ଦୁଇ ବୀର ଓଡ଼ିଆଙ୍କୁ ମରଣୋତ୍ତର ଭାବେ ମିଳିଲା ଶୌର୍ଯ୍ୟଚକ୍ର

ଓଡ଼ିଶାର ଦୁଇ ବୀରଙ୍କୁ ମିଳିଛି ଶୌର୍ଯ୍ୟଚକ୍ର ସମ୍ମାନ। ସେମାନେ ହେଲେ ସହିଦ ଦେବାଶିଷ ସେଠୀ ଓ ସୁଧିର କୁମାର ଟୁଡୁ। ଦୁହିଁଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ ହୋଇଛି। ସହିଦ ଦେବାଶିଷଙ୍କ ବାପା ସନାତନ ସେଠୀ ଓ ମା’ ଛାଇ ସେଠୀ ଏହି ସମ୍ମାନ ଗ୍ରହଣ କରିଛନ୍ତି।

2 Odia SOG jawans

ଓଡ଼ିଶାରୁ ଦୁଇ ବୀରଙ୍କୁ ସୌର୍ଯ୍ୟ ଚକ୍ର ସମ୍ମାନ । ସହିଦ ଦେବାଶିଷ ସେଠୀ ଓ ସୁଧିର କୁମାର ଟୁଡୁଙ୍କୁ ମରଣୋତ୍ତର ଭାବେ ସୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି ।୨୦୨୦ ସେମ୍ବେର ୯ ତାରିଖରେ କଳାହାଣ୍ଡିରେ ନକ୍ସଲ ବିରୋଧୀ ଅପରେସନରେ ଅସୀମ ବୀରତ୍ୱ ଓ ସାହାସିକତା ଦେଖାଇ ଦେଶପାଇଁ ପ୍ରାଣ ଉତ୍ସର୍ଗ କରିଥିବା ଏସ୍ଓଜି କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧିର କୁମାର ଟୁଡୁଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ମିଳିଛି । 

ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଆତ୍ମୀୟଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଦୁଇ ଜଣ ବୀର ଓଡ଼ିଆଙ୍କୁ ସମ୍ମାନଜନକ ଶୌର୍ଯ୍ୟଚକ୍ର ପୁରସ୍କାର ମିଳିଛି । ମୟୂରଭଂଜ ଜିଲ୍ଲାର ସୁଧୀନ୍ଦ୍ର କୁମାର ଟୁଡୁ ଏବଂ ଅନୁଗୁଳ ଜିଲ୍ଲାର ଦେବାଶୀଷ ସେଠୀ କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସିର୍କି ଏନ୍‌କାଉଣ୍ଟରରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇ ସହିଦ ହୋଇଥିଲେ ।