Advertisment

ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବି କିନ୍ତୁ ବିଜେପିକୁ ନୁହେଁ: ଅଧିର ରଞ୍ଜନ

ଦେଶର ସର୍ବପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କ ପ୍ରତି ଅପମାନସୂଚନକ ଟିପ୍ପଣୀ ପ୍ରତିବାଦରେ ସଂସଦର ଉଭୟ ଗୃହରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ।

ଅଦ୍ୟତନ ହୋଇଛି
ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ମନ୍ତବ୍ୟ ପାଇଁ ସଂସଦରେ ହଙ୍ଗାମା

ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ମନ୍ତବ୍ୟ ପାଇଁ ସଂସଦରେ ହଙ୍ଗାମା

Advertisment

ରାଷ୍ଟ୍ରପତିଙ୍କ ପ୍ରତି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସଂସଦ ଭିତରେ ଓ ବାହାରେ ଝଡ଼। ଏପରିରି ରାଜ୍ୟ ବିଧାନସଭାରେ ମଧ୍ୟ ପ୍ରବଳ ହଙ୍ଗାମା ହୋଇଛି କଂଗ୍ରେସକୁ ଆଦିବାସୀ ଓ ମହିଳା ବିରୋଧୀ କହି ଅଧିର ରଞ୍ଜନଙ୍କ ବିରୋଧରେ କ଼ଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି। ବିଜେପି ତେବେ ଚାରିଆଡୁ ସମାଲୋଚିତ ହେବା ପରେ ଅଧିର ରଞ୍ଜନ କହିଛନ୍ତି ଏଥିପାଇଁ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବି କିନ୍ତୁ ବିଜେପିକୁ ନୁହେଁ।

Advertisment

ପୁଣି ବେଲଗାମ୍ ତୁଣ୍ଡ ପାଇଁ ବିବାଦରେ ଅଧୀର ଚୌଧୁରୀ। ରାଷ୍ଟ୍ରପତ୍ନୀ ମନ୍ତବ୍ୟ ପାଇଁ ସଂସଦରେ ବିଜେପିର ହଙ୍ଗାମା। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ କଲା ଭଳି ଶବ୍ଦ ପ୍ରୟୋଗ କରିି ତୀବ୍ର ସମାଲୋଚିତ ହୋଇଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗଣମାଧ୍ୟମରେ ଆପତ୍ତିଜନକ ସମ୍ବୋଧନ କରିବା ପରେ, ସଂସଦରୁ ସଡ଼କ ଯାଏ ବିଜେପିର ଗର୍ଜନ।

ଦେଶର ସର୍ବୋଚ୍ଚ ପଦରେ ଅଭିଷିକ୍ତ, ଦେଶର ସର୍ବପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କ ପ୍ରତି ଅପମାନସୂଚନକ ଟିପ୍ପଣୀ ପ୍ରତିବାଦରେ ସଂସଦର ଉଭୟ ଗୃହରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ। ସଂସଦ ଭବନ ବାହାରେ ବି ଦଳୀୟ ସାଂସଦ ଓ ମନ୍ତ୍ରିମଣ୍ଡଳର ମହିଳା ସଦସ୍ୟଙ୍କ ତୀବ୍ର ପ୍ରତିବାଦ। ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ ସହ ସୋନିଆ ଗାନ୍ଧିଙ୍କ କ୍ଷମା ପ୍ରାର୍ଥନା କରିଛି ଦଳ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍ କରି, ଅଧୀର ରଂଜନଙ୍କ ମନ୍ତବ୍ୟର ତୀବ୍ର ନିନ୍ଦା କରିଛନ୍ତି।

Advertisment

ରାଷ୍ଟ୍ରପତିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ନେଇ ତୀବ୍ର ସମାଲୋଚିତ ହେବା ପରେ ଆଜି ସଫେଇ ଦେଇ ଅଧିରରଞ୍ଜନ କହିଛନ୍ତି ଭୁଲ୍‌ରେ ପାଟିରୁ ଖସିଯାଇଥିଲା।  ଏଥିପାଇଁ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବି, କିନ୍ତୁ ବିଜେପିକୁ ନୁହେଁ।  ଅପରପକ୍ଷେ ଏହି ପ୍ରସଙ୍ଗରେ ମୁହଁ ଖୋଲି ସୋନିଆ କହିଛନ୍ତି ଅଧୀର ଏ ସଂପର୍କରେ କ୍ଷମା ମାଗି ସାରିଛନ୍ତି। ତେବେ ଗତକାଲି ସୋନିଆ ଗାନ୍ଧିଙ୍କୁ ଇଡି ଜେରା 

ଏଣେ ଦିଲ୍ଲୀରେ ଅଧିରରଞ୍ଜନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଓ଼ଡ଼ିଶାରେ ବି ଝଡ଼। ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ବିଜେପିର ହଲ୍ଲାବୋଲ୍, ବିକ୍ଷୋଭ।ବିଧାନସଭାରେ ବି ଜୋରଦାର ହଙ୍ଗାମା। ପ୍ରଶ୍ନକାଳ ଆରମ୍ଭରୁ ବିଜେପି ବିଧାୟକମାନେ ଅଧିରରଞ୍ଜନଙ୍କ ମନ୍ତବ୍ୟ ପ୍ରତିବାଦରେ ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗକୁ ଆସି  ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିବାକୁ ପଡ଼ିଥିଲା। ଏହାପରେ ଗୃହ ବାହାରେ ମଧ୍ୟ ବିଜେପି ବିଧାୟକମାନେ ବ୍ୟାନର ଓ ପୋଷ୍ଟର ଧରି ପ୍ରତିବାଦ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନିତ କରିଥିବା ଅଧିରାଜଙ୍କୁ କଂଗ୍ରେସରୁ ବହିଷ୍କାର ସହ ଏଥିପାଇଁ ସୋନିଆ ଓ ରାହୁଲଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲା ଦଳ। ବିଜେଡି ବିଧାୟକ ରାଜକିଶୋର ଦାସ ମନ୍ତବ୍ୟକୁ ନିନ୍ଦନୀୟ ବୋଲି କହିଥିଲା ବେଳେ କଂଗ୍ରେସ ବିଧାୟକ ରାଜନ ଏକ୍କା ମଧ୍ୟ ଅଧିର ରଞ୍ଜନ ଏପରି କହିବା ଭୁଲ୍ ବୋଲି କହିଛନ୍ତି।

Advertisment

ଅପରପକ୍ଷେ ଏହି ପ୍ରସଙ୍ଗରେ କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଛି ଜାତୀୟ ମହିଳା କମିଶନ୍। ରାଷ୍ଟ୍ରପତିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ପାଇଁ ଅଧିର ରଞ୍ଜନଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି ଏନବିଡବ୍ଲ୍ୟୁ।   

Draupadi Murmu President Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ