Advertisment

ଓଭର କନଫିଡେନ୍ସ ଜୀବନ ନେଲା ! ସାଙ୍ଗଙ୍କୁ ଚ୍ୟାଲେଞ୍ଜ କରି ୪୫ଟି ଆଇରନ୍‌ ବଟିକା ଖାଇଲେ ସ୍କୁଲ୍‌ ଛାତ୍ରୀ

ମହଙ୍ଗା ପଡ଼ିଲା ବାହାଦୁରୀ ମାରି ସାଙ୍ଗମାନଙ୍କୁ ଚ୍ୟାଲେଞ୍ଜ କରିବା। ଓଭର କନଫିଡେନ୍ସ ହୋଇ ଅଧିକ ଆଇରନ୍‌ ବଟିକା ଖାଇବା ଯୋଗୁ ଜଣେ ୧୩ ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
13-Year-Old Girl Dies After Consuming 45 Iron Pills

13-Year-Old Girl Dies After Consuming 45 Iron Pills

Advertisment

ମହଙ୍ଗା ପଡ଼ିଲା ବାହାଦୁରୀ ମାରି ସାଙ୍ଗମାନଙ୍କୁ ଚ୍ୟାଲେଞ୍ଜ କରିବା। ଓଭର କନଫିଡେନ୍ସ ହୋଇ ଅଧିକ ଆଇରନ୍‌ ବଟିକା ଖାଇବା ଯୋଗୁ ଜଣେ ୧୩ ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ହୋଇଛି। ତାମିଲନାଡୁ ନୀଳଗିରିସ୍‌ ଜିଲ୍ଲାର ଉଟିରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ନାବାଳିକାଙ୍କ ନାଁ ଜୈବା ଫତିମା। ୪୫ଟି ଆଇରନ୍‌ ଓ ଫଲିକ୍‌ ଏସିଡ୍‌ ବଟିକା ଖାଇବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ହସ୍ପିଟାଲ୍‌ରେ ଭର୍ତ୍ତି ହେବାର ୩ ଦିନ ପରେ ଗୁରୁବାର ଦିନ ନାବାଳିକାଙ୍କ ମୃତ୍ୟୁ ହୋଇଛି। 

Advertisment

କନ୍ଦଲ ସ୍ଥିତ ଉଟି ମ୍ୟୁନିସିପାଲ୍‌ ଉର୍ଦ୍ଦୁ ମିଡିଲ୍‌ ସ୍କୁଲ୍‌ରେ ଫତିମା ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ସହପାଠୀଙ୍କୁ ଚ୍ୟାଲେଞ୍ଜ କରି ଅଧିକ ମେଡିସିନ୍‌ ଖାଇବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଫତିମାଙ୍କ ସମେତ ୫ ଜଣ ଛାତ୍ର ଏହି ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ। ଏହାପରେ ସମସ୍ତେ ଆଇରନ୍‌ ଓ ଫଲିକ୍‌ ଏସିଡ୍‌ ବଟିକା ଖାଇଥିଲେ। ଫତିମା ୪୫ଟି ବଟିକା ଖାଇଥିବା ବେଳେ ଅନ୍ୟ ୪ ଜଣ ଛାତ୍ରଛାତ୍ରୀ ୧୦ରୁ ୧୫ ବଟିକା ଖାଇଥିଲେ। ଏହାପରେ ସମସ୍ତେ କ୍ଲାସ୍‌ରୁମ୍‌ରେ ବେହୋସ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଫତିମାଙ୍କୁ କୋଏମ୍ବାଟୁର ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ ଦିନ ମୃତ୍ୟୁ ସହ ସଂଘର୍ଷ କରିବା ପରେ ସେ ଆଖି ବୁଜିଥିଲେ। ବଟିକା ଖାଇଥିବା ଅନ୍ୟ ୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜଣେ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କର ଲିଭର୍‌ ଖରାପ ହୋଇଯାଇଛି।

Advertisment

ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ବଟିକାକୁ ଛାତ୍ରଛାତ୍ରୀମାନେ ଖାଇଥିଲେ। ପ୍ରତି ସପ୍ତାହରେ ଥରେ ଏହି ବଟିକା ଛାତ୍ରଛାତ୍ରୀ ଖାଇଥାନ୍ତି। ହେଲେ ସେମାନେ ଏକାବେଳେ ଏସବୁ ଖାଇ ଦେଇଥିଲେ। ସ୍କୁଲ୍‌ରେ ୨୪୯ ଜଣ ଛାତ୍ରଛାତ୍ରୀ ପଢ଼ନ୍ତି। ସମସ୍ତଙ୍କୁ ୫୦ଟି ଲେଖାଏ ବଟିକା ଦିଆଯାଇଥିଲା। ସ୍କୁଲ୍‌ରେ ଏସବୁ ବଟିକାକୁ ରଖାଯିବା ସହ ଏହା ଦାୟିତ୍ୱରେ ଥିବା ଜଣେ ଶିକ୍ଷକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାକୁ ବଣ୍ଟନ କରିଥାନ୍ତି। 

ଘଟଣାକୁ ନେଇ ୮ ଜଣ ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କ ବିରୋଧରେ ଶିକ୍ଷା ବିଭାଗ ନୋଟିସ ଜାରି କରିଛି। 

Advertisment
Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ