Advertisment

ଏମିତି ତିଆରି ହୋଇଛି ରାମ ମନ୍ଦିର.. ଶକ୍ତଶାଳୀ ଭୂ-କମ୍ପ ବି କିଛି କ୍ଷତି କରିପାରିବନି !

ଏନେଇ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ ।

ଅଦ୍ୟତନ ହୋଇଛି
Ayodhya Ram Mandir Construction Updates

Ram Mandir

Advertisment

ରାମ ମନ୍ଦିରକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ୨୦୨୪ ଜାନୁଆରୀ ସୁଦ୍ଧା ରାମ ମନ୍ଦିର ନିର୍ମାଣ କାମ ସରିବ ଏବଂ ଭକ୍ତଙ୍କ ପ୍ରବେଶ ଆରମ୍ଭ ହେବ ବୋଲି କୁହାଯାଉଛି । ଏନେଇ ପୂର୍ବରୁ ଅମିତ ଶାହ ମଧ୍ୟ ବିଭିନ୍ନ ସ୍ଥାନରେ ନିଜ ଭାଷଣରେ କହିଛନ୍ତି । ରାମ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନେଇ ଯେତିକି ଚର୍ଚ୍ଚା ନୁହେଁ, ତାଠାରୁ ଅଧିକ ଚର୍ଚ୍ଚା ଏହାର ରାଜନୈତିକ ଦିଗକୁ ନେଇ ହେଉଛି । ବିରୋଧୀ ମହଲରେ ଜୋରଦାର ଆଲୋଚନା ହେଉଛି ଯେ ୨୦୨୪ ନିର୍ବାଚନରେ ବିଜେପି ପାଇଁ ରାମ ମନ୍ଦିର ଏକ ବଡ଼ ଭୋଟ ବ୍ୟାଙ୍କ ପ୍ରସ୍ତୁତ କରିବ । ତେବେ ସେ ଯାହା ହେଉ ନା କାହିଁକି । ରାମ ମନ୍ଦିରକୁ ପ୍ରବେଶ ପାଇଁ ଭକ୍ତଙ୍କ ମନରେ ଏବେ ଅନେକ ଉତ୍କଣ୍ଠା ଭରି ରହିଛି । କେବେ ରାମମନ୍ଦିର ଖୋଲିବ ଆଉ କେବେ ଭଗବାନଙ୍କ ଦର୍ଶନ ମିଳିବ ସେଇ ଅପେକ୍ଷାରେ ଅଗଣିତ ଭକ୍ତ ।

Advertisment

ଏବେ ଅଯୋଧ୍ୟାର ରାମ ମନ୍ଦିରକୁ ନେଇ ବଡ଼ ଖବର ମଧ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । କୁହାଯାଉଛି ଯେ ପ୍ରାୟ ହଜାରେ ବର୍ଷ ପର୍ଯ୍ୟନ୍ତ ରାମ ମନ୍ଦିରରେ କୌଣସି ପ୍ରକାର ମରାମତି  ଆବଶ୍ୟକ ହେବ ନାହିଁ । ଏହା ଖୁବ୍‌ ମଜଭୁତ ଭାବେ ନିର୍ମାଣ କରାଯାଇଛି । ଏମିତିକି କୌଣସି ଶକ୍ତିଶାଳୀ ଭୂକମ୍ପ ଏହାକୁ ଦୋହଲାଇ ପାରିବନି କି ବନ୍ୟା, ବାତ୍ୟା ବି ଏହାର କୌଣସି କ୍ଷୟକ୍ଷତି କରି ପାରିବନି । ଏନେଇ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ ।

ଶ୍ରୀ ରାୟ କହିଛନ୍ତି, ମନ୍ଦିରରେ ନିର୍ମିତ ହୋଇଥିବା ପିଲାରର ମୋଟେଇ ଖୁବ୍‌ ଅଧିକ ଥିବା ବେଳେ କାନ୍ଥରେ ଖୁବ୍‌ ଶକ୍ତିଶାଳୀ ପଥର ବ୍ୟବହାର କରାଯାଇଛି । ଏହି ମନ୍ଦିରର ଫାଉଣ୍ଡେସନରେ କେବଳ ପଥର ଓ ଗୋଡ଼ି ବ୍ୟବହାର ହୋଇଛି । ନିର୍ମାଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖୁବ୍‌ ଶକ୍ତିଶାଳୀ ଥିବାରୁ କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଏହାକୁ ଦୋହଲାଇ ପାରିବନି କି କୌଣସି କ୍ଷୟକ୍ଷତି ଘଟାଇ ପାରିବନି। ମନ୍ଦିର ନିର୍ମାଣ କାମ ହାତକୁ ନେଇଥିବା ଏଲ-ଆଣ୍ଡ-ଟି କମ୍ପାନୀର ପ୍ରୋଜେକ୍ଟ ଡାଇରେକ୍ଟର ଏପରି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Advertisment

ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନା କରି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ କହିଛନ୍ତି, ଏହି ମନ୍ଦିର ବିଲ୍ଡିଂର ଫାଉଣ୍ଡେସନ ୫୦ ଫୁଟ ତଳୁ ଆରମ୍ଭ ହୋଇଛି। ଏହାର ନିର୍ମାଣରେ ସମ୍ପୂର୍ଣ୍ଣ ଭାବେ ସିମେଣ୍ଟ, ପଥର ଓ ଅନ୍ୟ ମେଟାଲ ବ୍ୟବହାର ହୋଇଛି । ଏମିତିକି କୌଣସି ପ୍ରକାର ଷ୍ଟିଲ୍‌ କିମ୍ବା ଲୁହା ରଡ ବ୍ୟବହାର ହୋଇ ନ ଥିବା ସେ କହିଛନ୍ତି।

ମନ୍ଦିରର ଭିତ୍ତିଭୂମି ଗତ ୨୦୨୦ ମସିହା ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା। ଏହି ମନ୍ଦିର ନିର୍ମାଣ କାର୍ଯ୍ୟରେ ଏଯାବତ ୧୭ ହଜାର ଗ୍ରାନାଇଟ ଷ୍ଟୋନ ବ୍ୟବହାର ହୋଇଥିବା ବେଳେ ପ୍ରତି ଷ୍ଟୋନର ଓଜନ ୨ ଟନ୍‌ ବୋଲି ଜଣାଯାଇଛି। ଏହାବାଦ ମିରଜାପୁରରୁ ୪ ଲକ୍ଷ ପିସ୍‌ ଗୋଲାପି ଷ୍ଟୋନ ସାଙ୍ଗକୁ ରାଜସ୍ଥାନରୁ ଆସିଥିବା ଲକ୍ଷେ କ୍ୟୁବିକ୍‌ ଫିଟ ମାର୍ବଲ ବ୍ୟବହାର ହୋଇଛି। ଏହାବାଦ ଏବେ ୨୧ ଲକ୍ଷ କ୍ୟୁବିକ୍‌ ଫିଟ ଗ୍ରାନାଇଟ ବ୍ୟବହାର କରାଯାଉଥିବା ଜଣାଯାଇଛି।

Advertisment

ରାମ ମନ୍ଦିରର ଗ୍ରାଉଣ୍ଡ ଫ୍ଲୋରର ୮୦% କାମ ଶେଷ ହୋଇଥିବା ଜଣାଯାଇଛି। ସମୁଦାୟ ୧୬୨ଟି ପିଲାର ରେଡ୍ଡି ଥିବା ବେଳେ ଏହାର ଚାରିପଟେ ତ୍ରେତୟା ଯୁଗର ପ୍ରାୟ ୪,୫୦୦ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ଖୋଦେଇ ହୋଇଥିବା ଜଣାଯାଇଛି। ଏହାକୁ କେରଳ ଓ ରାଜସ୍ଥାନର କାରିଗରମାନେ ଖୋଦେଇ କରିଥିବା ଜଣାଯାଇଛି। ପ୍ରଭୁ ରାମଙ୍କ ମୂର୍ତ୍ତି ମନ୍ଦିରର ପ୍ରଥମ ମହଲାରେ ସ୍ଥାପନ କରାଯିବ ବୋଲି ଜଣାଯାଇଛି। ଆସନ୍ତା ଅକ୍ଟୋବର ସୁଦ୍ଧା ମନ୍ଦିରର ତଳ ମହଲାର କାମ ଶେଷ ହେବ ବୋଲି ଜଣାଯାଇଛି ।

Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ