Advertisment

ଘାଟିରୁ ଖସିଲା ସ୍କୁଲ୍‌ ବସ୍‌, ଛାତ୍ରଛାତ୍ରୀଙ୍କ ସମେତ ୧୦ ଜଣଙ୍କ ଗଲା ଜୀବନ

ସ୍କୁଲ ବସ୍ ଦୁର୍ଘଟଣା ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଛି। ବସ୍‌ଟି ଘାଟିରୁ ରାସ୍ତା ତଳକୁ ଖସି ପଡ଼ିଥିଲା। ଆଜି ସକାଳ ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଅଦ୍ୟତନ ହୋଇଛି
 Bus Falls Into Gorge In Himachal Pradesh

Bus Falls Into Gorge In Himachal Pradesh

Advertisment

ଘାଟିରୁ ଖସିଲା ବସ୍‌। ହିମାଚଳ ପ୍ରଦେଶରେ ସ୍କୁଲ ବସ୍ ଦୁର୍ଘଟଣା ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଛି। ହିମାଚଳପ୍ରଦେଶ କୁଲ୍ଲୁ ଜିଲ୍ଲାର ନିଓଲି-ସାନସେର ରାସ୍ତାର ଜଙ୍ଗ୍‌ଲା ଅଞ୍ଚଳରେ ଘରୋଇ ସ୍କୁଲ୍‌ ବସ୍‌ଟି ଘାଟିରୁ ରାସ୍ତା ତଳକୁ ଖସି ପଡ଼ିଥିବା ଜଣାପଡ଼ିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ସ୍କୁଲ୍‌ ବସ୍‌ଟି ସାଇଞ୍ଜ ଉପତ୍ୟକାର ନିଓଲି-ସାନସେର ରାସ୍ତାର କୁଲ୍ଲୁରୁରୁ ସାଇଞ୍ଜ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବସ୍‌ଟି ଘାଟିରୁ ରାସ୍ତା ତଳକୁ ଖସି ପଡ଼ିଥିଲା। ଆଜି ସକାଳ ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଛାତ୍ରଛାତ୍ରୀଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ବ୍ୟକ୍ତି ଆହତ ହୋଇଛନ୍ତି। 

ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Advertisment

Bus Accident Himachal Pradesh School Bus Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ