Advertisment

ସଇତାନ ସାଜିଲେ ପଡ଼ୋଶୀ: ଅପହରଣ ପରେ ଯୁବତୀଙ୍କୁ ଦୁଷ୍କର୍ମ, ଚିତ୍କାର କରିବାରୁ ବିଷ ଦେଇଦେଲେ...

ପ୍ରଥମେ ଅପହରଣ, ପରେ ଦୁଷ୍କର୍ମ। ଏହାକୁ ବିରୋଧ କରିବାରୁ ଯୁବତୀଙ୍କୁ ମାଡ଼ ମାରିବା ସହ ବିଷ ଦେଇଦେଲେ ପଡ଼ୋଶୀ।

ଅଦ୍ୟତନ ହୋଇଛି
UP Girl Kidnapped And Raped By Neighbour

18-Year-Old Kidnapped And Raped By Neighbour

Advertisment

ପ୍ରଥମେ ଅପହରଣ, ପରେ ଦୁଷ୍କର୍ମ। ଏହାକୁ ବିରୋଧ କରିବାରୁ ଯୁବତୀଙ୍କୁ ମାଡ଼ ମାରିବା ସହ ବିଷ ଦେଇଦେଲେ ପଡ଼ୋଶୀ। ଉତ୍ତରପ୍ରଦେଶର ଜେହାନାବାଦ ଥାନା ଅଞ୍ଚଳରେ ଏଭଳି ନୃଶଂସ କାଣ୍ଡ ଘଟିଛି। ୧୮ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସମ୍ପୃକ୍ତ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଜାନୁଆରୀ ୧ ଅର୍ଥାତ୍‌ ନୂଆବର୍ଷ ଦିନ ଭୋର ସମୟରେ ଏହି ଅମାନବୀୟ ଘଟଣା ଘଟିଛି। ଯୁବତୀଙ୍କ ଜଣେ ପଡ଼ୋଶୀ ବଳପୂର୍ବକ ଭାବେ ପାଟି ବନ୍ଦ କରୁ ତାଙ୍କୁ ଘର ଭିତରକୁ ନେଇ ଯାଇଥିଲେ। ଏହାପରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଏହାକୁ ବିରୋଧ କରି ଚିତ୍କାର କରିବାରୁ ଅଭିଯୁକ୍ତ ତାଙ୍କୁ ମାଡ଼ ମାରିବା ସହ ବିଷ ପିଆଇ ଦେଇଥିଲେ।

ଅଧିକ ପଢ଼ନ୍ତୁ: ମଣିଷ ପାଲଟିଲା ପିଶାଚ : ୧୬ ବର୍ଷିୟା ନାବାଳିକା ସହିତ ୧୨ ଘଣ୍ଟା ପର୍ଯ୍ୟନ୍ତ ଗଣଦୁଷ୍କର୍ମ

Advertisment

ଯୁବତୀଙ୍କ ପରିବାର ଲୋକ ଅଭିଯୁକ୍ତର ଘରେ ପହଞ୍ଚି ବିରୋଧ କରିବାରୁ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଅଭିଯୁକ୍ତ ସେମାନଙ୍କୁ ମାଡ଼ ମାରିବା ଥିବା ଅଭିଯୋଗ ହୋଇଛି।ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ତାଙ୍କ ମା’ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପିଲିଭିଟ୍‌ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି।

ଅନ୍ୟପକ୍ଷେ, ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଘଟଣା ପରଠୁ ଅଭିଯୁକ୍ତ ଘର ଲକ୍‌ କରି ଫେରାର ହୋଇଯାଇଛି। ତାକୁ ଧରିବା ଲାଗି ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। 

Advertisment
Rape Case Girl Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ