Advertisment

ଦିନ ରାତି ପ୍ରରିଶ୍ରମ ! ରାତି ସାଢ଼େ ୩ଟା ଯାଏଁ ମିଟିଂରେ ଥିଲେ, ତା’ପରେ ବି ବିଶ୍ରାମ ନେଲେନି ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଳମ୍ବିତ ରାତିରେ ଯୋଗଦେଇଥିଲେ । ସେଠାରେ କିଏ କେଉଁଠାରୁ ପ୍ରାର୍ଥୀ ହେବେ ସେନେଇ ଆଲୋଚନା କରାଯାଇଥିଲା ।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

‘ମୋଦି ଯାହା କୁହନ୍ତି ତାହା କରିକି ଦେଖାନ୍ତି’ । ଏକଥା ଆମେ କହୁନାହଁ । ବିଜେପି ପକ୍ଷରୁ ସବୁବେଳେ ଏଭଳି ଚର୍ଚ୍ଚା ଚାଲିଥାଏ । ଅନେକ ସମୟରେ ମୋଦି ମଧ୍ୟ ନିଜେ ଏଭଳି କହିଥିବାର ନଜିର ରହିଛି । ଆଉ ତାର ପ୍ରମାଣ ମଧ୍ୟ ସାମ୍ନାକୁ ଆସିଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ୩୭୦ରୁ ଅଧିକ ଆସନ ଜିତିବ ଏବଂ NDA ୪୦୦ ରୁ ଅଧିକ ଆସନରେ ବିଜୟ ଲାଭ କରିବ ବୋଲି ମୋଦି କହିଥିବା ବେଳେ ଏହାକୁ ସତ କରିବା ପାଇଁ ଦିନରାତି ପ୍ରରିଶ୍ରମ କରୁଛନ୍ତି ।

Advertisment

ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଏ ଯେ, ମୋଦି ଛୁଟି ନିଅନ୍ତି ନାହିଁ । ୨୪ ଘଣ୍ଟାରୁ ୨୨ ଘଣ୍ଟା ଦେଶ ପାଇଁ କାମ କରନ୍ତି । ତେବେ ମୋଦି କେତେ ପରିମାଣରେ ପରିଶ୍ରମୀ ଓ ନିଜ କାମ ପ୍ରତି କେତେ ନିଷ୍ଠାବାନ ତାର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି । ଗତ ଦୁଇ ଦିନ ପୂର୍ବେ ବିଜେପି ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ ଏକ ଉଚ୍ଚସ୍ତରୀୟ ଇଲେକ୍ସନ କମିଟି ବୈଠକ ବସିଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଳମ୍ବିତ ରାତିରେ ଯୋଗଦେଇଥିଲେ । ସେଠାରେ କିଏ କେଉଁଠାରୁ ପ୍ରାର୍ଥୀ ହେବେ ସେନେଇ ଆଲୋଚନା କରାଯାଇଥିଲା ।

ଆଉ ଏହି ଆଲୋଚନା ରାତି ୩.୩୦ ଯାଏଁ ଚାଲିଥିଲା। ସବୁଠାରୁ ବଡ଼ କଥା ହେଉଛି ରାତି ସାରା ଏହି ବୈଠକ ଚାଲିଥିଲା ମଧ୍ୟ ମୋଦି ଆଉ ବିଶ୍ରାମ ନେଇ ନଥିଲେ । ଭୋର୍‌ରୁ ସେ ବାହାରି ପଡ଼ିଥିଲେ ଆବାସ ଅଭିମୁଖେ । ସେଠାରେ ନିତ୍ୟ କର୍ମ ସାରି, ପୂଜା ପାଠ ସାରି ପୁଣି ସକାଳୁ ସକାଳୁ ବାହାରି ପଡ଼ିଥିଲେ ଝାରଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ଅଭିମୁଖେ । କାରଣ ସେଠାରେ ମଧ୍ୟ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଉ ଜନସଭା ।

Advertisment

ଏହି ଦୁଇ ଦିନିଆ ଗସ୍ତରେ ମୋଦିଙ୍କୁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରିଙ୍କ କହନ୍ତି, ମୋଦି ନିଜକୁ ପ୍ରଧାନସେବକ ବୋଲି କୁହନ୍ତି। କିନ୍ତୁ ଏହି କଥା ସେ କେବଳ କଥାରେ କୁହନ୍ତି ନାହିଁ, ବରଂ ବାରମ୍ବାର କାମରେ କରି ଦେଖାନ୍ତି। ଏକଥା ସାଧାରଣ ଲୋକେ ମଧ୍ୟ ଚର୍ଚ୍ଚା କରୁଛନ୍ତି।

୭୩ ବର୍ଷ ବୟସରେ ଦେଶ ପ୍ରତି ମୋଦିଙ୍କ ଏଭଳି ପ୍ରତିବଦ୍ଧତା ଲୋକଙ୍କୁ ଆକର୍ଷିତ କରିଛି। ଏନେଇ ଏବେ ସବୁଠି ଚର୍ଚ୍ଚା ।

Advertisment
Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ