Advertisment

ପିଲାଙ୍କ ଆବଭାବରେ ପରିବର୍ତ୍ତନ ଆସିଲେ କଣ କରିବା ଜରୁରୀ ?

ପିଲାଙ୍କ ମାନସିକସ୍ଥିତିକୁ ଅଣଦେଖା କରିବା ବିପଦଜନକ ହୋଇପାରେ।

16-yr-old kills mother

16-yr-old kills mother

Advertisment

କେତେ ମାରାତ୍ମକ ହୋଇପାରେ ଅନଲାଇନ୍ ଗେମ୍? କେତେ ସାଂଘାତିକ ହୋଇପାରେ ଏହାର ପରିଣାମ? ଆଗରୁ ଘର ଉଜାଡ଼ୁଥିଲା, ସମ୍ପର୍କ ଭାଙ୍ଗୁଥିଲା ଆଉ ଏବେ ସବୁ ସୀମା ସରହଦ୍‌କୁ ଟପିଯାଇ ମାଆକୁ ଗୁଳି କରି ହତ୍ୟା କରିଛି ୧୬ ବର୍ଷର ପୁଅ। ଆଉ ମୃତଦେହ ସହ ବିତାଇଛି ଦୁଇ ଦିନ। ଏଭଳି କିଛି ଲୋମହର୍ଷଣକାରୀ ଘଟଣା ଦୋହଲାଇ ଦେଇଛି ସାରା ଦେଶକୁ।  ଲକ୍ଷ୍ନୌ ଯମୁନାପୁରୀର ଘଟିଛି ଜଘନ୍ୟକାଣ୍ଡ। PUBG ଖେଳୁଥିବା ପୁଅକୁ ବହୁବାର ବାରଣ କରିଥିଲେ ମାଆ। ଗତ ରବିବାର ପବ୍‌ଜୀ ଖେଳି ୧୦ ହଜାର ଟଙ୍କା ହାରିବା ପରେ ପୁଅକୁ ଆକଟ କରିଥିଲେ। ବାସ୍ ଏତିକିରେ ବିଗିଡ଼ି ଯାଇଥିଲା ସବୁକିଛି। ସେନାରେ କାର୍ଯ୍ୟରତ ଥିବା ବାପାଙ୍କ ପିସ୍ତଲରେ ମାଆଙ୍କୁ ଗୁଳି କରିଥିଲା ପୁଅ।

Advertisment

ଏତିକିରେ ସରିନଥିଲା ଅଭିଯୁକ୍ତ ପୁଅର ଅପରାଧ। ପାଖରେ ଥିବା ଛୋଟ ଭଉଣୀକୁ ବି ଗନ୍ ପଏଣ୍ଟରେ ରଖି ଧମକାଇଥିଲା। ମାଆକୁ ହତ୍ୟା ପରେ ଯେପରି କାହାକୁ ସନ୍ଦେହ ହେବନି ସେଥିପାଇଁ ମୃତଦେହରେ ରୁମ୍ ସ୍ପ୍ରେ ଛିଞ୍ଚିଥିଲା। ତାପର ଦିନ ନିଜର କିଛି ବନ୍ଧୁକୁ ଡାକି ଘରେ ପାର୍ଟି ବି କରିଥିଲା। ଆଉ ପଶ୍ଚିମବଙ୍ଗ ଆସାନସୋଲରେ ଥିବା ବାପାଙ୍କୁ ଫୋନ୍ କରି କେହି ଅଜଣା ବ୍ୟକ୍ତି ଘରେ ପଶି ମାଆକୁ ହତ୍ୟା କରିଥିବା ମନଗଢ଼ା କାହାଣୀ ଶୁଣାଇଥିଲା। ହେଲେ ପୋଲିସ୍‌ର ତଦନ୍ତରେ ସବୁ ସତ କଥା ପଦାକୁ ଆସିଛି।

ଏଇ ଘଟଣା ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି। ଏତେ ଛୋଟ ବୟସରେ ଏତେ ବଡ଼ ଅପରାଧ କେମିତି ଘଟାଇଲା? ଅନଲାଇନ୍ ଗେମ୍ ପାଇଁ କଣ ମାନସିକ ସ୍ଥିତି ବିଗୁଡ଼ୁଛି? ବିଭିନ୍ନ ଅଘଟଣ ପରେ ଗତ ବର୍ଷରୁ ଭାରତରେ ପବଜି ସମେତ ୨ ଶହରୁ ଅଧିକ ଗେମିଂ ଆପ୍‌କୁ ବ୍ୟାନ୍ କରାଯାଇଥିଲା। ତଥାପି କେମିତି ପବଜିକୁ ଖୋଲାଖୋଲି ବ୍ୟବହାର କରୁଛନ୍ତି ପିଲାଏ? ମନସ୍ତତ୍ୱବିତ୍ୱ ମତ ଅନୁସାରେ, କିଶୋର ଅବସ୍ଥାରେ ପିଲାଙ୍କ ପାଖରେ ଯଦି କୌଣସି ପରିବର୍ତ୍ତନ ଆସେ ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା କଥା। ପିଲାଙ୍କ ମାନସିକସ୍ଥିତିକୁ ଅଣଦେଖା କରିବା ବିପଦଜନକ ହୋଇପାରେ।
ରିପୋର୍ଟ: ଗୌତମ ପଣ୍ଡା 

Advertisment
Son Killed Mother
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ