Advertisment

ଗୋଟିଏ ଦିନରେ ଜେଲ୍‌ ଗାଧୁଆ ଘରେ କାହିଁକି ଆତ୍ମହତ୍ୟା କଲେ ୨ କଏଦୀ...

ଜଣେ କଏଦୀଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୪୦ ବର୍ଷ । ଜେଲ୍‌ର ଜଣେ କର୍ମଚାରୀ ସୂଚନା ପାଇବା ପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।

2 inmates commit suicide

2 inmates commit suicide

Advertisment

ଦେଶର ବିଭିନ୍ନ ଜେଲ୍‌ରେ ସଂସ୍କାର ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ପଞ୍ଜାବର ହୋସିଆରପୁର ଜେଲ୍‌ରେ ୨ ଜଣ କଏଦୀ ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆତ୍ମହତ୍ୟା କରିଥିବା କଏଦୀଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ହୋଇଥିବା ବେଳେ ଅନ୍ୟ ଜଣଙ୍କ ନାଁରେ ନିଶାଦ୍ରବ୍ୟ ଚୋରା ଚାଲାଣ ଅଭିଯୋଗ ଥିଲା।

Advertisment

ଜଣେ କଏଦୀଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୪୦ ବର୍ଷ । ଜେଲ୍‌ର ଜଣେ କର୍ମଚାରୀ ସୂଚନା ପାଇବା ପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ପରେ ପରେ ଦୁଇ କଏଦୀଙ୍କ ମୃତ ଦେହ ଗାଧୁଆ ଘରୁ ଉଦ୍ଧାର କରାଯାଇଛି। ତେବେ ସେମାନେ ଗାଧୁଆ ଘର ଭିତରେ କିଭଳି ଆତ୍ମହତ୍ୟା କଲେ ସେ ବାବଦରେ କୌଣସି ସୂଚନା ମିଳି ନାହିଁ। ଶୁକ୍ରବାର ଦିନ ଏହି ଅଭାବନୀୟ ଘଟଣା ଘଟିଛି।

ପ୍ରାଥମିକ ଅନୁସଂଧାନରୁ ଯାହା ଜଣାପଡ଼ିଛି, ଗତ କିଛି ଦିନ ହେଲା ଏହି ଦୁଇ କଏଦୀ ଚୁପ୍‌ଚାପ୍ ରହୁଥିଲେ। ନ୍ୟାୟିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଜେଲ୍‌ରେ କେହି ନ ଥିବାରୁ ସବିଶେଷ ତଥ୍ୟ ଜଣାପଡ଼ିନାହିଁ।

Advertisment

ସୂଚନାଯୋଗ୍ୟଯେ, କେତେକ ଅଭିଯୋଗ ନେଇ ଏହି ଜେଲ୍‌ର ସୁପରିଣ୍ଟେଡେଣ୍ଟଙ୍କୁ ଘଟଣାର ପୂର୍ବଦିନ ଅର୍ଥାତ୍ ଗୁରୁବାର ସସପେଣ୍ଡ କରାଯାଇଛି। ଦୁଇ କଏଦୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ସର୍ବଶେଷ ଖବରରୁ ଜଣାପଡ଼ିଛି।

India Punjab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ