Advertisment

କୁହୁଡ଼ି ଯୋଗୁଁ ବିମାନ ବିଳମ୍ବ ଓ ଯାତ୍ରୀ ହଟହଟା ଘଟଣା, ଦେଶର ୬ଟି ଏୟାରପୋର୍ଟରେ ରହିବ ୱାର୍ ରୁମ୍

ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା ଓ ଚେନ୍ନାଇ ଏୟାରପୋର୍ଟରେ ୱାର୍ ରୁମ୍ ସ୍ଥାପନ ହେବ।

War Room at Airports

War Room at Airports

Advertisment

ଏୟାରପୋର୍ଟରେ ରହିବ ୱାର୍ ରୁମ୍। ଯାତ୍ରୀଙ୍କ ଅସୁବିଧା କଥା ବୁଝି ତୁରନ୍ତ ପଦକ୍ଷେପ ନେବା ପାଇଁ ଦେଶର ୬ଟି ମେଟ୍ରୋ ଏୟାରପୋର୍ଟରେ ୱାର୍-ରୁମ୍ ସ୍ଥାପନ ହେବ। ବିମାନବନ୍ଦର କର୍ତ୍ତୃପକ୍ଷ ଓ ବିମାନସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଏହି ବ୍ୟବସ୍ଥା କରାଯିବ। ଘନ କୁହୁଡ଼ି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହେବା ଯୋଗୁଁ ଯାତ୍ରୀଙ୍କ ତୀବ୍ର ଅସନ୍ତୋଷ ସାମ୍ନାକୁ ଆସିବା ପରେ ଏହି ବଡ଼ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

Advertisment

ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା ଓ ଚେନ୍ନାଇ ଏୟାରପୋର୍ଟରେ ୱାର୍ ରୁମ୍ ସ୍ଥାପନ ହେବ। ବିମାନବନ୍ଦରରେ ୨୪ ଘଣ୍ଟା ପର୍ଯ୍ୟାପ୍ତ ସଂଖ୍ୟାରେ CISF ଯବାନ ମୁତୟନ ରହିବେ। ସୂଚନା ଯୋଗ୍ୟ ଯେ, ଦିନକ ତଳେ ବିମାନ ଉଡ଼ାଣରେ ମାତ୍ରାଧିକ ବିଳମ୍ବ ହେବାରୁ ଉତକ୍ଷିପ୍ତ ହୋଇ ଜଣେ ଯାତ୍ରୀ ଇଣ୍ଡିଗୋ ପାଇଲଟଙ୍କୁ ଚାପୁଡ଼ା ମାରିବା ଏବଂ କିଛି ଯାତ୍ରୀ ରନୱେରେ ବସି ଖାଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏହାପରେ ଗତକାଲି ଡିଜିସିଏ ପକ୍ଷରୁ SOP ଜାରି କରାଯାଇଥିଲା ଯେ, ବିମାନ ଉଡ଼ାଣରେ ବିଳମ୍ବ ହେଲେ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀଙ୍କୁ ରିୟଲ୍-ଟାଇମ୍ ସୂଚନା ଇମେଲ୍, SMS କିମ୍ବା ହ୍ୱାଟସଆପରେ ଯୋଗାଇ ଦିଆଯିବ ଏବଂ ଏନେଇ ନିଜ ୱେବସାଇଟରେ ମଧ୍ୟ ସୂଚନା ପ୍ରକାଶ କରାଯିବ ।

Advertisment
India Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ