Advertisment

କରୋନା ଟିକାକରଣରେ ଭାରତର ଐତିହାସିକ ମାଇଲ୍‌ଖୁଣ୍ଟ,୧୦୦ କୋଟି ଡୋଜ୍ ଟପିଲା ଟିକାକରଣ

କରୋନା ଟିକାକରଣରେ ଐତିହାସିକ ମାଇଲଖୁଣ୍ଟ। ଆଜି ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହୋଇଛି। ଚଳିତ ବର୍ଷ ଜାନୁଆରୀ ୧୬ରେ ଭାରତରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିଲା।

ଅଦ୍ୟତନ ହୋଇଛି
1 Billion Vaccinations Milestone

1 Billion Vaccinations Milestone

Advertisment

ନୂଆଦିଲ୍ଲୀ: କରୋନା ଟିକାକରଣରେ ଭାରତର ଐତିହାସିକ ମାଇଲଖୁଣ୍ଟ। ଆଜି ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହୋଇଛି। ଏଥିପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏକ ଗୀତ ଉନ୍ମୋଚନ କରିବେ। ଏହାସହ ଲାଲ୍‌କିଲ୍ଲାରେ ଉଡ଼ିବ ସବୁଠାରୁ ବଡ଼ ଜାତୀୟ ପତାକା। ସମ୍ପୂର୍ଣ୍ଣ ଖଦିରେ ଏହି ପତାକାକୁ ତିଆରି କରାଯାଇଛି। 

Advertisment

ଚଳିତ ବର୍ଷ ଜାନୁଆରୀ ୧୬ରେ ଭାରତରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା। ଏହାପରେ କରୋନା ଯୋଦ୍ଧା, ୪୫ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡିତ ରୋଗୀଙ୍କୁ କରୋନା ଟିକା ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୭୫% ବୟସ୍କଙ୍କୁ ଗୋଟିଏ ଡୋଜ୍ ଟିକା ଦିଆଯାଇ ଥିବାବେଳେ ୩୧% ବୟସ୍କ ଦୁଇଟି ଡୋଜ୍ ଟିକା ନେଇଛନ୍ତି। 

ଅନ୍ୟପକ୍ଷେ, ଓଡ଼ିଶାରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ୨୪ ଘଣ୍ଟାରେ ଓଡ଼ିଶାରେ ୫୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବର୍ଗର ୮୨ ଜଣ ଆକ୍ରାନ୍ତ ଅଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୩୦୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୨୧୬ ରହିଛି। 

Advertisment
COVID-19 Vaccination Drive COVID Vaccination
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ