Advertisment

ପାକିସ୍ତାନୀ ଯୁବତୀଙ୍କ ଶରୀରରେ ଧକ୍‌ ଧକ୍‌ କରୁଛି ଭାରତୀୟ ହୃଦୟ

ପାକିସ୍ତାନୀ ଯୁବତୀଙ୍କୁ ମିଳିଲା ଭାରତୀୟଙ୍କ ହୃଦୟ। ପାଇଲେ ନୂଆ ଜୀବନ। ପାକିସ୍ତାନର କରାଚୀରେ ରହୁଥିବା ଜଣେ ଯୁବତୀଙ୍କ ହୃଦୟରେ ସମସ୍ୟା ଥିବା ସହ ଜୀବନ ବଞ୍ଚାଇବା ପାଇଁ ହୃଦୟ ପ୍ରତିରୋପଣ ହିଁ ଏକମାତ୍ର ବାଟ ବୋଲି କହିଥିଲେ ଡାକ୍ତର।

ଅଦ୍ୟତନ ହୋଇଛି
Heart Transplant Chennai News

Heart Transplant

Advertisment

ଭାରତୀୟ ହାର୍ଟ ପାଇଁ ବଞ୍ଚିଲା ପାକିସ୍ତାନୀ ଯୁବତୀଙ୍କ ଜୀବନ । କଥାଟା ଆପଣ ଯେମିତି ଭାବୁଛନ୍ତି ସେମିତି କିଛି ନୁହେଁ । ଏଠି କାହାଣୀ ଟିକେ ଅଲଗା । ଜଣେ ପାକିସ୍ତାନୀ ଯୁବତୀଙ୍କ ଛାତି ଭିତରେ ଧକ୍ ଧକ୍‌ କରୁଥିବା ହୃଦୟଟି ଜଣେ ଭାରତୀୟଙ୍କର । ସେଥିପାଇଁ ଏଠି ଆମେ କହୁଛୁ ପାକିସ୍ତାନୀ ଯୁବତୀଙ୍କ ଜୀବନ ବଞ୍ଚାଇଦେଲା, ଭାରତୀୟ ହୃଦୟ । ଗୋଟିଏ ପଟେ ଭାରତ ପାକିସ୍ତାନ ସୀମାରେ ପ୍ରତ୍ୟେକ ଦିନ ଯବାନମାନେ ଜୀବନ ମରଣ ସହ ଲଢ଼ୁଥିବା ବେଳେ ଏଠି ଭାରତ ଭିତରେ ପାକିସ୍ତାନୀଙ୍କ ଜୀବନ ବଞ୍ଚାଉଛନ୍ତି ଭାରତୀୟ । ଯାହାକି ଉଦାରତା ଓ ପ୍ରେମର ସଙ୍କେତ ଦେଉଛି । 

Advertisment

ତେବେ ପୂରା କାହାଣୀଟି ପଢ଼ିବା ପରେ ଆପଣଙ୍କ ସବୁ ଦ୍ୱନ୍ଦ୍ୱ ଦୂର ହୋଇଯିବ ।

ପାକିସ୍ତାନୀ ଯୁବତୀଙ୍କୁ ମିଳିଲା ଭାରତୀୟଙ୍କ ହୃଦୟ। ପାଇଲେ ନୂଆ ଜୀବନ। ପାକିସ୍ତାନର କରାଚୀରେ ରହୁଥିବା ଜଣେ ଯୁବତୀଙ୍କ ହୃଦୟରେ ସମସ୍ୟା ଥିବା ସହ ଜୀବନ ବଞ୍ଚାଇବା ପାଇଁ ହୃଦୟ ପ୍ରତିରୋପଣ ହିଁ ଏକମାତ୍ର ବାଟ ବୋଲି କହିଥିଲେ ଡାକ୍ତର। ଅସ୍ତ୍ରୋପଚାର ପାଇଁ ୩୫ ଲକ୍ଷ ଦରକାର ଥିବା ବେଳେ ପରିବାର ଲୋକଙ୍କ ପାଖରେ ଏତେ ଟଙ୍କା ନଥିଲେ। ଶେଷରେ ଡାକ୍ତର ଓ ଏକ ଟ୍ରଷ୍ଟର ସାହାଯ୍ୟରେ ଯୁବତୀଙ୍କୁ ନୂଆ ଜୀବନ ମିଳିଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ସଫଳ ହେଲା ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ, ୪୫ ଦିନ ପରେ ବି ସୁସ୍ଥ ଅଛନ୍ତି ରୋଗୀ

Advertisment

ସୂଚନା ମୁତାବକ, ଯୁବତୀଙ୍କ ନାମ ଆ‌ୟେଶା ରଶନ(୧୯) । ତାଙ୍କର ଗମ୍ଭୀର ହୃଦ ସମସ୍ୟା ଥିବା ଜଣାପଡ଼ିବା ପରେ ପରିବାର ଲୋକେ ଆ‌ୟେଶାଙ୍କୁ ଚେନ୍ନାଇର ଏମଜିଏମ ହେଲଥକେୟାରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଖରାପ ହେବାରୁ ହୃଦୟ ପ୍ରତିରୋପଣ ହିଁ ଏକମାତ୍ର ବାଟ ବୋଲି କହିଥିଲେ ଡାକ୍ତର। ହୃଦୟ ପ୍ରତିରୋପଣ ପାଇଁ ଖର୍ଚ୍ଚ ହେବାକୁ ଥିବା ୩୫ଲକ୍ଷ ଟଙ୍କା ଦେବାକୁ ପରିବାର ଅସମର୍ଥ ବୋଲି କହିବା ପରେ ଅସ୍ତ୍ରୋପଚାର କରୁଥିବା ଡାକ୍ତର ଓ ଟ୍ରଷ୍ଟ ଏହି ଖର୍ଚ୍ଚ ଉଠାଇବାକୁ ନିଷ୍ପତ୍ତି ନେଇଥିଲେ।

ଏହା ପରେ ପ୍ରତିରୋପଣ ପାଇଁ ହୃଦୟ ଖୋଜିବା ଆରମ୍ଭ କରାଯାଇଥିଲା। ଶେଷରେ ଦିଲ୍ଲୀରୁ ହୃଦୟ ଆସି ଆୟେଶାଙ୍କ ଦେହରେ ଲାଗିଥିଲା। ଅସ୍ତ୍ରୋପଚାର କରୁଥିବା ଡାକ୍ତରଙ୍କ କହିବା ମୁତାବକ, ଡୋନର ଖୋଜିବା ପାଇଁ ବେଶୀ ସମୟ ଲାଗିନଥିଲା। ସହଜରେ ଆୟେଶାଙ୍କୁ ଦିଲ୍ଲୀରୁ ଡୋନର ମିଳିଥିଲେ। ଅସ୍ତ୍ରୋପଚାର ପରେ ଏବେ ସେ ସୁସ୍ଥ ଅଛନ୍ତି ଏବଂ ପାକିସ୍ତାନ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।

Advertisment

ତେବେ ଡିସେମ୍ବର ୨୦୨୩ରେ, ଡାକ୍ତର ବାଲକ୍ରୀଷ୍ଣଙ୍କ ଟିମ୍‌ କହିଥିଲେ ହାର୍ଟ ଟ୍ରାନ୍ସପ୍ଳାଣ୍ଟ ହିଁ ଏକମାତ୍ର ବିକଳ୍ପ । ତେବେ ଏହାରି ଭିତରେ ହାର୍ଟ ଦିଲ୍ଲୀରୁ ଯୋଗାଡ଼ ହୋଇଗଲା । କିନ୍ତୁ ଆମ ଦେଶରେ ନିୟମ ରହିଛି, ଯେତେବେଳେ କୌଣସି ବି ଭାରତୀୟଙ୍କର ସେହି ହାର୍ଟ ଜରୁରୀ ନଥାଏ ବା ଆବଶ୍ୟକ ନଥାଏ, ଠିକ୍ ସେତିକି ବେଳେ ବିଦେଶୀଙ୍କୁ ସେହି ହାର୍ଟ ଦିଆଯାଇପାରିବ । ଆଉ ଭଗବାନଙ୍କ ଦୟାରୁ ଏହି ଯୁବତୀଙ୍କ କ୍ଷେତ୍ରରେ ଠିକ୍ ସେମିତି କିଛି ଘଟିଲା । ଖୁବ୍‌ଶୀଘ୍ର ହାର୍ଟ ମିଳିଗଲା ।

ସେହି ହାର୍ଟ ଜଣେ ୬୯ ବର୍ଷିୟ ବ୍ୟକ୍ତିଙ୍କର ଥିଲା । ଅନେକ ସର୍ଜନ ଏଭଳି ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅରାଜି ହେଉଥିଲେ । କିନ୍ତୁ ପରେ ଡାକ୍ତରୀ ଟିମ୍ ରିସ୍କ ନେବାକୁ ରାଜି ହୋଇଥିଲେ । ଆଉ ଯୁବତୀଙ୍କ ପରିବାର ଲୋକ ବି ରାଜି ହେଲେ । ତାପରେ ଅପରେସନ୍‌ ହେଲା, ଆଉ ସଫଳ ହେଲା ।

Heart Transplants
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ