Advertisment

ରାହୁଲଙ୍କ ପଲିଟିକାଲ କ୍ୟାରିଅର ନେଇ ବାବାଙ୍କ ଭବିଷ୍ୟବାଣୀ

ରାହୁଲ ଗାନ୍ଧୀଙ୍କ ପଲିଟିକାଲ କ୍ୟାରିଅର ନେଇ କର୍ଣ୍ଣାଟକ ସ୍ଥିତ ଲିଙ୍ଗାୟତ ସେମିନାରିର ଜଣେ ସାଧୁ ବାବା ଭବିଷ୍ୟବାଣୀ କରିଛନ୍ତି....

ଅଦ୍ୟତନ ହୋଇଛି
ରାହୁଲଙ୍କ ପଲିଟିକାଲ କ୍ୟାରିଅର ନେଇ ବାବାଙ୍କ ଭବିଷ୍ୟବାଣୀ
Advertisment

ପ୍ରଧାନମନ୍ତ୍ରୀ ହେବେ ରାହୁଲ ଗାନ୍ଧୀ । କର୍ଣ୍ଣାଟକ ସ୍ଥିତ ଲିଙ୍ଗାୟତ ସେମିନାରିର ଜଣେ ସାଧୁ ବାବା ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏହା କହିଛନ୍ତି । ଚିତ୍ରଦୁର୍ଗାସ୍ଥିତ ‘ଶ୍ରୀମୁରୁଗରାଜେନ୍ଦ୍ର ମଠ’ର ସାଧୁମାନଙ୍କୁ ଭେଟିବା ବେଳେ ‘ବାବେରି ହୋସାମଠ ସ୍ୱାମୀ’ ନାମକ ଜଣେ ବାବା ଭାଷଣ ଦେବା ବେଳେ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ଯେ, ‘ରାହୁଲ୍‌ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ।’

Advertisment

ହେଲେ ସାଧୁଙ୍କ ଏହି କଥାକୁ ଶୁଣି ମଠର ଅଧ୍ୟକ୍ଷ ଶ୍ରୀଶିବମୂର୍ତ୍ତି ମୁରୁଗା ଶରନାରୁ ତାଙ୍କୁ ବାଧା ଦେଇ କଥାକୁ ବଦଳାଇ ଦେଇଥିଲେ ।  ସେ କହିଥିଲେ ଯେ, ‘ଦୟାକରି ଏପରି କୁହନ୍ତୁନି...ଏହା ସଠିକ୍ ସ୍ଥାନ ନୁହେଁ । ଲୋକେ ତାହା ନିଷ୍ପତ୍ତି ନେବେ ।’

ତେବେ ରାହୁଲ୍ ଗାନ୍ଧୀ ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରେ ଏହା ଶେୟାର କରିଛନ୍ତି ।

Advertisment

ସୂଚନା ଅନୁସାରେ, କର୍ଣ୍ଣାଟକ ଜନସଂଖ୍ୟାର ପ୍ରାୟ ୧୭% ଲିଙ୍ଗାୟତ ହୋଇଥିବାବେଳେ ସେମାନେ ଦୀର୍ଘ ଦିନରୁ ‘ବିଜେପି’କୁ ଭୋଟ୍‌ ଦେଇ ଆସୁଛନ୍ତି । ଆସନ୍ତା ବର୍ଷ ମେ ମାସରେ କର୍ଣ୍ଣାଟକ ରାଜ୍ୟ ବିଧାନସଭା ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି ନିଜ ଦଳର ସଙ୍ଗଠନକୁ ସୁଦୃଢ଼ କରବା ତଥା ଲୋକଙ୍କ ନିକଟତର ହେବା ପାଇଁ ରାହୁଲ୍‌ ଗାନ୍ଧୀ କର୍ଣ୍ଣାଟକ ଗସ୍ତ କରିଥିବା ଜଣାପଡିଛି ।

ss

ଅନ୍ୟପକ୍ଷେ, ୨୦୧୮ ମସିହାରେ ହୋଇଥିବା ନିର୍ବାଚନରେ କଂଗ୍ରେସ ସିକ୍ୟୁଲାର୍‌ ସମର୍ଥନ ପାଇବା ଫଳରେ ଅଳ୍ପ ସମୟ ପାଇଁ କ୍ଷମତାରେ ରହିଥିଲା । ଏହାର ଠିକ୍‌ ବର୍ଷେ ପରେ ମେଣ୍ଟର ବିଧାୟକମାନେ ଇସ୍ତଫା ଦେବାରୁ ସରକାରର ପତନ ଘଟିଥିଲା । ଯାହା ପରେ ଲିଙ୍ଗାୟତ ସଂମ୍ପ୍ରଦାୟର ‌ବି.ଏସ୍‌. ୟେଦିୟୁରପ୍ପାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରାଇଥିଲା। ହେଲେ ଗତ ବର୍ଷ ବାସବରାଜ ବୋମ୍ମାଇଙ୍କୁ ‘ବିଜେପି’ ମୁଖ୍ୟମନ୍ତ୍ରୀ କରାଇଥିଲା ।

Advertisment
Rahul Gandhi Prime Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ