Advertisment

ପୁଅ ଜନ୍ମଦିନକୁ ଘରକୁ ଆସିଥାନ୍ତେ, କଥା ଦେଇ ହୋଇଗଲେ ସହିଦ

ପୁଅ ଜନ୍ମଦିନରେ ଘରକୁ ଫେରିବେ ବୋଲି ସ୍ତ୍ରୀକୁ କଥା ଦେଇଥିଲେ। ହେଲେ ତା’ପୂର୍ବରୁ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇପଡ଼ିଲେ। ପରିବାର ଲୋକ ମଧ୍ୟ ଜାଣିନଥିଲେ ତାଙ୍କର ଏହି ଖୁସିକୁ ଭଗବାନ ସବୁଦିନ ପାଇଁ ସେମାନଙ୍କ ପାଖରୁ ଛଡ଼ାଇ ନେବେ।

ଅଦ୍ୟତନ ହୋଇଛି
Martyred Soldier Suman Swargiary

Martyred Soldier Suman Swargiary

Advertisment

ଇମ୍ଫାଲ: ପୁଅ ଜନ୍ମଦିନରେ ଘରକୁ ଫେରିବେ ବୋଲି ସ୍ତ୍ରୀକୁ କଥା ଦେଇଥିଲେ। ହେଲେ ତା’ପୂର୍ବରୁ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇପଡ଼ିଲେ। ପରିବାର ଲୋକ ମଧ୍ୟ ଜାଣିନଥିଲେ ତାଙ୍କର ଏହି ଖୁସିକୁ ଭଗବାନ ସବୁଦିନ ପାଇଁ ସେମାନଙ୍କ ପାଖରୁ ଛଡ଼ାଇ ନେବେ। ମଣିପୁରରେ ଆତଙ୍କବାଦୀମାନେ ଆସାମ ରାଇଫଲ୍ସର ଜଣେ କର୍ଣ୍ଣେଲଙ୍କ ସମେତ ୭ ଜଣଙ୍କୁ ବର୍ବର ହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରେ ଆସାମ ରାଇଫଲ୍ସର ଯବାନ ସୁମନ ସ୍ୱାରଗିରି ଅଛନ୍ତି। ସୁମନଙ୍କ ସହିଦ ହେବା ଖବର ପାଇବା ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି। ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। 

Advertisment

ପରିବାର ଲୋକଙ୍କ କହିବା ଅନୁସାରେ, ସୁମନ, ପୁଅର ୩ୟ ତମ ଜନ୍ମଦିନରେ ଘରକୁ ଆସିବାର ଥିଲା। ଡିସେମ୍ବରରେ ସେ ଘରକୁ ଆସିଥାନ୍ତେ। ହେଲେ ଏବେ ତାଙ୍କର ସହିଦ ଖବର ପାଇ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଆକ୍ରମଣ ଘଟଣାର ଘଣ୍ଟାଏ ପୂର୍ବରୁ ସୁମନ ପତ୍ନୀଙ୍କ ସହ ଫୋନ୍‌ରେ କଥା ହୋଇଥିଲେ।

ସହିଦ ସୁମନଙ୍କ ପରିବାର ଲୋକ ଆସାମର ବକ୍ସା ଜିଲ୍ଲାର ଥେକେରାକୁଚିରେ ରୁହନ୍ତି। ସୁମନଙ୍କ ସହିଦ ଖବର ରବିବାର ସକାଳେ ତାଙ୍କ ପରିବାର ଲୋକଙ୍କୁ ଦିଆଯାଇଥିଲା। ଏହାପରେ ପରିବାରରେ ଶୋକର ଛାୟା ଖେଳି ଯାଇଥିଲା। ସୁମନଙ୍କ ପତ୍ନୀ ଜୁରୀ କହିଛନ୍ତି, ‘ଶେଷଥର ପାଇ ସେ(ସୁମନ) ଜୁଲାଇ ୮ରେ ଘରକୁ ଆସିଥିଲେ। କିଛିଦିନ ରହି ଜୁଲାଇ ୧୫ରେ ଚାଲି ଯାଇଥିଲେ। ଆକ୍ରମଣ ଘଟଣାର କିଛି ସମୟ ପୂର୍ବରୁ ସକାଳେ ସେ ଫୋନ୍‌ କରିଥିଲେ। ଏହି ସମୟରେ ସେ ଘରେ ଚାଲିଥିବା ନିର୍ମାଣ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ଘର ଲୋକଙ୍କ କଥା ମଧ୍ୟ ପଚାରି ବୁଝିଥିଲେ।’

Advertisment

ସୁମନଙ୍କ ପତ୍ନୀ ଆହୁରି କହିଛନ୍ତି, ‘ସେ ମୋତେ କଥା ଦେଇଥିଲେ, ଡିସେମ୍ବରରେ ପୁଅର ୩ୟ ତମ ଜନ୍ମଦିନରେ ଘରକୁ ଆସିବେ। ଏହାପରେ ଫୋନ୍‌ କଟିଗଲା। ଫୋନ୍‌ କଟିବା ପୂର୍ବରୁ ସେ କହିଥିଲେ, ଡ୍ୟୁଟିରୁ ଫେରିବା ପରେ କଥା ହେବି’। 

ଏହାପରେ ତାଙ୍କର ଆଉ କୌଣସି ଫୋନ୍‌ ଆସିନଥିଲା। ଫଳରେ ଚିନ୍ତାରେ ପଡ଼ି ଯାଇଥିଲି। ଆସାମ ରାଇଫଲ୍ସ ପକ୍ଷରୁ ସୁମନ ସହିଦ ହେବା ନେଇ ଖବର ଦିଆଯାଇଥିଲା ବୋଲି ସହିଦ ସୁମନଙ୍କ ପତ୍ନୀ କହିଛନ୍ତି।।

Advertisment

ସୂଚନାଥାଉ କି, ୨୦୧୧ରେ ସୁମନ ସେନାରେ ଯୋଗ ଦେଇଥିଲେ। ୨୦୦୭ରେ ସୁମନଙ୍କ ବାପାଙ୍କୁ ଆତଙ୍କବାଦୀ ମାନେ ଗୁଳି କରି ହତ୍ୟା କରିଥିଲେ। 

Terrorist Attack Manipur Terror Attack Martyred Soldier Suman Swargiary
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ