Advertisment

ଆଉ ଅଳ୍ପ ସମୟ : ଉଦ୍ଧାର ହେବ ରାହୁଲ !

ରାହୁଲ ଜୀବନ ବଞ୍ଚାଇବାକୁ ବୋରେୱଲରେ ସଂଘର୍ଷ ଜାରି ରଖିଛି

ଅଦ୍ୟତନ ହୋଇଛି
Special story

Special story

Advertisment

ବୋରୱେଲରେ ଫସିଥିବା ରାହୁଲକୁ ଉଦ୍ଧାର ପାଇଁ ଜାନ୍ ଲଗାଇ ଦେଇଛି NDRF । ଅଣଓସାରିଆ ସୁଡ଼ଙ୍ଗରେ ରାହୁଲ ପାଖରେ ପହଞ୍ଚିବାକୁ ପ୍ରୟାସ କରାଯାଉଛି । ରାହୁଲ ଜୀବନ ବଞ୍ଚାଇବାକୁ ବୋରେୱଲରେ ସଂଘର୍ଷ ଜାରି ରଖିଛି । ଖୁବ୍ କମ୍ ସମୟ ଭିତରେ ରାହୁଲ ଉଦ୍ଧାର ହେବ ବୋଲି ଆଶ କରାଯାଉଛି । ତେବେ ରାହୁଲକୁ ଉଦ୍ଧାର କିରବା ପରେ ଗ୍ରୀନ୍ କରିଡର ଜରିଆରେ ବିଳାସପୁର ନିଆଯିବ ବୋଲି ସୂଚନା ମିଳିଛି ।

Advertisment

ଛତିଶଗଡ଼ର ଜାଞ୍ଜଗିରି-ଚାମ୍ପା ଜିଲ୍ଲାର ଫିରିଡ଼ ଗାଁରେ ରାହୁଲ ସାହୁଙ୍କୁ ୮୦ ଫୁଟ ଗଭୀର ଗର୍ତ୍ତ ଭିତରୁ ଉଦ୍ଧାର କରିବା ପାଇଁ ଏସ୍‌ଡିଆର୍‌ଏଫ୍‌, ଏନ୍‌ଡିଆର୍‌ଏଫ୍‌, ସେନା ଓ ଜିଲ୍ଲା ପ୍ରଶାସନ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି ।  ଆଜି ସକାଳୁ ବି ଉଦ୍ଧାର କାର୍ଯ୍ୟ ଚାଲିଛି । ପଥର କଟା ଜାରି ରହିଛି। ତେବେ ପିଲାଟିକୁ ଯେପରି କିଛି କ୍ଷତି ନ ପହଞ୍ଚେ ସେଥିଲାଗି ସତର୍କତାର ସହ ପଥର କଟିଂ କରାଯାଉଛି । ମେଡିକାଲ ଟିମ୍‌ ମଧ୍ୟ ପ୍ରସ୍ତୁତ ରହିଛି । ଖୁବଶୀଘ୍ର ରାହୁଲକୁ ରେସ୍କ୍ୟୁ ଟିମ୍ ଉଦ୍ଧାର କରିବ ବୋଲି ସୂଚନା ମିଳିଛି।

ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସ୍ଥାନୀୟ ଜିଲ୍ଲାପାଳ କହିଛନ୍ତି । ତେବେ କାଲି ରାତିରୁ ରାହୁଲ ଖାଦ୍ୟ ଗ୍ରହଣ କରି ନାହିଁ। ରାହୁଲ ରେସପଣ୍ଡ୍ କରୁଛି । ଆଖି ପତା ହଲାଉଛି । ହେଲେ କଠିନ ପଥର ଆସ୍ତରଣ ପାଇଁ ସୁଡ଼ଙ୍ଗରେ ସମସ୍ୟା ହେଉଛି ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment
Rescue Operations Chhattisgarh Boy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ