Advertisment

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୧୬ ଜୀବନ

ଝାଡ଼ଖଣ୍ଡ ପାକୁଡ଼ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ପାକୁଡ଼: ଝାଡ଼ଖଣ୍ଡ ପାକୁଡ଼ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ସକାଳେ ବସ୍ ଏବଂ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାକୁଡ଼ ଜିଲ୍ଲା ଅମଡାପାଡ଼ା ଥାନା ଅନ୍ତର୍ଗତ କମରଡିହା ଗାଁ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ବରହରୱାରୁ ଜସିଡିହ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଅମଡାପାଡ଼ା ଆଡ଼ୁ ଆସୁଥିବା ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍‌ କମରଡିହା ଗାଁ ନିକଟରେ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିବା ସହ ଘଟଣାର ଛାନ୍‌ଭିନ୍‌ ଚଳାଇଛି। 

କୁହୁଡ଼ି ଯୋଗୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। 

Road Accident Jharkhand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ