Advertisment

ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। CAPF, ଆସାମ ରାଇଫଲ୍ସ ନିଯୁକ୍ତିରେ ମିଳିବ ୧୦% ସଂରକ୍ଷଣ।

ଅଦ୍ୟତନ ହୋଇଛି
10% vacancies for recruitment in CAPFs & Assam Rifles for Agniveers

10% vacancies for recruitment in CAPFs & Assam Rifles for Agniveers

Advertisment

କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ବିରୋଧରେ ସାରା ଦେଶରେ ଆନ୍ଦୋଳନ ତୀବ୍ର ହେବାରେ ଲାଗି ରହିଥିବାବେଳେ ଏହି ସମୟରେ ବଡ଼ ଘୋଷଣା ହୋଇଛି। ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। CAPFs, ଆସାମ ରାଇଫଲ୍ସ ନିଯୁକ୍ତିରେ ମିଳିବ ୧୦% ସଂରକ୍ଷଣ। 

Advertisment

ଗୃହମନ୍ତ୍ରାଳୟ ପକ୍ଷରୁ CAPFs, ଆସାମ ରାଇଫଲ୍ସ ନିଯୁକ୍ତିରେ ‘ଅଗ୍ନିପଥ’ ଯୋଜନା ଅନ୍ତର୍ଗତ ୪ ବର୍ଷ ପୁରଣ କରିଥିବା ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ ଦିଆଯିବ ବୋଲି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିସହ ନିଯୁକ୍ତି ବେଳେ ସେମାନଙ୍କର ବୟସ ୩ବର୍ଷ କୋହଳ କରାଯିବ।  ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ପାଇଁ ନିର୍ଦ୍ଧାରିତ ବୟସ ସୀମାର ୫ବର୍ଷ କୋହଳ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି

Advertisment

‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। କେଉଁଠି ଆନ୍ଦୋଳନକାରୀମାନେ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି ତ ଆଉ କେଉଁଠି ପଥରମାଡ଼ ହୋଇଛି। ଏସବୁ ଭିତରେ ବିରୋଧ ପ୍ରଦର୍ଶନ ବେଳେ ତେଲେଙ୍ଗାନାର ସିକନ୍ଦରାବାଦରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସାରା ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ କରି ୭ଟି ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ବିହାର, ଉତ୍ତରପ୍ରଦେଶ ଓ ତେଲେଙ୍ଗାନାରେ ଆନ୍ଦୋଳନକାରୀ ଟ୍ରେନ୍ ଜଳାଇ ଦେଇଛନ୍ତି।

ବିହାରରେ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ଘର ଉପରକୁ ଆକ୍ରମଣ ହୋଇଛି। ବିହାର ରାଜ୍ୟ ବିଜେପି ମୁଖ୍ୟ ସଞ୍ଜୟ ଜୟସ୍ୱାଲଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ ହୋଇଛି। ଆନ୍ଦୋଳନକାରୀଙ୍କ ଉଗ୍ର ହିଂସା ଯୋଗୁ ସାରା ଦେଶରେ ପ୍ରାୟ ୨୦୦ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ୩୫ଟି ଟ୍ରେନ୍‌ ବାତିଲ କରାଯାଇ ଥିବାବେଳେ ୧୩ଟି ସାମୟିକ ଭାବେ ବନ୍ଦ ରଖାଯାଇଛି। ବିହାରର ୧୨ଟି ଜିଲ୍ଲାରେ ୧୯ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ସହ ନେଟ୍‌ୱାର୍କିଂ ସାଇଟ୍‌କୁ ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି।

Advertisment

୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ କିଛି ଦିନ ପୂର୍ବେ ‘ଅଗ୍ନିପଥ’ ଯୋଜନା ଘୋଷଣା ହୋଇଥିଲା। ତେବେ ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି। 

Agnipath Agnipath Scheme Agnipath Protest Agnipath Recruitment Scheme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ