Advertisment

ହାଇକୋର୍ଟରେ ତୁ ତୁ ମେଁ ମେଁ : ଚାଲିଥିଲା ଲାଇଭ ଷ୍ଟ୍ରିମ୍‌, ଦୁଇ ଜଜ୍‌ ଲାଗିଗଲେ କଳି

କାହିଁକି ହାଇକୋର୍ଟ ଭିତରେ କଳି ହେଲେ ଦୁଇ ଜଜ୍‌ ? କ’ଣ ଥିଲା କାରଣ ?

ଅଦ୍ୟତନ ହୋଇଛି
Gujarat High Court

Gujarat High Court

Advertisment

ଗୁଜରାଟ ହାଇକୋର୍ଟ ଭିତରେ ହାଇଭୋଲଟେଜ ଡ୍ରାମା । ଛୋଟ ପିଲାଙ୍କ ପରି ଯୁକ୍ତିତର୍କ ଆରମ୍ଭ କରିଦେଲେ ଦୁଇ ଜଜ୍‌ । କେହି କାହା କଥା ଶୁଣିବାକୁ ନାରାଜ...ଶୁଣାଣି ସମୟରେ ପୀଠରେ ସାମିଲ ଦୁଇ ଜଜ୍‌ଙ୍କ ମଧ୍ୟରେ କଥା କଟାକଟି । ଗୁଜରାଟ ହାଇକୋର୍ଟ ଭିତରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Advertisment

ଗୁଜରାଟ ହାଇକୋର୍ଟରେ ସୋମବାର ଦିନ ଜଷ୍ଟିସ୍‌ ବିରେନ୍‌ ବୈଷ୍ଣବ ଓ ଜଷ୍ଟିସ୍‌ ମୌନା ଭଟ୍ଟ ଏକ ମାମଲାର ଶୁଣାଣି କରୁଥିଲେ । ହେଲେ ହଠାତ୍‌ କୋର୍ଟ ରୁମ ସରଗରମ ହୋଇ ଉଠିଥିଲା ।  ଜଷ୍ଟିସ୍‌ ମୌନା ଭଟ୍ଟ, ଜଷ୍ଟିସ୍‌ ବିରେନ୍‌ ବୈଷ୍ଣବଙ୍କ କଥାରେ ଅସହମତି ପ୍ରକାଶ କରିଥିଲେ । ଗୁଣୁଗୁଣୁ ହୋଇ କିଛି କହିଥିଲେ । ଆଉ ଏଥିରେ ରାଗି ଯାଇଥିଲେ ଜଷ୍ଟିସ୍‌ ବିରେନ ବୈଷ୍ଣବ ।

Advertisment

ଉଭୟଙ୍କ ମଧ୍ୟରେ କଳି ଆରମ୍ଭ ହୋଇଯାଇଥିଲା । ଅସହମତି ଯୋଗୁଁ ଉଭୟେ ହିତହିତା ଜ୍ଞାନ ହରାଇ ବସିଥିଲେ । ଜଷ୍ଟିସ ବିରେନ୍‌ ବୈଷ୍ଣବଙ୍କ  କହିଥିଲେ, ଆମେ ପରସ୍ପର ଠାରୁ ଅଲଗା, ତେଣୁ ଆପଣଙ୍କ ମତ ଭିନ୍ନ । ଏହାର ଉତ୍ତରରେ ଜଷ୍ଟିସ ମୌନା ଭଟ୍ଟ କହିଥିଲେ, ଏହା ଭିନ୍ନ ହେବା ପ୍ରଶ୍ନ ନୁହେଁ। ଏହାଶୁଣି ଜଷ୍ଟିସ ବିରେନ୍‌ ବୈଷ୍ଣବ ଆହୁରି ରାଗି ଯାଇଥିଲେ।

ଜଷ୍ଟିସ ମୌନା ଭଟ୍ଟଙ୍କୁ ସେ କହିଥିଲେ, ମୋ କାନ ପାଖରେ ଅଧିକ ଭଡ଼ ଭଡ଼ ହୁଅ ନାହିଁ। ଅସୁବିଧା ହେଲା ଅଲଗା ରାୟ ପାରିତ କରନ୍ତୁ । ଆମେ ଏ ମାମଲାର ଶୁଣାଣି ହୋଇପାରିବ ନାହିଁ କହି ସେଠାରୁ ଉଠି ଚାଲିଯାଇଥିଲେ। ଏହି ସମସ୍ତ ଘଟଣାର ଭିଡିଓ କୋର୍ଟ ରୁମ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଥିଲା। ଏଥିସହ ୟୁଟ୍ୟୁବରେ ଲାଇଭ୍‌ ଷ୍ଟ୍ରିମିଂ ମଧ୍ୟ ହୋଇଥିଲା।

Advertisment

ସୂଚନାଯୋଗ୍ୟ ଗୁଜରାଟ ହାଇକୋର୍ଟ ନିଜ ୟୁଟ୍ୟୁବ ଚ୍ୟାନେଲରେ ସମସ୍ତ ବେଞ୍ଚର ଶୁଣାଣିକୁ ଲାଇଭ୍‌ ଷ୍ଟ୍ରିମିଂ କରିଥାଏ । ସେଥିପାଇଁ ଲାଇଭ୍ ଷ୍ଟ୍ରିମ୍ ସମୟରେ ଘଟିଥିବା ଦୁଇ ଜଜ୍‌ଙ୍କ ଝଗଡ଼ା ୟୁଟ୍ୟୁବ୍ ଚ୍ୟାନେଲରେ ଦେଖିବାକୁ ମିଳିଥିଲା । ତେବେ ପରେ ଭିଡିଓକୁ ୟୁଟ୍ୟୁବରୁ ହଟାଇ ଦିଆଯାଇଥିଲା । 

Gujarat High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ