Advertisment

ଦିନକରେ ୧୦ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ, ବଢ଼ିଲା ଚିନ୍ତା...

ଦିନକୁ ଦିନ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଆଜି ନୂଆଦିଲ୍ଲୀରେ ୧୦ ନୂଆ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି।

undefined

Coronavirus

Advertisment

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ିଛି। ଦିନକୁ ଦିନ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଆଜି ନୂଆଦିଲ୍ଲୀରେ ୧୦ ନୂଆ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। 

Advertisment

ଭାରତରେ ୯୦ରୁ ଅଧିକ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ କେବଳ ନୂଆଦିଲ୍ଲୀରୁ ୨୦ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୩୨ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକ, ଗୁଜରାଟ, କେରଳ, ତାଲନାଡୁ, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶରେ ମଧ୍ୟ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରେ ୫ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି।

ୟୁକେରେ ୧୧,୭୦୮ ଜଣ ନୂଆ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ବେଳେ ଡେନମାର୍କରେ ୯,୦୦୯ ଜଣ ଆକ୍ରାନ୍ତ ହୋଇଛନ୍ତି। ତୃତୀୟ ସ୍ଥାନରେ ନର୍‌ୱେ ଓ ଚତୁର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଛି। ଏହି ୨ ଦେଶରେ ଯଥାକ୍ରମେ ୧,୭୯୨ ଓ ୧,୧୩୪ ଜଣ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। 

Advertisment
COVID19 Omicron Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ