10 Patients Die In Fire At Covid Ward
ମୁମ୍ବାଇ: ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲା ସ୍ଥିତ କୋଭିଡ୍ ହସ୍ପିଟାଲରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡ ଯୋଗୁ ୧୦ ଜଣ କୋଭିଡ୍ ଆକ୍ରାନ୍ତ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି। ଏନେଇ ଅହମ୍ମଦନଗର ଜିଲ୍ଲାପାଳ ରାଜେନ୍ଦ୍ର ଭୋସଲେ ସୂଚନା ଦେଇଛନ୍ତି। ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ହସ୍ପିଟାଲ୍ର କୋଭିଡ୍ ୱାର୍ଡରେ ଥିବା ICUରେ ନିଆଁ ଲାଗିଥିବା ଜଣାପଡ଼ିଛି।
କୋଭିଡ୍ ୱାର୍ଡରେ ୧୭ ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ଅଗ୍ନିକାଣ୍ଡରେ ୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଅଘଟଣ ପରେ ଅନ୍ୟମାନଙ୍କୁ ଅନ୍ୟ ଏକ ହସ୍ପିଟାଲ୍ର କୋଭିଡ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି।
ତେବେ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ିନି। ଇଲେକ୍ଟ୍ରିକାଲ୍ ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂଚନା ମିଳିଛି। ତେବେ ଏହାର ତଦନ୍ତ କରାଯିବ ବୋଲି ଜଣାପଡ଼ିଛି। ଭିଡିଓରେ ଦେଖିବାକୁ ମିଳିଛି, ହସ୍ପିଟାଲ୍ର ତଳ ମହଲାରୁ ଧୂଆଁ ବାହାରୁଛି। ଡାକ୍ତର ଓ ମେଡିକାଲ୍ ଷ୍ଟାଫ୍ମାନେ ନିଆଁରୁ ଅନ୍ୟମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636187920.jpg)