Advertisment

୧୮ ହଜାର କୋଟି ଫେରାଇଛନ୍ତି ମେହୁଲ-ମାଲ୍ୟା-ନୀରବ

କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁସାର ମେହଟ୍ଟା ମଙ୍ଗଳବାର ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି ଯେ, ଦେଶରେ ବର୍ତ୍ତମାନ ମୋଟ ୬୭ ହଜାର କୋଟି ଟଙ୍କାର ଅର୍ଥ ତୋଷାରପାତ ମାମଲା ପଡ଼ିରହିଛି ।

Mehul-Mallya-Nirab

Mehul-Mallya-Nirab

Advertisment

ପଳାତକ ଫେରାଇଛନ୍ତି ୧୮ ହଜାର କୋଟି । ଭାରତରେ ବୃହତ ବ୍ୟାଙ୍କ ଋଣ ଠକେଇ ଓ ଅର୍ଥ ତୋଷାରପାତ ମାମଲାରେ ୩ ପଳାତକ ବ୍ୟବସାୟୀ ଫେରାଇଛନ୍ତି ୧୮ ହଜାର କୋଟି ଟଙ୍କା । ବିଜୟ ମାଲ୍ୟା, ନୀରବ ମୋଦି ଓ ମେହୁଲ ଚୋକସୀ ଏହି ଅର୍ଥ ବ୍ୟାଙ୍କକୁ ଫେରାଇ ଥିବା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ତଥ୍ୟ ରଖିଛନ୍ତି । 

Advertisment

କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁସାର ମେହଟ୍ଟା ମଙ୍ଗଳବାର ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି ଯେ, ଦେଶରେ ବର୍ତ୍ତମାନ ମୋଟ ୬୭ ହଜାର କୋଟି ଟଙ୍କାର ଅର୍ଥ ତୋଷାରପାତ ମାମଲା ପଡ଼ିରହିଛି । ପଳାତକ ବ୍ୟବସାୟୀମାନେ ଦେଶ ଛାଡ଼ି ଚାଲିଯାଇଥିବାରୁ ସେମାନଙ୍କ ଉପରେ ବଳପୂର୍ବକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁନି । ତେବେ ଏହି ଅର୍ଥ ଭିତରୁ ୪ ହଜାର ୭୦୦ କୋଟି ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି । ପଳାତକଙ୍କ ନିକଟରୁ ଅର୍ଥ ଆଦାୟ କରିବା ପାଇଁ ଇଡି ନିକଟରେ ଯଥେଷ୍ଟ କ୍ଷମତା ରହିଥିବା ସଲିସିଟର ଜେନେରାଲ କହିଛନ୍ତି ।

ମୋଟ ୬୭,୦୦୦ କୋଟି ଠଙ୍କାର ବେଆଇନ ଅର୍ଥ କାରବାର ନେଇ ଇଡି ତଦନ୍ତ କରୁଛି ବୋଲି କେନ୍ଦ୍ର କହିଛି । ତେବେ ଏକାଧିକ ମାମଲାରେ ଆଇନଗତ ପ୍ରତିବନ୍ଧକ ଯୋଗୁ ଠକେଇ ଟଙ୍କା ଆଦାୟ ହୋଇପାରୁ ନାହିଁ । ଯେଉଁମାନେ ହଜାର ହଜାର ଟଙ୍କା ଠକେଇ କରି ଦେଶ ବାହାରକୁ ଚାଲିଯାଇଛନ୍ତି ସେମାନଙ୍କ ସମ୍ପତିର ସୁରକ୍ଷା ପାଇଁ କୋର୍ଟ କଟକଣା ରହିଛି । ଫଳରେ କୋର୍ଟଜନିତ କଟକଣା ଯୋଗୁ ୬୭,୦୦୦ ଟଙ୍କା ଭଳି ବଡ଼ ପରିମାଣ ଟଙ୍କା ଆଦାୟ ହୋଇପାରୁ ନାହିଁ ।

Advertisment

ପିଏମଏଲଏକୁ  ଅପବ୍ୟବହାର କରାଯାଉ ଥିବା ନେଇ ଗତ ସପ୍ତାହରେ ବରିଷ୍ଠ ଓକିଲ କପିଲ ଶିବଲ, ଅଭିଶଷେକ ମନୁ ସିଂଘଭି ଏବଂ ମୁକୁଲ ରୋହତଗୀ ସୁପ୍ରିମକୋର୍ଟରେ ଅପିଲ କରିଥିଲେ। ଉକ୍ତ ଆଇନ୍‌ରେ ଅଭିଯୁକ୍ତଙ୍କୁ ଜାମିନ ପାଇଁ କଠୋର କଟକଣା, ଅଭିଯୁକ୍ତଙ୍କୁ ନଜଣାଇ ଗିରଫ କରିବା, ଅପରାଧ ମାମଲାର ପରିଚାଳନାର ପ୍ରକ୍ରିୟାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ।

ତେଣୁ ବାହାର ଦେଶତୁଳନାରେ ଭାରତରେ ପିଏମଏଲଏ ଆକ୍ଟରେ ଖୁବ୍‌ କମ୍‌ କେସକୁ ତଦନ୍ତ ପରିସରଭୁକ୍ତ କରାଯାଇଥିବା କେନ୍ଦ୍ର କହିଛି । ୟୁକେର ଚଳିତ ବର୍ଷ ୭୯,୦୦୦ କେସ୍‌, ୟୁଏସଏରେ ୧୫୩୨, ଚାଇନାରେ ୪୬୯୧, ଅଷ୍ଟ୍ରିଆର ୧୦୩୬, ହଙ୍ଗକଙ୍ଗ ୧୮୨୩, ବେଲଜିୟମରେ ୧୮୬୨ ଏବଂ ରୁଷରେ ୨୭୬୪ ମନିଲଣ୍ଡରିଂ କେସ୍‌ ତଦନ୍ତ ପରିସରଭୁକ୍ତ ଅଛି।

Advertisment
Fraud Mehul Choksi Nirab Modi Bijay Mallya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ