Advertisment

Encrypted APPs To Aid Terror:ଆପ୍ ଜରିଆରେ ପାକିସ୍ତାନରୁ ଆସୁଥିଲା ଆତଙ୍କବାଦୀଙ୍କ ମେସେଜ୍, ନେଟୱାର୍କ ଭାଙ୍ଗିଦେଲା ପୋଲିସ୍

ଏହି କାର୍ଯ୍ୟକଳାପ ପାକିସ୍ତାନର ଜୈଶ-ଇ-ମହମ୍ମଦ (JeM) ଓ ଲସ୍କର-ଇ-ତୈବା (LeT) ଭଳି ଆତଙ୍କବାଦୀ ସଂଗଠନମାନଙ୍କ ସହ ଜଡ଼ିତ ଥିବା ସୂଚନା ମିଳିଛି। ଜୈଶ-ଇ-ମହମ୍ମଦର କମାଣ୍ଡର ‘ଅବଦୁଲ୍ଲା ଗାଜି’ଙ୍କ ସମ୍ପୃକ୍ତି ଏଥିରେ ଥିବା ଜଣାପଡ଼ିଛି। ସେ ଏହି ସନ୍ଦିଗ୍ଧମାନଙ୍କୁ ନିର୍ଦ୍ଦେଶ ଦେଉଥିବା ପୋଲିସ କହିଛି।

JK

JK

Advertisment

ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସହାୟତା କରିବା ପାଇଁ ଏନକ୍ରିପ୍ଟେଡ ଆପ୍‌ଗୁଡ଼ିକର ବ୍ୟବହାର ହେଉଥିବା ଘଟଣାରେ ଜମ୍ମୁ ଓ କାଶ୍ମୀର ପୋଲିସର କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର (CIK) ୧୦ ଜଣଙ୍କୁ ଗିରଫ କରିଛି। କାଶ୍ମୀର ଉପତ୍ୟକାର ୪ଟି ଜିଲ୍ଲାର ୧୦ଟି ସ୍ଥାନରେ ଚଢ଼ାଉ କରାଯାଇ ଏହି ଗିରଫ କରାଯାଇଛି ।

Advertisment

କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର (CIK) ଦ୍ୱାରା ଶ୍ରୀନଗର ସମେତ କାଶ୍ମୀର ଉପତ୍ୟକାର ୪ଟି ଜିଲ୍ଲାର ୧୦ଟି ସ୍ଥାନରେ ତଲାସୀ ଅଭିଯାନ କରାଯାଇଥିଲା । ଏହି ଅଭିଯାନରେ ୧୦ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ଏମାନେ ଏନକ୍ରିପ୍ଟେଡ ଆପ୍‌ଗୁଡ଼ିକ ବ୍ୟବହାର କରି ଆତଙ୍କବାଦୀ କାର୍ଯ୍ୟକଳାପକୁ ସହାୟତା କରୁଥିବାର ଅଭିଯୋଗ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ଏନକ୍ରିପ୍ଟେଡ ମେସେଜିଂ ଆପ୍‌ଗୁଡ଼ିକ ମାଧ୍ୟମରେ ଆତଙ୍କବାଦୀ ଗତିବିଧି ପାଇଁ ପାକିସ୍ତାନରୁ ନିର୍ଦ୍ଦେଶ ଗ୍ରହଣ କରୁଥିବା ଅଭିଯୋଗ ରହିଛି। ଏହି ଆପ୍‌ଗୁଡ଼ିକ ସୁରକ୍ଷିତ ଯୋଗାଯୋଗ ପାଇଁ ବ୍ୟବହାର କରାଯାଉଥିଲା । ଏହା ପୋଲିସର ନଜରକୁ ଆସିବା କଷ୍ଟକର ଥିଲା। 

ଏହି କାର୍ଯ୍ୟକଳାପ ପାକିସ୍ତାନର ଜୈଶ-ଇ-ମହମ୍ମଦ (JeM) ଓ ଲସ୍କର-ଇ-ତୈବା (LeT) ଭଳି ଆତଙ୍କବାଦୀ ସଂଗଠନମାନଙ୍କ ସହ ଜଡ଼ିତ ଥିବା ସୂଚନା ମିଳିଛି। ଜୈଶ-ଇ-ମହମ୍ମଦର କମାଣ୍ଡର ‘ଅବଦୁଲ୍ଲା ଗାଜି’ଙ୍କ ସମ୍ପୃକ୍ତି ଏଥିରେ ଥିବା ଜଣାପଡ଼ିଛି। ସେ ଏହି ସନ୍ଦିଗ୍ଧମାନଙ୍କୁ ନିର୍ଦ୍ଦେଶ ଦେଉଥିବା ପୋଲିସ କହିଛି। ଏହି ଚଢ଼ାଉ ଏକ ଆତଙ୍କବାଦୀ ଅପରାଧ ମାମଲାର ତଦନ୍ତର ଅଂଶ ଥିଲା । ଏଥିରେ ତଦନ୍ତ କରୁ କରୁ ପୋଲିସ ସୀମାପାରରୁ ସଂଚାଳିତ ହେଉଥିବା ଆତଙ୍କବାଦୀ ସ୍ଲିପର ସେଲ ଓ ନିଯୁକ୍ତି ମଡ୍ୟୁଲକୁ ଚିହ୍ନଟ କରିଥିଲା । ଏହି ଚଢାଉର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୁବକମାନଙ୍କୁ ଆତଙ୍କବାଦ ଆଡ଼କୁ ଆକୃଷ୍ଟ ହେବାରୁ ରୋକିବା ଓ ଆତଙ୍କବାଦୀ ନେଟୱାର୍କକୁ ଭାଙ୍ଗିବା।

Advertisment

ଚଢ଼ାଉ ସମୟରେ ପୋଲିସ ବିପୁଳ ପରିମାଣରେ ଡିଜିଟାଲ ପ୍ରମାଣ, ଦସ୍ତାବିଜ ଓ ଇଲେକ୍ଟ୍ରୋନିକ ଉପକରଣ ଜବତ କରିଛି। ଏହି ସାମଗ୍ରୀଗୁଡ଼ିକ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡ଼ିତ ତଥ୍ୟ ପ୍ରଦାନ କରିପାରେ ବୋଲି ଅଧିକାରୀମାନେ ଆଶା ରଖିଛନ୍ତି। ଏହି ଅଭିଯାନ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ନେଟୱାର୍କକୁ ଦୁର୍ବଳ କରିବା ପାଇଁ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ପୋଲିସ ଓ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ନେଟୱାର୍କର ଅନ୍ୟ ସଦସ୍ୟମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରଖିଛନ୍ତି।

ଏହା ପୂର୍ବରୁ ମଧ୍ୟ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଗତିବିଧି ବିରୁଦ୍ଧରେ ଅନେକ ଅଭିଯାନ ଚାଲିଛି । ଅଖନୁର ସେକ୍ଟରରେ ଏନକାଉଣ୍ଟର ଓ କିସ୍ତୱାରରେ ଜୈଶ-ଏ-ମହମ୍ମଦର ଟପ୍ କମାଣ୍ଡର ସୈଫୁଲ୍ଲାଙ୍କ ସମେତ ତିନି ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ନିର୍ଯାତନା ସହି ନପାରି ଜୀବନ ହାରିଦେଲେ ଡାକ୍ତରୀ ଛାତ୍ରୀ, ଦୁଇ ପ୍ରଫେସରଙ୍କ ନାଁରେ ଲେଖିଛନ୍ତି ଏମିତି…

Pakistan Encryption Terror Activities J&K; Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ