Advertisment

ସୁରକ୍ଷା ମହାବିଭ୍ରାଟକୁ ନେଇ ହୁଲୁସ୍ତୁଲ୍ ପାର୍ଲାମେଣ୍ଟ, ବିଶୃଙ୍ଖଳିତ ଆଚରଣ ପାଇଁ ୧୪ ବିରୋଧୀ ସାଂସଦ ସସପେଣ୍ଡ

ଗତକାଲି ଲୋକସଭାରେ ଦୁଇ ଯୁବକଙ୍କ ଆତଙ୍କ ସୃଷ୍ଟିକାରୀ ଆଚରଣ ପରେ ଆଜି ସିଧା ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଘଟଣାରେ ଗୃହମନ୍ତ୍ରୀଙ୍କ ବୟାନ ସାଙ୍ଗକୁ ଇସ୍ତଫା ଓ ଅଭିଯୁକ୍ତ ସାଗର ଶର୍ମାକୁ ଭିଜିଟର୍ସ ପାସ୍ ପ୍ରଦାନ କରିଥିବା ମହୀଶୂର ବିଜେପି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଛନ୍ତି।

undefined

Attack On Parliament

Advertisment

ବୁଧବାର ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିରରେ ବଡ଼ ସୁରକ୍ଷା ବିଭ୍ରାଟ ପଛର ରହସ୍ୟ ଭେଦିବାକୁ ଚାଲିଛି ଚେଷ୍ଟା। ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଛନ୍ତି ଦିଲ୍ଲୀ ପୋଲିସ୍ ଓ ଗୃହ ମନ୍ତ୍ରାଳୟର ହାଇଲେବଲ୍ ତଦନ୍ତ କମିଟି। ଗିରଫ ଅଭିଯୁକ୍ତଙ୍କୁ ପାତିଆଲା ହାଉସ୍ କୋର୍ଟରେ ହାଜର କରି ୪ ଜଣଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି। ତେଣେ ଗତକାଲିର ଘଟଣାକୁ ନେଇ ଆଜି ଦିନ ତମାମ ସଂସଦର ଉଭୟ ଗୃହ ହୁଲୁସ୍ତୁଲ୍ ହେଉଥିବାବେଳେ ବିଶୃଙ୍ଖଳିତ ଆଚରଣ ପାଇଁ ସସପେଣ୍ଡ ହୋଇଛନ୍ତି ୧୪ ବିରୋଧୀ ସାଂସଦ।

Advertisment

ଗତକାଲି ଲୋକସଭାରେ ଦୁଇ ଯୁବକଙ୍କ ଆତଙ୍କ ସୃଷ୍ଟିକାରୀ ଆଚରଣ ପରେ ଆଜି ସିଧା ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଘଟଣାରେ ଗୃହମନ୍ତ୍ରୀଙ୍କ ବୟାନ ସାଙ୍ଗକୁ ଇସ୍ତଫା ଓ ଅଭିଯୁକ୍ତ ସାଗର ଶର୍ମାକୁ ଭିଜିଟର୍ସ ପାସ୍ ପ୍ରଦାନ କରିଥିବା ମହୀଶୂର ବିଜେପି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଛନ୍ତି। ଗୃହ ଅଧ୍ୟକ୍ଷଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ହଙ୍ଗାମାରୁ ନିବୃତ୍ତ ନହେବାରୁ ଶେଷରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୪ ବିରୋଧୀ ସାଂସଦ ଚଳିତ ଶୀତ ଅଧିବେଶନ ସରିବା ପର୍ଯ୍ୟନ୍ତ ହୋଇଛନ୍ତି ସସପେଣ୍ଡ। ଯାହାଙ୍କ ମଧ୍ୟରୁ କଂଗ୍ରେସର ୯, ସିପିଏମର ୨, ସିପିଆଇର ଜଣେ ଏବଂ ଡିଏମକେର ଜଣ ସାଂସଦ ଅଛନ୍ତି। ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏ ନେଇ ପ୍ରସ୍ତାବ ଆଗତ କରିଥିଲେ, ସେତେବେଳେ ଗୃହ ପରିଚାଳନା ଦାୟିତ୍ୱରେ ଥିବା ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏହାକୁ ପାରିତ କରିଥିଲେ। ସେହିପରି ରାଜ୍ୟସଭାରୁ ଟିଏମସି ସାଂସଦ ଡେରିକ୍ ଓବ୍ରେନଙ୍କୁ ବି ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରିଛନ୍ତି ଅଧ୍ୟକ୍ଷ ଜଗଦୀପ ଧନକଡ଼ ।

ତେଣେ ଲୋକସଭାରେ ଆତଙ୍କରାଜ ଘଟଣା ପରେ ସଂସଦ ସୁରକ୍ଷାକୁ କରାଯାଇଛି ହାଇଟାଇଟ୍ । ଭିଜିଟର୍ସ ପାସକାରୀଙ୍କୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି ତ ଏଣ୍ଟ୍ରି ପଏଣ୍ଟରେ ଜୋତାଠୁ ଟୋପି ଯାଏଁ ହେଉଛି କଡ଼ା ଚେକିଂ। ଆଜି କେବଳ ମକର ଦ୍ୱାର ଦେଇ ସାଂସଦମାନଙ୍କୁ ପ୍ରବେଶ ଅନୁମତି ମିଳିଛି। ସଂସଦ ସୁରକ୍ଷା ଦାୟିତ୍ୱରେ ଥିବା ୮ କର୍ମଚାରୀଙ୍କୁ ନିଲମ୍ବନ କରିଛି ଲୋକସଭା ସେକ୍ରେଟାରିଏଟ୍। ସେପଟେ ଦିଲ୍ଲୀ ପୋଲିସ୍ ଗିରଫ ଅଭିଯୁକ୍ତ ସାଗର ଶର୍ମା, ମନୋରଂଜନ ଡି, ନିଲମ ଆଜାଦ୍, ଅମୋଲ ସିନ୍ଦେ ଓ ଲଳିତ ଝା’କୁ କୋର୍ଟରେ ହାଜର କରିଛି। ଅନ୍ୟଜଣେ ଅଭିଯୁକ୍ତ ଗୁରୁଗ୍ରାମ୍ ର ଭିକି ବର୍ମାକୁ ଏବେ ବି ଖୋଜୁଛି। ଅଭିଯୁକ୍ତମାନେ ଭଗତ ସିଂହ ଫ୍ୟାନ କ୍ଲବ ସଦସ୍ୟ ବୋଲି ଜଣାପଡ଼ିଛି। ସୋସିଆଲ୍ ମିଡିଆରେ ବନ୍ଧୁତା ପରେ କେମିତି ଏକାଠି ହେଉଥିଲେ ? ସଂସଦ ଭିତରେ ଓ ବାହାରେ ଆତଙ୍କିତ କଲାଭଳି ସ୍ଥିତି ସୃଷ୍ଟି କରିବାର କାହିଁକି ଦୁଃସାହସ କଲେ ? ସେ ନେଇ ଖୋଳାତାଡ଼ ଜାରି ରଖିଛନ୍ତି ଉଭୟ ଗୃହ ମନ୍ତ୍ରାଳୟ ଦ୍ୱାରା ଗଠିତ ହାଇଲେବଲ୍ ତଦନ୍ତକାରୀ କମିଟି ଓ ଦିଲ୍ଲୀ ପୋଲିସ୍। ଏମାନଙ୍କ ବିରୋଧରେ ଆତଙ୍କବାଦ ନିରୋଧ ଆଇନ ୟୁଏପିଏରେ ବି କଠୋର ମାମଲା ରୁଜୁ ହୋଇଛି।

Advertisment

ପାର୍ଲାମେଣ୍ଟ ସୁରକ୍ଷା ବଳୟ ଭେଦିବା ଲାଗି ଏମାନେ କେମିତି ପ୍ଲାନ କରିଥିଲେ ? କେଉଁଠି ଏମାନଙ୍କର ମିଟିଂ ହେଉଥିଲା ? ଏ ସବୁ ତଥ୍ୟ ବି ମିଳିଛି। ୧୮ ମାସ ତଳେ ମହୀଶୂରରେ ଏମାନଙ୍କର ପ୍ରଥମ ବୈଠକ ହୋଇଥିଲା। ଯେଉଁଥିରେ ଦରବୃଦ୍ଧି, ବେକାରୀ ଏବଂ ମଣିପୁର ଦଙ୍ଗା ଭଳି ଘଟଣା ପ୍ରତି ଯେଭଳି ଲୋକଙ୍କ ଦୃଷ୍ଟ ଆକର୍ଷଣ କରିହେବ ସେନେଇ ରଣନୀତି ପ୍ରସ୍ତୁତ କରାଯାଇଥିଲା। ପରେ ମାର୍ଚ୍ଚ ମାସରେ ଚଣ୍ଡୀଗଡ଼ ବିମାନ ବନ୍ଦର ନିକଟରେ ଦ୍ୱିତୀୟ ବୈଠକ କରିଥିଲେ ଅଭିଯୁକ୍ତ। ପାର୍ଲାମେଣ୍ଟ ଆକ୍ରମଣ ବାର୍ଷିକୀ ଅବସରରେ ସୁରକ୍ଷା ବଳୟ ଭେଦିବାକୁ ଏମାନଙ୍କ ଯୋଜନା ଥିଲା। ଯେଉଁଥିରେ ସେମାନେ ସଫଳ ହୋଇଗଲେ। ତେବେ ଏହାକୁ ହାଲୁକା ଭାବେ ନ ନେଇ କେଉଁମାନେ ଏମାନଙ୍କୁ ଫଣ୍ଡିଂ କରୁଥିଲେ ଓ କେଉଁ ଆତଙ୍କବାଦୀ ସଂଗଠନଙ୍କ ସହ ଏମାନଙ୍କ ସଂପର୍କ ଅଛି କି ନାହିଁ ତାକୁ, ଖୋଜିବା ଦରକାର ବୋଲି କହିଛନ୍ତି ପୂର୍ବତନ ସଂସଦ ସୁରକ୍ଷା ନିର୍ଦ୍ଦେଶକ । ଏବେ ଦେଖିବାର କଥା ସଂସଦରେ ଆତଙ୍କ ସୃଷ୍ଟିକାରୀଙ୍କ ଅସଲ ଉଦ୍ଦେଶ୍ୟର କେତେଶୀଘ୍ର ହେଉଛି ପର୍ଦ୍ଦାଫାସ୍।

India News Parliament Rajya Sabha MPs Suspended Loksabha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ