Advertisment

କରୋନା ପରେ ପ୍ରଦୂଷଣକୁ ନେଇ ଚିନ୍ତା, ପୁଣି ଫେରିବ ଲକ୍‌ଡାଉନ୍‌ !

ମହାମାରୀ କରୋନା ପରେ ଏବେ ଦିଲ୍ଲୀରେ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି। ସ୍ଥିତି ଏଭଳି ହୋଇଛି ଯେ, ଲୋକଙକୁ ଘର ଭିତରେ ବି ମାସ୍କ ପିନ୍ଧିକି ରହିବାକୁ ପଡୁଛି।

ଅଦ୍ୟତନ ହୋଇଛି
2 Day Lockdown In Delhi

2 Day Lockdown In Delhi

Advertisment

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରଦୂଷଣ ହ୍ରାସ ଲାଗି ସୋମବାର ସୁଦ୍ଧା କିଛି ଗୋଟେ ଜରୁରୀକାଳୀନ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି। ସପ୍ତାହେ ହେଲା ସ୍ଥିତି ଏପରି ହୋଇଛି ଯେ, ଘର ଭିତରେ ବି ମାସ୍କ ପିନ୍ଧିକି ରହିବାକୁ ପଡୁଛି ବୋଲି ମାମଲାର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଏନ୍‌ଭି ରମନ୍ନା କହିଛନ୍ତି।

Advertisment

ସ୍ଥିତି ସୁଧାରିବା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୁପ୍ରିମକୋର୍ଟ ଜାଣିବାକୁ ଚାହିଁଛନ୍ତି। ୨ ଦିନ ପାଇଁ ଲକ୍‌ଡାଉନ ଘୋଷଣା ଦ୍ୱାରା ସ୍ଥିତି ସୁଧୁରିପାରିବ କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏତଦ୍‌ବ୍ୟତୀତ ଏୟାର କ୍ୱାଲିଟି ଇଣ୍ଡେକ୍ସ କମ୍ କରିବା ଲାଗି ସରକାରଙ୍କ ପାଖରେ କି ଯୋଜନା ରହିଛି, ତାହା ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀରେ ଏବେ ଯାହା ସ୍ଥିତି, ଦୈନିକ ୨୦ଟି ସିଗାରେଟ୍ ପିଇବା ସହ ସମାନ ବୋଲି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ତେବେ ନଡ଼ା ଜଳାଯିବା ବନ୍ଦ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ତା ଛଡ଼ା ଅନ୍ୟ ଯେଉଁସବୁ କାରଣରୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି, ତା’ କମାଇବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। 

Advertisment

ସପ୍ତାହେ ହେଲା ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବିପଜ୍ଜନକ ସ୍ତରରେ ରହୁଛି। ଏନେଇ ଦିଲ୍ଲୀର ଜଣେ ଛାତ୍ର ଆଦିତ୍ୟ ଦୁବେ ସୁପ୍ରିମକୋର୍ଟରେ ମାମଲା କରିଥିଲେ। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌ଭି ରମନ୍ନା, ଜଷ୍ଟିସ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। 

ସୂଚନାଯୋଗ୍ୟ, ଦିଲ୍ଲୀରେ ଲଗାତାର ଭାବେ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଦୀପାବଳି ପରେ ସ୍ଥିତି ବିଗିଡ଼ିବା ଆରମ୍ଭ କରିଥିଲା। ଗତ ୯ ଦିନ ଧରି ଦିଲ୍ଲୀରେ ପ୍ରଦୂଷଣ ସାଂଘାତିକ ସ୍ଥିତିରେ ରହିଛି । ଏବେ ପରିସ୍ଥିତି ଏମିତି ହୋଇଛି ଯେ, ସିଗାରେଟ୍ ଟାଣିଲେ ଶରୀରେ ଯାହା କ୍ଷତି ହୋଇଥାଏ, ଠିକ୍‌ ସେତିକି କ୍ଷତିକାରକ ଦିଲ୍ଲୀର ଖୋଲା ଆକାଶ ତଳେ ନିଶ୍ୱାସ ନେବା। ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ କଡ଼ା ସର୍ତକତାମୂଳକ ପଦକ୍ଷେପ ନେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦେଶ ଦିଆଯାଇଛି।

Advertisment
Supreme Court Lockdown Delhi Air Pollution
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ