Advertisment

ହିନ୍ଦୁଙ୍କ ବିରୋଧରେ ସାଙ୍ଘାତିକ ଷଡ଼ଯନ୍ତ୍ର ! ଭିଣ୍ଡ୍ରନ୍‌ୱାଲେଙ୍କୁ ଟଙ୍କା ପଠାଉଥିଲେ ସଞ୍ଜୟ ଗାନ୍ଧି

କଂଗ୍ରେସ ନେତା କମଲ ନାଥ ଏବଂ ସଂଜୟ ଗାନ୍ଧୀ, ୧୯୮୪ ମସିହାରେ ହୋଇଥିବା ଅପରେସନ ବ୍ଲୁ-ଷ୍ଟାରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନେତା ସିଂ ଭିଣ୍ଡ୍ରନ୍‌ୱାଲେଙ୍କୁ ଟଙ୍କା ପଠାଇଥିଲେ । ଏନେଇ ପୂର୍ବତନ ସ୍ୱତନ୍ତ୍ର ସଚିବ RAW ଜିବିଏସ୍ ସିଦ୍ଧୁ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
Sanjay Gandhi sent money to Bhindranwale

Sanjay Gandhi sent money to Bhindranwale

Advertisment

ଭିଣ୍ଡ୍ରନ୍‌ୱାଲେଙ୍କୁ ଟଙ୍କା ପଠାଉଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧି । ଆଉ ଏଥିରେ ସାମିଲ ଥିଲେ କଂଗ୍ରେସର ବରିଷ୍ଠ ନେତା କମଲନାଥ । ଏପରି ଏକ ଚାଞ୍ଚଲ୍ୟକର ସତ ବର୍ତ୍ତମାନ ସାମ୍‌ନାକୁ ଆସିଛି । ଯାହାକି ଖୁବ୍‌ ଚର୍ଚ୍ଚାର ପରିଧିକୁ ଆସିଛି ।

Advertisment

କଂଗ୍ରେସ ନେତା କମଲ ନାଥ ଏବଂ ସଂଜୟ ଗାନ୍ଧୀ ୧୯୮୪ ମସିହାରେ ହୋଇଥିବା ଅପରେସନ ବ୍ଲୁ-ଷ୍ଟାରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନେତା ସିଂ ଭିଣ୍ଡ୍ରନ୍‌ୱାଲେଙ୍କୁ ନିୟମିତ ବ୍ୟବଧାନରେ ଟଙ୍କା ପଠାଇଥିଲେ । ଏନେଇ ପୂର୍ବତନ ସ୍ୱତନ୍ତ୍ର ସଚିବ RAW ଜିବିଏସ୍ ସିଦ୍ଧୁ ଦାବି କରିଛନ୍ତି।

Advertisment

ଜିବିଏସ୍ ସିଦ୍ଧୁଙ୍କ ଦାବି ଅନୁସାରେ, ଖଲିସ୍ତାନୀ ନେତା ଭିଣ୍ଡ୍ରନ୍‌ୱାଲଙ୍କୁ ଟଙ୍କା ଦେଇ ହିନ୍ଦୁଙ୍କ ବିରୋଧରେ ସାଙ୍ଗାଘିତ ଷଡ଼ଯନ୍ତ୍ର ରଚିଥିଲେ । ହିନ୍ଦୁମାନଙ୍କୁ ଡରାଇବାକୁ ସେତେବେଳର ଶୀର୍ଷ ନେତାମାନେ ଚକ୍ରାନ୍ତ କରୁଥିଲେ ।  ଦେଶର ଅଖଣ୍ଡତାକୁ ଭଙ୍ଗ କରିବା ସହ ଜନତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାକୁ ଚାହୁଁଥିଲେ । ସେହି ସମୟରେ ଭିଣ୍ଡ୍ରନ୍‌ୱାଲେଙ୍କ ମୂଳ ଉଦ୍ଦେଶ୍ୟ ଥିଲା ହିନ୍ଦୁମାନଙ୍କୁ ଭୟଭୀତ କରି ରଖିବା,ଡରେଇବା ଆଉ ଧମକେଇବା ।

ସେତେବେଳେ ହିନ୍ଦୁମାନଙ୍କୁ ଭୟଭୀତ କରି ଖାଲିସ୍ତାନୀ ନେତା ଏକ ନୂତନ ପ୍ରସଙ୍ଗ ତିଆରି କରିଥିଲେ । ଯାହାର ମୂଳ ଉଦ୍ଦେଶ୍ୟ ଥିଲା ଭାରତର ବୃହତ ଜନସଂଖ୍ୟା ଓ ଦେଶର ଅଖଣ୍ଡତା ପ୍ରତି ବିପଦ ଆଣିବା ।

Advertisment

ଏହାକୁ ନେଇ ପୂର୍ବତନ RAW ଅଧିକାରୀ କମଲ ନାଥଙ୍କୁ ମଧ୍ୟ ଏହି ବିବାଦ ଭିତରକୁ ଟାଣିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଜଣେ ବରିଷ୍ଠ ନେତାଙ୍କ ଏଥିରେ ସମ୍ପୃକ୍ତି ରହିଥିଲା । ଭିଣ୍ଡରୱାଲେ କେବେ ଖାଲିସ୍ତାନ ଦାବି କରିନଥିଲେ ।  ତଥାପି ଇନ୍ଦିରା ଗାନ୍ଧୀ ସବୁ ଜାଣି ଚୁପ ରହୁଥିଲେ । ଆଉ ଏକଥାକୁ ଅସ୍ୱୀକାର କରିବେ ନାହିଁ ବୋଲି କହିଛନ୍ତି ପୂର୍ବତନ RAW ଅଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ