Advertisment

ମୋବାଇଲ ଦେଖୁଥିଲା ଶିଶୁ; ଏତିକି ବେଳେ ପଶି ଆସିଲା ବାଘ, ତାପରେ....

ବାଘକୁ ଘରେ ପୂରାଇ ବାହାରୁ କବାଟ ବନ୍ଦ କରିଦେଲା ୧୨ ବର୍ଷର ଶିଶୁ।

ଅଦ୍ୟତନ ହୋଇଛି
Leopard

Leopard

Advertisment

କଲରାପତରିଆ ବାଘକୁ ଘରେ ପୂରାଇ ବାହାରୁ କବାଟ ବନ୍ଦ କରିଦେଲା ୧୨ ବର୍ଷର ଶିଶୁ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ଏହା ସତ। ମହାରାଷ୍ଟ୍ରର ଜଣେ ୧୨ ବର୍ଷର ଶିଶୁ ଏଭଳି ଅଦମ୍ୟ ସାହସ ଦେଖାଇଛି। ଯେତେବେଳେ ଏକ କଲରାପତରିଆ ବାଘ ଘରେ ପଶିଯାଇଥିଲା ସେ ସମୟରେ ପିଲାଟି ବିଚଳିତ ନହୋଇ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବାଘକୁ ଚାରି କାନ୍ଥ ମଧ୍ୟରେ ବନ୍ଦ କରିବାରେ ସଫଳ ହୋଇଥିଲା। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ଶିଶୁ ଘରେ ବସି ମୋବାଇଲ ବ୍ୟବହାର କରୁଥିଲା। ଏହି ସମୟରେ ଏକ କଲରାପତରିଆ ବାଘ ଘର ଭିତରକୁ ପଶି ଆସିଥିଲା। ତେବେ ବାଘକୁ ଦେଖି ଶିଶୁ ବିଚଳିତ ନ ହୋଇ ତୁରନ୍ତ ବାହାରକୁ ଯାଇ କବାଟ ବନ୍ଦ କରିଦେଇଥିଲା।

Advertisment

କୁହାଯାଉଛି ଯେ ଏହି ଘଟଣାଟି ମହାରାଷ୍ଟ୍ରର ମାଲେଗାଓଁରୁ ଆସିଛି। ଯେଉଁଠାରେ ଗତ ମଙ୍ଗଳବାର ଦିନ ଜଣେ ୧୨ ବର୍ଷର ଶିଶୁ ଘର ମଧ୍ୟରେ ଥିବା ଏକ ସୋଫାରେ ବସି ଫୋନ୍‌ ଦେଖୁଥିଲା । ଏହି ସମୟରେ ଏକ କଲରାପତରିଆ ବାଘ ଘର ଭିତରକୁ ପ୍ରବେଶ କରିଥିଲା। ତେବେ ବାଘଟି ଭିତରକୁ ଆସିବା ମାତ୍ରେ ଛୋଟ ପିଲାଟି ଫୋନ୍‌ ଧରି ବାହାରକୁ ଆସିବା ପରେ ରୁମ୍‌ର କବାଟ ବନ୍ଦ କରିଦେଇଥଲା। ଏହି ୧୨ ବର୍ଷର ଶିଶୁର ନାମ ହେଉଛି ମୋହିତ ଅହିର। ତେବେ ଏହି ଘଟଣା ପରେ ପୋଲିସ୍‌ ଓ ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା । ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ୍‌ ଓ ବନ ବିଭାଗ ଅଧିକାରୀ ପହଞ୍ଚି ବାଘକୁ ଟ୍ରାଙ୍କୁଲାଇଜ୍ କରି ଉଦ୍ଧାର କରିଛନ୍ତି।

Viral Video Leopard
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ