Advertisment

ଆଇସ୍‌କ୍ରିମ୍‌ର ଦାମ୍‌ ୬୦ ହଜାର ଟଙ୍କା: ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ...

ସୂଚନା ଅନୁଯାୟୀ, ଦୁବାଇର ସ୍କୁପି କ୍ୟାଫେରେ ବ୍ଲାକ୍ ଡାଇମଣ୍ଡ ନାମରେ ଏକ ଆଇସକ୍ରିମ୍ ପରସା ଯାଏ। ଯାହାର ଦାମ୍‌ ୬୦ ହଜାର ଟଙ୍କା ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାକୁ ଖାଇବାକୁ ଅନେକ ଲୋକ ପୂର୍ବରୁ ଟିକେଟ୍‌ ମଧ୍ୟ ବୁକିଂ କରୁଥିବା ଜଣାଯାଏ

ଆଇସ୍‌କ୍ରିମ୍‌ର ଦାମ୍‌ ୬୦ ହଜାର ଟଙ୍କା: ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ...

Ice Cream

Advertisment

ନୂଆଦିଲ୍ଲୀ: ଆଇସ୍‌କ୍ରିମ୍‌ର ଦାମ୍ ୬୦ ହଜାର ଟଙ୍କା। ହୁଏତ ଏହାକୁ ଶୁଣିଲେ ଆପଣ କହିବେ,ଏହା କୌଣସି ଗୁଜବ ବୋଲି। କାରଣ ଆଇସକ୍ରିମରେ ଏମିତି କଣ ରହିଛି ଯେ, ଏହାର ଦାମ୍ ଏତେ ଅଧିକ ରହିଛି। ସାଧାରଣ ଭାବରେ ଆଇସକ୍ରିମ୍ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି। ଏମିତିକି ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଆଇସକ୍ରିମ ଖାଇଥାଆନ୍ତି। ଏବେ ଆଇସକ୍ରିମ ବହୁ ପ୍ରକାରରେ ବିକ୍ରି ମଧ୍ୟ ହେଉଛି। ତେବେ ଆପଣମାନେ ମଧ୍ୟ କେବେ ନା କେବେ ନିଶ୍ଚୟ ଆଇସକ୍ରିମ୍ ଖାଉଥିବେ ଓ ଭଲପାଉଥିବେ ମଧ୍ୟ । ଆଉ ଆମେ ସମସ୍ତେ ସାଧାରଣ ଭାବରେ ୫ ଟଙ୍କାରୁ ଆରମ୍ଭ କରି ୫୦,୧୦୦ କିମ୍ବା ଅତିବେଶିରେ ୨୦୦ ଟଙ୍କିଆ ଆଇସ୍‌କ୍ରିମ୍‌ ଖାଇଥାଉ। ନହେଲେ ଅତି ଦାମୀ ଆଇସକ୍ରିମ୍ ହୋଇଥିଲେ ତାହା ବାବଦକୁ ଆମକୁ ୫୦୦ ଟଙ୍କା ଦେବାକୁ ପଡ଼ିଥାଏ। କିନ୍ତୁ ଯଦି କେହି ଆପଣଙ୍କୁ ଆଇସକ୍ରିମ୍ ବାବଦକୁ ୬୦ ହଜାର ଟଙ୍କା ମାଗେ, ତେବେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ କହିବେ ଏହି ଆଇସକ୍ରିମ୍‌ରେ ଏମିତି କଣ ରହିଛି ଯେ, ଏହାର ଦାମ୍‌ ଏତେ ଅଧିକ ରହିଛି?

Advertisment

ସୂଚନା ଅନୁଯାୟୀ, ଦୁବାଇର ସ୍କୁପି କ୍ୟାଫେରେ ବ୍ଲାକ୍ ଡାଇମଣ୍ଡ ନାମରେ ଏକ ଆଇସକ୍ରିମ୍ ପରସା ଯାଏ। ଯାହାର ଦାମ୍‌ ୬୦ ହଜାର ଟଙ୍କା ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାକୁ ଖାଇବାକୁ ଅନେକ ଲୋକ ପୂର୍ବରୁ ଟିକେଟ୍‌ ମଧ୍ୟ ବୁକିଂ କରୁଥିବା ଜଣାଯାଏ। ବ୍ଲାକ୍ ଡାଇମଣ୍ଡ ଆଇସକ୍ରିମର ଦାମ ହେଉଛି ୮୪୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୬୨, ୯୦୦ ଟଙ୍କା । ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ୍ ବୋଲି କୁହାଯାଏ। ଏତେ ମହଙ୍ଗା ହେବା ପରେ ମଧ୍ୟ ଏହାର ସ୍ୱତନ୍ତ୍ରତା ଓ ଚାହିଦା ମଧ୍ୟ ରହିଛି। ଏହି ଆଇସକ୍ରିମରେ ଇଟାଲିଆନ୍ ଟ୍ରଫଲ୍ସ, ଏମବ୍ରୋସିୟଲ ଇରାନୀ କେସର ଏବଂ ଖାଇବା ଯୋଗ୍ୟ ୨୩ କ୍ୟାରେଟ୍ ସୁନାର କୋଟ୍ ଦିଆଯାଇଥାଏ । ଯେଉଁଥିପାଇଁ ଏହି ଆଇସକ୍ରିମର ସ୍ୱାଦ ବେଶ୍ ନିଆରା । ଏବଂ ସାରା ବିଶ୍ୱରେ ଏହା ସବୁଠାରୁ ମହଙ୍ଗା ଆଇସକ୍ରିମ୍ । ଏଠାରେ କହିରଖୁଛୁ ଯେ, ଏହାକୁ ଖାଇବାକୁ ହେଲେ ପ୍ରଥମେ କିଛି ଟଙ୍କା ଜମା କରିବାକୁ ପଡ଼ିଥାଏ। ପରେ ଏହି ଆଇସକ୍ରିମ ମିଳିଥାଏ। ଏତେ ଅଧିକ ଦାମ୍ ରହିଥିବାରୁ ଏବେ ପୂରା ବିଶ୍ୱରେ ଏହି ଆଇସକ୍ରିମକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି।

Advertisment
Dubai Ice Cream
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ