Advertisment

ଫାଇଟର୍‌ ପ୍ଲେନ୍‌ ତେଜସ୍‌ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି

‘ଏକ୍ସ’ରେ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି....ତେଜସ୍‌ରେ ଉଡ଼ିବା ଅନୁଭୂତି ଅତୁଲ୍ୟ କହିଲେ ମୋଦି..

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ତେଜସରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ବେଙ୍ଗାଲୁରୁ ହାଲ୍ ବିମାନବନ୍ଦରରୁ ତେଜସର ଉଡ଼ାଣ ଭରିଛନ୍ତି ପ୍ରଧାନମନ୍ତ୍ରୀ। ଏନେଇ ଖୋଦ୍ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଫଟୋ ଅପଲୋଡ୍ କରିଛନ୍ତି । ଫାଇଟର୍ ଜେଟ୍ ପାଇଲଟଙ୍କ ୟୁନିଫର୍ମରେ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଅବତାରରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି।

Advertisment

ମୁଣ୍ଡରେ ଫାଇଟର୍ ହେଲମେଟ, ଫାଇଟର୍ ସୁଟ୍ ଏବଂ ହାତରେ ଗ୍ଲୋବସ୍...ସବୁକିଛି ମୋଦିଙ୍କୁ ଫାଇଟର୍ ପାଇଲଟ୍ ଲୁକ୍ ଦେଇଛି। ଏହି ଅବସରରେ ଭାରତୀୟ ଜ୍ଞାନ କୌଶଳ, ହାଲ୍ ଏବଂ ବାୟୁ ସେନାର ଭୂମିକାକୁ ଭୂରୀ ଭୂରୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଭାରତ ଏବେ ଆତ୍ମନିର୍ଭର ହେବା ସହ ସାରା ବିଶ୍ବରେ କାହାଠୁ କମ୍ ନୁହେଁ ବୋଲି ସେ ଦୋହରାଇଛନ୍ତି।....

Advertisment

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ତେଜସ୍ ରେ ପ୍ରଧାନମନ୍ତ୍ରୀ ବସିବା ଭାରତୀୟ ବାୟୁସେନା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ଦ୍ୱାରା ତେଜସର ଦକ୍ଷତା ଓ ଏହାପଛରେ ଥିବା ବୈଜ୍ଞାନିକଙ୍କ କୁଶଳୀ ଭୂମିକାକୁ ବି ଏକ ନୂଆ ପରିଚୟ ମିଳିପାରିବ।...

PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ