୋଇଥିଲା । ଆଉ ସେହି ସମୟରେ ୮ ଜଣ ସୁରକ୍ଷାକର୍ମୀ ସହିଦ ହୋଇ ଦେଶକୁ ସୁରକ୍ଷା ପ୍ରଦାନ ଦେଇଥିଲେ । ଆଜି ଦେଶର ସେହି ବୀର ପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ସେହି ଦିନକୁ ମନେ ପକାଇ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ୮ ଜଣ ସୁରକ୍ଷାକର୍ମୀ ଓ ଜଣେ ମାଳିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ଓମ ବିର୍ଲା, ଗୃହମନ୍ତ୍ରୀ ଅମିତ ଶାହା ଓ ରକ୍ଷାମନ୍ତ୍ରୀ ରାଜନାଥ ସିଂହ କଂଗ୍ରସ ନେତା ମଲିକାର୍ଜୁନ ଖଡ଼ଗେଙ୍କ ସମେତ ବହୁ ପ୍ରମୁଖ ନେତା ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।

ପାର୍ଲାମେଣ୍ଟ ଆକ୍ରମଣରେ ପ୍ରାଣବଳୀ ଦେଇଥିବା ସମସ୍ତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ଅବଦାନକୁ ଦେଶ ସଦା ମନେରଖିବ ବୋଲି କହିଛନ୍ତି । ୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ପାର୍ଲାମେଣ୍ଟରେ ପଶି ଆତଙ୍କବାଦୀ ଆକ୍ରମଣ କରିବାକୁ ଚେଷ୍ଟା  କରାଯାଇଥିଲା । ଲସ୍କର ଇ ତୋଇବା ଏବଂ ଜୈସ ଏ ମହମ୍ମଦ ଏହି ଆକ୍ରମଣ ମାଷ୍ଟର ମାଇଣ୍ଡ ଥିଲେ । ଯାହାକୁ ପରୋକ୍ଷ ଭାବେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ସମର୍ଥନ କରିଥିଲା ।

ତେବେ ବୀରତ୍ୱର ସହ ସେମାନଙ୍କ ମୁକାବିଲା କରିଥିଲେ ସୁରକ୍ଷାକର୍ମୀ । ଫଳରେ ସଂସଦ ଭିତରକୁ ପ୍ରବେଶ କରିବାକୁ ସକ୍ଷମ ହୋଇନଥିଲେ ଆତଙ୍କୀ । ଏଥିରେ ୮ ସୁରକ୍ଷା କର୍ମୀଙ୍କ ସମେତ ଜଣେ ମାଳିଙ୍କ ମୃତ୍ୟୁ ହୋଇଥିଲା । ସେପଟେ ସୁରକ୍ଷାକର୍ମୀଙ୍କ ଗୁଳିରେ ସମସ୍ତ ୫ ଆତଙ୍କବାଦୀ ନିପାତ ହୋଇଥିଲେ ।