Advertisment

‘ବିବାହ କରିବାର ପ୍ଲାନିଂ ନାହିଁ’; ପ୍ରେମିକକୁ ଭେଟି ପାକିସ୍ତାନରୁ ଫେରିବେ ଅଞ୍ଜୁ

ସୀମା-ସଚିନଙ୍କ ପରେ ଏବେ ଅଞ୍ଜୁ-ନସରୁହ୍ଲା ଲଭ୍ ଷ୍ଟୋରୀ ଖୁବ୍‌ ଚର୍ଚ୍ଚାରେ ରହିଛି । ଭାରତୀୟ ପୁଅ ପ୍ରେମରେ ପଡ଼ି ସୀମା ଡେଇଁ ଆସିଥିଲେ ସୀମା ହାଇଦର । ଆଉ ଏବେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ବର୍ଡର ଡେଇଁଛନ୍ତି ଭାରତର ଅଞ୍ଜୁ ।

undefined
Advertisment

ପାକିସ୍ତାନୀ ମହିଳା ସୀମା ହାଇଦର, ପ୍ରେମ ପାଇଁ ଭାରତ ଆସିବାକୁ ନେଇ ହଇଚଇ ନଥମୁଣୁ ଏବେ ଆଉ ଏକ ଓଲଟ ପ୍ରେମ କାହାଣୀକୁ ସାରା ଦେଶରେ ଚର୍ଚ୍ଚା । ଓଲଟ ପ୍ରେମ କାହାଣୀ ମାନେ, ନିଜ ପ୍ରେମିକ ନସରୁହ୍ଲା ସହ ମିଶିବାକୁ ପାକିସ୍ତାନ ପଳେଇଛନ୍ତି ଜଣେ ଭାରତୀୟ ବିବାହିତ ମହିଳା ଅଞ୍ଜୁ ପ୍ରସାଦ । ହେଲେ ଫରକ୍ ଏୟା ଯେ ସୀମା ଅବୈଧ ଭିସାରେ ଆସିଥିଲେ । କିନ୍ତୁ ଅଞ୍ଜୁ ପୂରା ବୈଧ ଭିସା ଧରି ପ୍ରେମ ପାଇଁ ଡେଇଁଛନ୍ତି ପାକ୍ ସୀମା ।

Advertisment

ସୀମା-ସଚିନଙ୍କ ପରେ ଏବେ ଅଞ୍ଜୁ-ନସରୁହ୍ଲା ଲଭ୍ ଷ୍ଟୋରୀ ଖୁବ୍‌ ଚର୍ଚ୍ଚାରେ ରହିଛି । ଭାରତୀୟ ପୁଅ ପ୍ରେମରେ ପଡ଼ି ସୀମା ଡେଇଁ ଆସିଥିଲେ ସୀମା ହାଇଦର । ଆଉ ଏବେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ବର୍ଡର ଡେଇଁଛନ୍ତି ଭାରତର ଅଞ୍ଜୁ । ସୀମା ପବଜି ଖେଳି ପ୍ରେମରେ ପଡ଼ିଥିଲେ, ଆଉ ଫେସବୁକରୁ ହେଇଗଲା ଅଞ୍ଜୁଙ୍କ ପ୍ରେମ । ତା ପରେ ସିଧା ରାଜସ୍ଥାନର ଅଲୱାରରୁ ପାକିସ୍ତାନର ଖାଇବର ପଖତୁନଖ୍ୱ । ୱାଘା ବର୍ଡର ପାର ହେବା ବେଳେ ସୋସିଆଲ ମିଡି଼ଆରେ ଅଞ୍ଜୁ ଏକ ଭିଡିଓ ସେୟାର କରିଥିଲେ । ପ୍ରେମର ଏ ପୂରା କାହାଣୀଟି ଏମିତି । ଉତ୍ତର ପ୍ରଦେଶ କୈଲର ବାସିନ୍ଦା ଅଞ୍ଜୁ ୨୦୦୭ରେ ରାଜସ୍ଥାନର ଅରବିନ୍ଦଙ୍କୁ ବିବାହ କରିଥିଲେ ।

ଦୁହେଁ ଭିନ୍ନ ଭିନ୍ନ କଂପାନିରେ ଚାକିରି କରନ୍ତି । ଦୁହିଁଙ୍କର ଏକ ୧୫ ବର୍ଷିୟା ଝିଅ ଓ ୫ ବର୍ଷୀୟ ପୁଅ ଅଛନ୍ତି । ହେଲେ କୁହାଯାଉଛି, ୨୦୨୦ରେ ଫେସବୁକ୍ ଚାଟିଂରୁ ବୟସରେ ୬ ବର୍ଷ ସାନ ଖାଇବର ପଖତୁନଖ୍ୱାର ଯୁବକ ନସରୁହ୍ଲାଙ୍କ ସହ ସଂପର୍କରେ ଆସିଥିଲେ ଅଞ୍ଜୁ । ତା’ ପରେ ଏ ସଂପର୍କ ପ୍ରେମରେ ଏମିତି ବଦଳିଗଲା ଯେ ପ୍ରେମକୁ ପାଇବା ପାଇଁ ଶତ୍ରୁରାଷ୍ଟ୍ରର ସୀମା ଡେଇଁବାକୁ ପଛେଇଲେନି । ଏହି ଘଟଣାକୁ ନେଇ ସ୍ତବ୍ଧ ଅଞ୍ଜୁଙ୍କ ସ୍ୱାମୀ ଓ ବାପଘର ପରିବାର । ସ୍ୱାମୀଙ୍କ କହିବା କଥା କିଛି ଦିନ ପାଇଁ ଜୟପୁର ଯିବ ବୋଲି କହି ଅଞ୍ଜୁ ଘରୁ ବାହାରି ଯାଇଥିଲେ । ହେଲେ ପରେ ଭିଡିଓ କଲିଂ କରି ସେ ପାକିସ୍ତାନରେ ଥିବା ଓ ଦୁଇ ତିନି ଭିତରେ ଫେରି ଆସିବେ ବୋଲି କହିଥିଲେ । ହେଲେ ପ୍ରେମ କଥା ସେ ମିଡିଆରୁ ଦେଖି ଜାଣୁଛନ୍ତି, ଯାହା ତାଙ୍କ ପାଇଁ ଧୋକା ବୋଲି କହିଛନ୍ତି ଅରବିନ୍ଦ ।

Advertisment

ଏପଟେ ଘଟଣା ପ୍ରଘଟ ହେବା ପରେ ଦୁଇ ଦେଶରେ ହଇଚଇ । ଖାଇବର ପଖତୁନଖ୍ୱା ପୋଲିସ ଅଞ୍ଜୁଙ୍କୁ ପଚରାଉଚରା କରିଥିଲା ବେଳେ ରାଜସ୍ଥାନ ପୋଲିସ ଅଞ୍ଜୁଙ୍କ ଘରେ ଯାଇ ତନାଘନା କରିଛି । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ରାଜସ୍ଥାନ ପୋଲିସ କହିଛି ।

୨୯ ବର୍ଷିୟ ନସରୁହ୍ଲା ପାକିସ୍ତାନରେ ମେଡିସିନ୍ ରିପ୍ରେଜେଣ୍ଟେଣ୍ଟିଭ୍ ଭାବେ କାମ କରନ୍ତି । ତେବେ ୩୫ ବର୍ଷୀୟ ରଞ୍ଜୁ, ନସରୁହ୍ଲାଙ୍କୁ ଭେଟିବାକୁ ଯିବା ପାଇଁ ପାକିସ୍ତାନ ହାଇକମିଶନଙ୍କ ନିକଟରେ 3 ବର୍ଷ ତଳୁ ଆବେଦନ କରିଥିବା ଜଣା ପଡ଼ିଛି । ଆଉ ନିୟମ ମୁତାବକ ଏବେ ଅଞ୍ଜୁ ପାକିସ୍ତାନ ଗସ୍ତରେ ଥିବା ପାକ୍ ପୋଲିସ୍ ପକ୍ଷରୁ କୁହାଯାଇଛି । ହେଲେ ଘର ପରିବାର ଛାଡ଼ି ପାକିସ୍ତାନ ଯାଇଥିବା ଅଞ୍ଜୁ ଆଉ ଭାରତ ଫେରିବେ କି ନା, ତାକୁ ନେଇ ଚର୍ଚ୍ଚା ଭିତରେ ଗଣମାଧ୍ୟମକୁ ଉଭୟଙ୍କ ପ୍ରତିକ୍ରିୟା ବି ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

Advertisment

ପାକିସ୍ତାନରୁ ଏକ ଭାରତୀୟ ଗଣମାଧ୍ୟମକୁ ଅଞ୍ଜୁ ବୁଲିବାକୁ ଆସିଥିବା, ଏବଂ ଦୁଇ ଦିନରେ ଭାରତ ଫେରି ଆସିବେ ବୋଲି କହୁଥିଲା ବେଳେ, ପ୍ରେମିକ ନସରୁହ୍ଲା କିନ୍ତୁ ଖୁବଶୀଘ୍ର ଅଞ୍ଜୁଙ୍କ ସହ ମଙ୍ଗନି କରିବେ, ଏବଂ ଏହାପରେ କିଛି ଦିନ ପାଇଁ ଅଞ୍ଜୁ ଭାରତ ଯାଇ ପାକିସ୍ତାନ ଫେରିବା ପରେ ଉଭୟଙ୍କ ବିବାହ ହେବ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ