10 year old boy in the deep oh 80 feet, rescue operation going on
୮୦ ଫୁଟ୍ ତଳେ ଜୀବନ, ସୁରକ୍ଷିତ ଉଦ୍ଧାର ପାଇଁ ଚାଲିଛି ରେସ୍କ୍ୟୁ ଅପରେସନ୍। ମାଟି ତଳେ ଯେଉଁଠି କିଛି ସେକେଣ୍ଡ ରହିବା କଷ୍ଟକର, ସେଠି ବଞ୍ଚିବା ପାଇଁ ଚାଲିଛି ଅହରହ ସଂଘର୍ଷ। ଏମିତି ଏକ ବିଚଳିତ କଲା ଭଳି ଦୃଶ୍ୟ ଛତିଶଗଡ଼ ଜଞ୍ଜିର-ଚମ୍ପା ଜିଲ୍ଲାର ଫିରିଡ୍ ଗାଁରୁ ଆସିଛି। ଘର ପଛପଟେ ଖେଳୁଥିବା ବେଳେ ଏହି ନିର୍ମାଣଧୀନ ବୋର୍ୱେଲ୍ରେ ଖସି ପଡ଼ିଛି ୧୦ ବର୍ଷର ବାଳକ ରାହୁଲ ସାହୁ।
ଏହା ପରେ ଓଡ଼ିଶାରୁ ଯାଇଥିବା ଏନ୍ଡିଆର୍ଏଫ୍ ଟିମ୍ , ଛତିଶଡ଼ ସରକାରଙ୍କ ଅଗ୍ନିଶମ ବିଭାଗ ଏବଂ ପୋଲିସ୍ ପକ୍ଷରୁ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି ଉଦ୍ଧାର କାର୍ଯ୍ୟ। ଅପରେସନ୍ ସରିବା ପର୍ଯ୍ୟନ୍ତ ୮୦ ଫୁଟ ତଳେ ଥିବା ରାହୁଲକୁ ଜୀବିତ ରଖିବା ହେଉଛି ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍। ତେଣୁ ପାଇପ୍ ଦେଇ ତା’ ନିକଟରେ ଅକ୍ସିଜେନ୍ ଓ ଖାଦ୍ୟ ପହଞ୍ଚା ଯାଉଛି । ପ୍ରତିଟି ମୁହୂର୍ତ୍ତକୁ ଅନୁଧ୍ୟାନ କରିବା ପାଇଁ ଲେଜର୍ କ୍ୟାମେରା ଖଞ୍ଜାଯାଇଛି।
ରାହୁଲଙ୍କୁ ଉଦ୍ଧାର କରିବାକୁ ବୋର୍ୱେଲ୍ ସହ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳା ଚାଲିଛି। ରାହୁଲ ଫସିଥିବା କିଛି ଦୂରରେ କରାଯାଉଛି ସୁଢ଼ଙ୍ଗ। ଏନ୍ଡିଆର୍ଏଫ୍ର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଓ ଅଭିଜ୍ଞ ଅଧିକାରୀ ଏଥିରେ ଲାଗିଛନ୍ତି। ତା’ସହ ଗୁଜରାଟରୁ ସ୍ୱତନ୍ତ୍ର ରୋବଟ୍ ସ୍ପେଶାଲିଷ୍ଟ ଘଟଣାସ୍ଥଳରେ ପହଞ୍ଚିବେ।ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଘଟଣାର ଅନୁଧ୍ୟାନ କରିବା ସହ ରାହୁଲଙ୍କ ପରିବାର ଲୋକଙ୍କ ସହ ଭିଡିଓ କଲ୍ ମାଧ୍ୟମରେ କଥା ହୋଇଛନ୍ତି।
ପ୍ରକାଶଥାଉ ଯେ ଚାଷ ଜମିକୁ ପାଣି ପହଞ୍ଚାଇବା ପାଇଁ ଏହି ବୋର୍ୱେଲ୍ ଖୋଳା ଯାଇଥିଲା। ତେବେ ପାଣି ନ ବାହାରିବାରୁ ଏହାକୁ ଏପରି ଖୋଲା ଛାଡ଼ି ଦେଇଥିଲେ ରାହୁଲଙ୍କ ବାପା। ଗତକାଲି ଘର ପଛ ପଟେ ଖେଳୁ ଖେଳୁ ସେ ଏହି ଗାତରେ ପଡ଼ି ଯାଇଥିଲା।
ତେବେ ବୋର୍ୱେଲ୍ରେ ପିଲା ଖସି ପଡ଼ିବା ଏହି ଗୋଟିଏ ଘଟଣା ନୁହେଁ ।୨୦୦୬ରେ ହରିୟାଣା କୁରୁକ୍ଷେତ୍ରର ପ୍ରିନ୍ସ ଘର ପାଖ ଖୋଲା ବୋର୍ୱେଲ୍ ଗାତରେ ଖସି ପଡ଼ିଥିଲେ। ସେତେବେଳର ରେସ୍କ୍ୟୁ ଅପରେସନ୍ ସାରା ଦେଶରେ ଚର୍ଚ୍ଚା ପାଲଟିଥିଲା। ଏହାପରେ ଦେଶରେ ଏକାଧିକ ଏଭଳି ଘଟଣା ଘଟିଛି। ବାରମ୍ବାର ଲୋକଙ୍କ ଅସାବଧାନତା ଯୋଗୁଁ ଅନେକ ଛୋଟ ପିଲାଙ୍କ ଜୀବନ ବି ଯାଇଛି। ଏଥିପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକତା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654961711.jpg)