Advertisment

ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଐତିହାସିକ: ମୋଦି

ପ୍ରଧାନମନ୍ତ୍ରୀ ମୋଦି ମୁକ୍ତ, ଅବାଧ ଓ ନିୟମ ଭିତ୍ତିକ ଇଣ୍ଡୋ-ପାସିଫିକ୍ ଉପରେ ଗୁରୁତ୍ୱାରୋପ କରିବା ସହିତ, ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତକୁ ଐତିହାସିକ ବୋଲି କହିଛନ୍ତି ।

  Narendra Modi , Boris Johnson ,

Narendra Modi , Boris Johnson ,

Advertisment

ସାରା ବିଶ୍ୱର ଫୋକସରେ ମୋଦି-ବୋରିସ୍ ଆଲୋଚନା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଦୁଇ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ନିଜସ୍ୱ ଫାଇଟର ଜେଟ୍ ନିର୍ମାଣରେ ଭାରତକୁ ସାହାଯ୍ୟ କରିବ ବୋଲି କହିଛି ବ୍ରିଟେନ । ଆସନ୍ତା ଦୀପାବଳି ସୁଦ୍ଧା ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ମଧ୍ୟ ହୋଇଯିବ ବୋଲି ଆଶା ପ୍ରକାଶ କରାଯାଇଛି । ଭାରତ ନ୍ୟାସନାଲ ହାଇଡ୍ରୋଜେନ ମିଶନରେ ସାମିଲ ହେବାକୁ ବ୍ରିଟେନକୁ ଆହ୍ୱାନ ଦେଇଛନ୍ତି ମୋଦି । ତେବେ ସବୁଠୁ ଚର୍ଚ୍ଚା ଜୋର୍ ଧରିଛି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବୋରିସ ଜନସନ ଖାସ୍ ଦୋସ୍ତ୍ ସମ୍ବୋଧନକୁ ନେଇ ।

Advertisment

ନରେନ୍ଦ୍ର ମୋଦି ମୋର ଖାସ୍ ଦୋସ୍ତ୍ । ଅସୁବିଧା ବେଳେ ଖାସ୍ ଦୋସ୍ତ ଆହୁରି ନିକଟତର ହେବା ଦରକାର । ଗତକାଲିର ସମ୍ବର୍ଦ୍ଧନା ପରେ ମୋତେ ସଚିନ ତେନ୍ଦୁଲକର ଓ ଅମିତାଭ ବଚ୍ଚନଙ୍କ ଭଳି ଲାଗିଲା । ଭାରତ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବାକୁ ଯାଇ କିଛି ଏମିତି ରୋଚକ ଢଙ୍ଗରେ ଭାବ ପ୍ରକାଶ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଭାରତ ଗସ୍ତର ଦ୍ୱିତୀୟ ଦିନରେ ପ୍ରଥମେ ତାଙ୍କୁ ରାଷ୍ଟ୍ରପତି ଭବନ ପରିସରରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହାପରେ ହାଇଦ୍ରାବାଦ ହାଉସରେ ତାଙ୍କୁ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ସେଠାରେ ଉଭୟ ଦେଶର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିବା ବେଳେ, ମୋଦି ଓ ବୋରିସ୍ ଶକ୍ତି, ବାଣିଜ୍ୟ, ପ୍ରତିରକ୍ଷା, ଗ୍ରୀନ୍ ହାଇଡ୍ରୋଜେନ୍ ଆଦି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବାକୁ ରାଜି ହୋଇଛନ୍ତି । ଏଥିସହ ନିଯୁକ୍ତି ସୃଷ୍ଟି, ସାଇବର୍ ସିକ୍ୟୁରିଟି, ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ, ସ୍ପେଶ୍ ଓ ଅନ୍ୟ ଟେକ୍ନୋଲୋଜି ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ବା ମୁକ୍ତ ବାଣିଜ୍ୟ ରାଜିନାମା ଦୀପାବଳି ସୁଦ୍ଧା ସାରିବାକୁ ପ୍ରତିନିଧିମାନଙ୍କୁ କୁହାଯାଇଥିବା ବୋରିସ୍ କହିଛନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ମୁକ୍ତ, ଅବାଧ ଓ ନିୟମ ଭିତ୍ତିକ ଇଣ୍ଡୋ-ପାସିଫିକ୍ ଉପରେ ଗୁରୁତ୍ୱାରୋପ କରିବା ସହିତ, ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତକୁ ଐତିହାସିକ ବୋଲି କହିଛନ୍ତି ।

Advertisment

ସେହିପରି ନିରବ ମୋଦି, ବିଜୟ ମାଲ୍ୟା ଓ ଖଲିସ୍ତାନୀ ଉଗ୍ରବାଦୀ ପ୍ରସଙ୍ଗରେ ମତ ରଖିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ନିରବ ମୋଦି ଓ ବିଜୟ ମାଲ୍ୟା ପ୍ରତ୍ୟର୍ପଣ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ବୋରିସ କହିଛନ୍ତି, ଯଦିଓ କିଛି ଆଇନଗତ ଜଟିଳତା ପାଇଁ ଏହା କଷ୍ଟସାଧ୍ୟ ହୋଇଛି, ତଥାପି ଆମ ନ୍ୟାୟିକ ବ୍ୟବସ୍ଥାକୁ ବ୍ୟବହାର କରି ଭାରତର ଆଇନକୁ ଚମକା ଦେବାକୁ ଚାହୁଁଥିବା ଲୋକଙ୍କୁ ଆମେ ସ୍ୱାଗତ କରୁନାହୁଁ । ବ୍ରିଟେନ୍ ସରକାର ସେମାନଙ୍କ ପ୍ରତ୍ୟର୍ପଣ ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି । ଖଲିସ୍ତାନୀ ଉଗ୍ରବାଦୀଙ୍କୁ ଶରଣ ଦେବା ଅଭିଯୋଗ ପ୍ରସଙ୍ଗରେ ସେ କହିଛନ୍ତି, ଭାରତ ସମେତ ଅନ୍ୟ ଦେଶ ପ୍ରତି ବିପଦ ସୃଷ୍ଟି କରୁଥିବା ଉଗ୍ରବାଦୀ ସଂଗଠନକୁ ଆମେ ସହ୍ୟ କରୁନାହୁଁ । ଆମେ ଭାରତର ସହାୟତା ପାଇଁ ଉଗ୍ରପନ୍ଥୀ-ବିରୋଧୀ ଟାସ୍କଫୋର୍ସ ଗଠନ କରିଛୁ ।

ରୁଷିଆ-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ବି ମତ ରଖିଛନ୍ତି ବୋରିସ୍ ଜନସନ୍ । କହିଛନ୍ତି ପୁତିନ ଅସ୍ତ୍ର ବଳରେ ୟୁକ୍ରେନବାସୀଙ୍କ ମନୋବଳକୁ ହରାଇପାରିବେ ନାହିଁ । କେବଳ ୟୁକ୍ରେନ୍ ନୁହେଁ, ସାରା ବିଶ୍ୱରେ ଯେଉଁଭଳି ସ୍ଥିତି ଉପୁଜିଛି ଉଭୟ ୟୁକେ ଓ ଭାରତ କିଛି ଅଧିକ କରିବାର ଆବଶ୍ୟକତା ରହିଛି । ରୁଷ ଓ ଭାରତର ସଂପର୍କ ବହୁ ପୁରୁଣା ଏବଂ ସମସ୍ତେ ଏହାକୁ ସମ୍ମାନ କରନ୍ତି ବୋଲି କହିଛନ୍ତି ବୋରିସ୍ । ଆସନ୍ତା ସପ୍ତାହରେ ୟୁକ୍ରେନ୍ ରାଜଧାନୀ କିଭ୍ରେ ୟୁକେ ପୁଣି ନିଜ ଦୂତାବାସ ଖୋଲିବ ବୋଲି ସେ ସୂଚନା ଦେଇଛନ୍ତି । ବ୍ରିଟେନ୍ ପିଏମଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନରେ ଉପୁଜିଥିବା ମାନବୀୟ ସଂକଟ ପ୍ରସଙ୍ଗରେ ଚିନ୍ତା ବ୍ୟକ୍ତ କରିବା ସହ, ତୁରନ୍ତ ହିଂସା ବନ୍ଦ କରି ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିବା ବୈଦେଶିକ ସଚିବ ସୂଚନା ଦେଇଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କଙ୍କୁ ଭେଟିଥିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ।

PM Modi Boris Johnson
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ