୨୦୨୦ ମସିହାରେ ୧୧ ଦଶମିକ ୮ ପ୍ରତିଶତ ବଢିଛି ସାଇବର କ୍ରାଇମ୍ ! କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୂଚନା

୨୦୧୯ରେ ଦେଶରେ ସାଇବର ଅପରାଧ ୩. ୩ ପ୍ରତିଶତ ଥିବାବେଳେ ୨୦୨୦ରେ ଏହା ୩.୭କୁ ବୃଦ୍ଧି ପାଇଛି । ଏହି ସମସ୍ତ ମାମଲାରୁ ମୋଟ ୬୦.୨ ପ୍ରତିଶତ ମାମଲା ଠକେଇ ସମ୍ପର୍କିତ ବୋଲି ଜଣାପଡ଼ିଛି

ଦେଶରେ ବୃଦ୍ଧି ପାଉଛି ସାଇବର ଅପରାଧ

News Summary

ସବୁଠାରୁ ଅଧିକ ରୁଜୁ ହୋଇଛି ଠକେଇ ମାମଲା

ନୂଆ ନୂଆ ଉପାୟ ଅବଲମ୍ବନ କରି ଅପରାଧ ଘଟାଉଛନ୍ତି ସାଇବର୍ କ୍ରିମିନାଲ

ଦେଶରେ ବୃଦ୍ଧି ପାଉଛି ସାଇବର ଅପରାଧ । ପୂର୍ବ ତୁଳନାରେ ୨୦୨୦ରେ ସାଇବର ଅପରାଧ ୧୧. ୮ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦ରେ ଦେଶରେ ମୋଟ ୫୦ ହଜାର ୩୫ଟି ଅପରାଧ ପଂଜୀକରଣ ହୋଇଥିବା ଜଣାପଡିଛି । ୨୦୧୭ରେ ୨୧ ହଜାର ୭୯୬ ଅପରାଧ, ୨୦୧୮ରେ ୨୭ ହଜାର ୨୪୮, ୨୦୧୯ରେ ୪୪ ହଜାର ୭୩୫ ସାଇବର ଅପରାଧ ରେକର୍ଡ ହୋଇଥିଲା । ଜାତୀୟ କ୍ରାଇମ କେରର୍ଡ ବ୍ୟୁରୋ NCRB ତଥ୍ୟ ଅନୁସାରେ ଏହି ସୂଚନା ମିଳିଛି ।

ଏନେଇ ହୋମ କମିଟିକୁ ସୂଚନା ପ୍ରଦାନ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।୨୦୧୯ରେ ଦେଶରେ ସାଇବର ଅପରାଧ ୩. ୩ ପ୍ରତିଶତ ଥିବାବେଳେ ୨୦୨୦ରେ ଏହା ୩.୭କୁ ବୃଦ୍ଧି ପାଇଛି । ଏହି ସମସ୍ତ ମାମଲାରୁ ମୋଟ ୬୦.୨ ପ୍ରତିଶତ ମାମଲା ଠକେଇ ସମ୍ପର୍କିତ ବୋଲି ଜଣାପଡ଼ିଛି । ମୋଟ ୫୦ ହଜାର ୩୫ ମାମଲାରୁ ୩୦ ହଜାର ୧୪୨ ଠକେଇ ମାମଲା ପଂଜୀକରଣ ହୋଇଛି । ସେହିପରି ଏଥି ମଧ୍ୟରୁ ୬.୬ ପ୍ରତିଶତ ଯୌନ ନିର୍ଯାତନା ସମ୍ପର୍କିତ ରହିଛି ।

ବୃଦ୍ଧି ପାଉଥିବା ସଂଖ୍ୟାକୁ ନେଇ ଗୁରୁତ୍ୱ ଦେଇଛି କେନ୍ଦ୍ର ସରକାରଙ୍କ ଗୃହ କମିଟି । ଅପରାଧ ଘଟାଇବାକୁ ନୂଆ ନୂଆ ଚାଲ ଆପଣାଉଛନ୍ତି ଅପରାଧୀ । ସାଇବର ଅପରାଧ ରୋକିବା ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଅନ୍ୟପଟେ ସାଇବର ଅବରାଧ ରୋକିବାକୁ ରାଜ୍ୟ ଗୁଡିକରେ ଅଧିକ ସଂଖ୍ୟକ ସେଲ୍ ପ୍ରତିଷ୍ଠା କରିବାକୁ ଗୁରୁତ୍ୱ ଦେଇଛି ଗୃହ କମିଟି ।