Advertisment

ନିର୍ବାଚନ ପୂର୍ବରୁ କଂଗ୍ରେସର ଘର ସଜଡ଼ା; ଏକ ହେବେ ଗେହଲୋଟ-ପାଇଲଟ୍

ରାଜସ୍ଥାନର ଦୁଇ ତୁଙ୍ଗ ନେତା ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଚାଲିଥିବା ତୁ ତୁ ମେ’ମେ’ରେ ଲାଗିଛି ବିରାମ ଆସନ୍ତା ବିଧାନସଭା ନିର୍ବାଚନ ନିମନ୍ତେ ସେମାନେ କଂଗ୍ରେସ ପାଇଁ ମିଳିତ ଭାବେ କାମ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
Ashok Ghelot Vs Sachin Pilot

Ashok Ghelot, Sachin Pilot

Advertisment

ଏକାଠି ନିର୍ବାଚନ ଲଢ଼ିବେ ଗେହଲୋଟ-ପାଇଲଟ୍ । ରାଜସ୍ଥାନ କଂଗ୍ରେସରେ ଗତ କିଛି ଦିନ ଧରି ଲାଗି ରହିଥିବା ହଟଚମଟ ଭିତରେ ଏଭଳି କିଛି ଖବର ଆସିଛି । ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ସଚୀନ ପାଇଲଟ୍ । 

Advertisment

ଖୋଲାଖୋଲି ଭାବେ ଗେହଲୋଟଙ୍କୁ ବିରୋଧ କରିବା ପରେ ପ୍ରଥମ ଥର ପାଇଁ ଏକାଠି ୪ ଘଣ୍ଟା ଧରି ପାଇଲଟ୍ ଆଲୋଚନା କରିଥିଲେ । ଆସନ୍ତା ବିଧାନସଭା ନିର୍ବାଚନରେ ଉଭୟ ନେତା ଏକାଠି ହୋଇ କଂଗ୍ରେସ ପାଇଁ ନିର୍ବାଚନ ଲଢ଼ିବେ । କୌଣସି ପ୍ରକାର ବିବାଦ ନାହିଁ, କର୍ଣ୍ଣାଟକର ଫର୍ମୁଲା ରାଜସ୍ଥାନରେ ରିପିଟ୍ ହେବ ବୋଲି ଗତକାଲି ସୂଚନା ଦେଇଛନ୍ତି କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ।

ଆସନ୍ତା ଡିସେମ୍ବରରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ରହିଛି । ଏହାରି ଭିତରେ ବାରମ୍ବାର ପାଇଲଟଙ୍କ ବିରୋଧୀ ଦଳ ପାଇଁ ତ୍ରିଶଙ୍କୁ ପରିସ୍ଥିତି ସୃଷ୍ଟି କରିଥିଲା । କଂଗ୍ରେସର ସାଧାରଣ ସମ୍ପାଦକ କେ.ଭି ଭେନୁଗୋପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଉଭୟ ନେତା ଏବେ ହାତ ମିଳାଇ ନେଇଛନ୍ତି। ଏଥିସହ ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ସେମାନେ ସ୍ୱୀକାର କରିନେବେ ବୋଲି ମଧ୍ୟ କହିଛନ୍ତି ।

Advertisment
Congress Sachin Pilot Ashok Ghelot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ