‘ଆର ଥର ବର୍ତ୍ତିଯାଇଥିଲେ, ଏଥର ଆଉ ତାଙ୍କୁ ଛାଡ଼ିବୁନି’

କଂଗ୍ରେସ ପକ୍ଷରୁ ଏହାକୁ ଅଧିକରୁ ଅଧିକ ଭାଇରାଲ କରାଯାଉଥିବା ଦେଖାଯାଇଛି । କଂଗ୍ରେସ ସମର୍ଥକମାନେ ଏଥିରେ ମୋଦିଙ୍କୁ ନାନା ଗାଳି ଗୁଲଜ କରିଥିବା ବେଳେ ମୋଦିଙ୍କ ପ୍ରତି ଅସନ୍ତୋଷ ମଧ୍ୟ ଝାଡ଼ିଛନ୍ତି । ଚାଷୀଙ୍କୁ ମୋଦି ହତାଦର କରୁଛନ୍ତି ବୋଲି କଂଗ୍ରେସ ସମର୍ଥକ କହୁଛନ୍ତି ।

Narendra Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲାଖୋଲି ଚେତାବନୀ । ଦିଲ୍ଲୀରେ କୃଷକ ଆନ୍ଦୋଳନ ଉଗ୍ର ରୂପ ନେଉଥିବା ବେଳେ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଖୋଲି ଧମକ ଚମକ ଦିଆଯାଇଛି । କିଛି ଚାଷୀ କହିଛନ୍ତି, ଗତ ଥର ମୋଦି ଖସି ପଳାଇ ଆସିଥିଲେ । ଏଥର ପଞ୍ଜାବରେ ପାଦ ଥୋଇଲେ ଆଉ ବର୍ତ୍ତୀପାରିବେ ନାହିଁ ।  ତେବେ ଚାଷୀଙ୍କ ଏଭଳି ଧମକ ପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଅନେକ ନାପସନ୍ଦ କରିଛନ୍ତି । ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଧମକ ଦେଇଥିବାରୁ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି କିଛି ୟୁଜର ସୋସିଆଲ ମିଡିଆରେ ଦାବି କରିଛନ୍ତି ।

ଅନ୍ୟପଟେ କଂଗ୍ରେସ ପକ୍ଷରୁ ଏହାକୁ ଅଧିକରୁ ଅଧିକ ଭାଇରାଲ କରାଯାଉଥିବା ଦେଖାଯାଇଛି । କଂଗ୍ରେସ ସମର୍ଥକମାନେ ଏଥିରେ ମୋଦିଙ୍କୁ ନାନା ଗାଳି ଗୁଲଜ କରିଥିବା ବେଳେ ମୋଦିଙ୍କ ପ୍ରତି ଅସନ୍ତୋଷ ମଧ୍ୟ ଝାଡ଼ିଛନ୍ତି । ଚାଷୀଙ୍କୁ ମୋଦି ହତାଦର କରୁଛନ୍ତି ବୋଲି କଂଗ୍ରେସ ସମର୍ଥକ କହୁଛନ୍ତି ।

ଅନ୍ୟପଟେ ଆଗକୁ ନିର୍ବାଚନ ଥିବାରୁ ଏହି ଚାଷୀ ଆନ୍ଦୋଳନକୁ କଂଗ୍ରେସ ପ୍ରାୟୋଜିତ ବୋଲି କିଛି ବିଜେପି ସମର୍ଥକ କହିଛନ୍ତି । ଯେଉଁମାନେ ପ୍ରକୃତ ଚାଷୀ ସେମାନଙ୍କ ପାଖରେ ଏତେ ସମୟ ନାହିଁ, ଯେ ସେମାନେ ଦିଲ୍ଲୀ ଆସି ପ୍ରତିବାଦ କରିବେ । ଯେଉଁମାନେ ପ୍ରକୃତ ଚାଷୀ ସେମାନେ ଚାଷ କାମରେ ବ୍ୟସ୍ତ । ଯେଉମାନେ ନିର୍ବାଚନ ସମୟରେ ଆନ୍ଦୋଳନ କରି ସରକାରଙ୍କୁ ବଦନାମ କରୁଛନ୍ତି ସେମାନେ ବିରୋଧୀ ଦଳ ମାନଙ୍କର ପ୍ରରୋଚନାରେ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ବିଜେପି ସମର୍ଥକମାନେ କହିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ଆନ୍ଦୋଳନରେ ବାହାରିଲାନି ସମାଧାନର ବାଟ । ଆଜି ବି ଦିଲ୍ଲୀରେ ଗର୍ଜୁଛନ୍ତି ବିଭିନ୍ନ ଚାଷୀ ସଂଗଠନ । ପ୍ରାୟ ୨୦ ହଜାର ଚାଷୀ ଦିଲ୍ଲୀ ସୀମାରେ ପହଞ୍ଚିଛନ୍ତି । ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଛି । MSP ଏବଂ କୃଷି ଓ କୃଷକଙ୍କ ସୁରକ୍ଷା ନେଇ ଆଇନ୍ ଆଣିବାକୁ ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା ।

ତେବେ କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି କରିଛନ୍ତି କମିଶନର । ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍ ଲଗାଯାଇଛି । ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ ବାରଣ କରିବା ସହ ପିସ୍ତଲ, ଜ୍ୱଳନଶୀଳ ପଦାର୍ଥ, ଅସ୍ତ୍ରଶସ୍ତ୍ର ପ୍ରବେଶ ଉପରେ ବି କଟକଣା ଜାରି ହୋଇଛି ।

 

ଇଟା, ପଥର, ପେଟ୍ରୋଲ ବୋମା ଏବଂ ସୋଡ଼ା ବୋତଲ ଉପରେ ମଧ୍ୟ ପୋଲିସର ନଜର ରହିଛି । କୃଷକଙ୍କୁ ଦିଲ୍ଲୀ ସୀମାରୁ ଦୂରରେ ରଖିବାକୁ ପୋଲିସ କରିଛି ବ୍ୟାପକ ବ୍ୟବସ୍ଥା । ଦିଲ୍ଲୀ-ଉତ୍ତପ୍ରଦେଶ ସୀମାରେ ୧୪୪ ଧାରା ଜାରି କରି ସୁରକ୍ଷା କଡ଼ାକଡ଼ି କରାଯାଇଛି ।

କେନ୍ଦ୍ର ସରକାରଙ୍କ ଠାରୁ MSP ଉପରେ ସ୍ୱତନ୍ତ୍ର ଆଇନ୍ ଚାହୁଁଛନ୍ତି କୃଷକ ସଂଗଠନ । ଏହାକୁ ନେଇ ବହୁ ପୂର୍ବରୁ ଆନ୍ଦୋଳନ କରିଆସୁଛି ଚାଷୀ ସଂଗଠନ । ହେଲେ ବାରମ୍ବାର ଦାବି ସତ୍ତ୍ୱେ ସରକାର ସେମାନଙ୍କ କଥାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି ।