Advertisment

ସଂସଦରେ ହଙ୍ଗାମା: ଲୋକସଭାରୁ ୧୪ ନୁହେଁ ୧୩ ସାଂସଦ ସସ୍‌ପେଣ୍ଡ

ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଥିବା ସାଂସଦ ମଧ୍ୟରୁ କଂଗ୍ରେସର ୯ ଜଣ, ସିପିଏମର ୨, ସିପିଆଇର ଜଣେ ଏବଂ ଡିଏମକେର ଜଣ ସାଂସଦ ଅଛନ୍ତି। ସେହିପରି ରାଜ୍ୟସଭାରୁ ଟିଏମସି ସାଂସଦ ଡେରିକ୍ ଓବ୍ରେନଙ୍କୁ ବି ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରିଛନ୍ତି ଅଧ୍ୟକ୍ଷ ଜଗଦୀପ ଧନକଡ଼ ।

14 MPs Suspended

14 MPs Suspended

Advertisment

ବିଶୃଙ୍ଖଳିତ ଆଚରଣ ପାଇଁ ସଂସଦରୁ ୧୫ ନୁହେଁ ୧୪ ବିରୋଧୀ ସାଂସଦ ସସ୍‌ପେଣ୍ଡ । ଚଳିତ ଶୀତ ଅଧିବେଶନ ସରିବ ପର୍ଯ୍ୟନ୍ତ ୧୪ ସାଂସଦ ନିଲମ୍ବିତ ହୋଇଛନ୍ତି। ଲୋକସଭାରୁ ୧୩ ଜଣ ସାଂସଦଙ୍କୁ ସସ୍‌ପେଣ୍ଡ କରାଯାଇଥିବାବେଳେ ରାଜ୍ୟସଭାରୁ ଜଣେ ସାଂସଦଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ପୂର୍ବରୁ ଲୋକସଭାରୁ ୧୪ ଜଣ ସାଂସଦଙ୍କ ନିଲମ୍ବିତ କରିଥିଲେ ବାଚସ୍ପତି। କିନ୍ତୁ ସସ୍‌ପେଣ୍ଡ ସାଂସଦଙ୍କ ମଧ୍ୟରୁ ଜଣେ ଗୃହ ମଧ୍ୟଭାଗକୁ ଆସିନଥିଲେ। ତେଣୁ ତାଙ୍କ ନାଁ ସସ୍‌ପେଣ୍ଡରୁ ବାଦ୍‌ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲୁ। ବାଚସ୍ପତି ତାହା ମାନିନେବାରୁ ୧୩ ଜଣ ସାଂସଦ ସସ୍‌ପେଣ୍ଡ ରହିଲେ ବୋଲି ପ୍ରହ୍ଲାଦ ଯୋଶୀ କହିଛନ୍ତି।

Advertisment

ତେବେ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଥିବା ସାଂସଦ ମଧ୍ୟରୁ କଂଗ୍ରେସର ୯ ଜଣ, ସିପିଏମର ୨, ସିପିଆଇର ଜଣେ ଏବଂ ଡିଏମକେର ଜଣ ସାଂସଦ ଅଛନ୍ତି। ସେହିପରି ରାଜ୍ୟସଭାରୁ ଟିଏମସି ସାଂସଦ ଡେରିକ୍ ଓବ୍ରେନଙ୍କୁ ବି ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରିଛନ୍ତି ଅଧ୍ୟକ୍ଷ ଜଗଦୀପ ଧନକଡ଼ । ଗତକାଲି ସଂସଦ ପରିସରରେ ହଙ୍ଗାମା ଘଟଣାକୁ ନେଇ ଗୃହ ମଧ୍ୟରେ ନାରାବାଜି କରିଥିଲେ ବିରୋଧୀ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରିବା ସହ ତାଙ୍କ ଇସ୍ତଫା ଦାବିରେ ହଟ୍ଟଗୋଳ ଓ ହୋହାଲ୍ଲା କରିଥିଲେ ବିରୋଧୀ।

India News Parliament Lok Sabha Rajya Sabha MPs Suspended
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ