Advertisment

ରାସ୍ତାକଡ଼ରେ ବସି ଦଶାହ ଭୋଜି ଖାଉଥିଲେ, ମାଡ଼ିଗଲା କାର୍‌

ରାସ୍ତାକଡ଼ରେ ବସି ଦଶାହ ଭୋଜି ଖାଉଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌। କାର୍‌ଟି ଏତେ ଜୋରରେ ଆସିଥିଲା ଯେ, ଗାଡ଼ି ଧକ୍କାରେ ଏକ ଦୋକାନ ମଧ୍ୟ ଭାଙ୍ଗିଯାଇଛି।

18 Injured As Speeding Car Runs Over People At Roadside Funeral Feast In Bihar

18 Injured As Speeding Car Runs Over People At Roadside Funeral Feast In Bihar

Advertisment

ରାସ୍ତାକଡ଼ରେ ବସି ଦଶାହ ଭୋଜି ଖାଉଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌। ଏଥିରେ ୧୮ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିହାରର ସରନ୍ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଗତକାଲି ସରନ୍ ଜିଲ୍ଲାରେ ରାସ୍ତାକଡ଼ରେ ଦଶାହ ଭୋଜିର ଆୟୋଜନ ହୋଇଥିଲା। ଲୋକମାନେ ଦଶାହ ଭୋଜି ଖାଉଥିବା ବେଳେ ହଠାତ୍ ଏକ କାର ଦ୍ରୁତ ଗତିରେ ଆସି ମାଡ଼ି ଯାଇଥିଲା। ଏଥିରେ ୧୮ଜଣ ଗୁରୁତର ଆହତ ହୋଇଛନ୍ତି। କାର୍‌ଟି ଏତେ ଜୋରରେ ଆସିଥିଲା ଯେ, ଗାଡ଼ି ଧକ୍କାରେ ଏକ ଦୋକାନ ମଧ୍ୟ ଭାଙ୍ଗିଯାଇଛି।

Advertisment

ଗୁରୁତରଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗାଡ଼ି ଡ୍ରାଇଭର ମଦ୍ୟପାନ କରିଥିଲେ। ଘଟଣା ପରେ ଉତ୍ତ୍ୟକ୍ତ ଗାଁ ଲୋକେ ସରନ୍ ଜିଲ୍ଲାର ମୁଖ୍ୟ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। 

Accident Car Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ