Advertisment

ଭୟଙ୍କର ଦୁର୍ଘଟଣାରେ ୧୫ ମୃତ, ଦୀପାବଳି ଛୁଟି ପାଳିବା ପାଇଁ ଘରକୁ ଯାଉଥିବା ବେଳେ ଚାଲିଗଲା ଜୀବନ...

ବସ୍‌ରେ ପାଖାପାଖି ୧୦୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ସମସ୍ତେ ଦୀପାବଳି ଛୁଟି ପାଳିବା ପାଇଁ ଉତ୍ତରପ୍ରଦେଶ ସ୍ଥିତ ନିଜ ଘରକୁ ଯାଉଥିଲେ।

ଅଦ୍ୟତନ ହୋଇଛି
15 Killed As Bus Collides With Truck

15 Killed As Bus Collides With Truck

Advertisment

ମଧ୍ୟପ୍ରଦେଶର ରିୱାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ପାଖାପାଖି ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଟ୍ରକ୍‌ ସହ ଧକ୍କା ହେବା ଯୋଗୁ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବସ୍‌ରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। NH-30ରେ ମଧ୍ୟପ୍ରଦେଶ ଉତ୍ତରପ୍ରଦେଶର ସୀମାକୁ ଲାଗି ଥିବା ସୁହାଗି ପାହାଡ଼ ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ବସ୍‌ଟି ଜବଲପୁର ରାସ୍ତାର ରିୱା ଦେଇ ଇଲାହାବାଦ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ସୁହାଗି ପାହାଡ଼ ନିକଟରେ ଏକ ଟ୍ରକ୍‌ ସହ ବସ୍‌ଟି ଧକ୍କା ହୋଇଥିଲା। ବସ୍‌ରେ ପାଖାପାଖି ୧୦୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।

ସମସ୍ତେ ଦୀପାବଳି ଛୁଟି ପାଳିବା ପାଇଁ ଉତ୍ତରପ୍ରଦେଶ ସ୍ଥିତ ନିଜ ଘରକୁ ଯାଉଥିଲେ। ବସ୍‌ର ସାମ୍ନାରେ ଏକ ଟ୍ରକ୍‌ ଯାଉଥିଲା। ତେବେ ଟ୍ରକ୍‌ଟି କୌଣସି ଏକ ଗାଡ଼ିକୁ ଧକ୍କା ଦେଇ ରାସ୍ତା ଉପରେ ଛିଡ଼ା ହୋଇଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସି ବସ୍‌ଟି ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। 

Advertisment

Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ