Advertisment

ମୋଦି ମନ୍ତ୍ରୀମଣ୍ଡଳରେ କିଏ କିଏ ହେବେ ସାମିଲ?

ଆଜି ସଂଧ୍ୟା ୬ରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହେବ। ଏଥିପାଇଁ ବିଜ୍ଞପ୍ତ ପ୍ରକାଶ ପାଇଛି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ରାଷ୍ଟ୍ରପତି ଭବନରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାପୂର୍ବରୁ ସେଭେନ୍ ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନେତାଙ୍କ ଭିଡ଼ ଲାଗିଲାଣି

ମୋଦି ମନ୍ତ୍ରୀମଣ୍ଡଳରେ କିଏ କିଏ ହେବେ ସାମିଲ?

NarendraModi

Advertisment

ନୂଆଦିଲ୍ଲୀ: ଆଜି ସଂଧ୍ୟା ୬ରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହେବ। ଏଥିପାଇଁ ବିଜ୍ଞପ୍ତ ପ୍ରକାଶ ପାଇଛି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ରାଷ୍ଟ୍ରପତି ଭବନରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାପୂର୍ବରୁ ସେଭେନ୍ ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନେତାଙ୍କ ଭିଡ଼ ଲାଗିଲାଣି। ମନ୍ତ୍ରୀ ପଦ ପାଇବା ନେଇ ଚର୍ଚ୍ଚାରେ ଥିବା ନେତା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଲେଣି। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ପହଞ୍ଚିଥିବା ସୂଚନା ମିଳିଛି। ଏବେ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଘରେ ମିନାକ୍ଷୀ ଲେଖି, ଭୂପେନ୍ଦ୍ର ଯାଦବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପଶୁପତି ପାରସ, ନାରାୟଣ ରାଣେ ପହଞ୍ଚି ସାରିଲେଣି। ତେବେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ କେନ୍ଦ୍ର ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିଭଳି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପହଞ୍ଚିଛନ୍ତି। ବିଜେଡି ସମର୍ଥନରେ ବିଜେପିରୁ ରାଜ୍ୟସଭା ଯାଇଛନ୍ତି ଅଶ୍ୱନୀ ବୈଷ୍ଣବ। ସେହିପରି ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ପଦୋନ୍ନତି ପାଇପାରନ୍ତି ୩ ମନ୍ତ୍ରୀ। ୩ ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ହେଉଛି ଅନୁରାଗ ଠାକୁର, ଜି. କିଷନ ରେଡ୍ଡୀ ଓ ପୁରୁଷୋତ୍ତମ ରୁପାଲା ମଧ୍ୟ କ୍ୟାବିନେଟ ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମନ୍ତ୍ରିମଣ୍ଡଳରେ ୮୧ ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ଥିବା ବେଳେ ଏବେ ୫୩ ଜଣ ମନ୍ତ୍ରୀ ଅଛନ୍ତି। ଅର୍ଥାତ୍ ଆହୁରି ୨୮ ଜଣଙ୍କୁ ମନ୍ତ୍ରୀ କରି ପାରିବେ ପ୍ରଧାନମନ୍ତ୍ରୀ । ଆସନ୍ତାବର୍ଷ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେହି ସବୁ ରାଜ୍ୟର ସାଂସଦ ଓ ସହଯୋଗୀ ଦଳଙ୍କୁ ଗୁରୁତ୍ୱ ଦେଇପାରନ୍ତି ମୋଦି।

Advertisment

ତେବେ ମୋଟ୍‌ ଉପରେ ଓଡ଼ିଶାରୁ ବିଶେଶ୍ୱର ଟୁଡ଼ୁଙ୍କ ନାଁ ଚର୍ଚ୍ଚାରେ ରହିଛି। ଆଜି ସନ୍ଧ୍ୟାରେ ମୋଦିଙ୍କ ଟିମର ନବକେଳବର । ନୂତନ କ୍ୟାବିନେଟରେ କାହାକୁ ମିଳିବ ମନ୍ତ୍ରୀପଦ ? ଏପରି କଳ୍ପନା ଜଳ୍ପନା ମଧ୍ୟରେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ଚର୍ଚ୍ଚାରେ ରହିଛି । କେନ୍ଦ୍ରମନ୍ତ୍ରୀ ହୋଇପାରନ୍ତି ମୟୂରଭଂଜ ସାଂସଦ । ବର୍ତ୍ତମାନ ବିଜେପି ରାଷ୍ଟ୍ରିୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଛନ୍ତି ବିଶ୍ୱେଶ୍ୱର । ସେ ଏବେ ଦିଲ୍ଲୀରେ ଥିବାବେଳେ ତାଙ୍କର କରୋନା ଟେଷ୍ଟ ହୋଇସାରିଛି । ୨୦୧୯ ଲୋକସଭା ନିର୍ବାଚନରେ ମୟୁରଭଞ୍ଜ ନିର୍ବାଚନ ମଣ୍ଡଳୀରୁ ବିଜେପି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଦେବାଶିଷ ମାରାଣ୍ଡିଙ୍କୁ ୨୫,୨୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।

Advertisment
Narendra Modi India Union Cabinet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ