ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନ: ପ୍ରତି ୧୫ ବର୍ଷରେ ଖର୍ଚ୍ଚ ହେବ ୧୦ ହଜାର କୋଟି

ଏକା ସଙ୍ଗରେ ନିର୍ବାଚନ ହେଲେ ୪୬ ଲକ୍ଷ ୭୫ ହଜାର ଶହେଟି ବାଲଟ୍ ୟୁନିଟ୍, ୩୩ ଲକ୍ଷ ୬୩ ହଜାର ୩ ଶହଟି କଣ୍ଟ୍ରୋଲ ୟୁନିଟ୍ ଏବଂ ୩୬ ଲକ୍ଷ ୬୨ ହଜାର ୬ ଶହଟି ଭିଭିପାଟ୍ ଆବଶ୍ୟକ ପଡିବ।

Cost Of One Nation, One Election

ଏକ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଲେ ପ୍ରତି ୧୫ ବର୍ଷରେ ଇଭିଏମ୍ କିଣା ବାବଦକୁ ଦରକାର ହେବ ପ୍ରାୟ ୧୦ ହଜାର କୋଟି ଟଙ୍କା । ୱାନ୍ ନେସନ୍ ୱାନ୍ ଇଲେକ୍ସନକୁ ନେଇ କେନ୍ଦ୍ରକୁ ଦେଇଥିବା ଚିଠିରେ ଏହା ଦର୍ଶାଇଛି ନିର୍ବାଚନ କମିଶନ । ଚିଠିରେ କମିଶନ ସ୍ପଷ୍ଟ କରିଛି ଯେ, ଇଭିଏମର ଜୀବନ କାଳ ହେଉଛି ୧୫ ବର୍ଷ । ପ୍ରତି ଇଭିଏମ୍ ମୋଟ ୩ ଥର ବ୍ୟବହାର ହୋଇପାରିବ। ଏକା ସଙ୍ଗରେ ନିର୍ବାଚନ ହେଲେ ୪୬ ଲକ୍ଷ ୭୫ ହଜାର ଶହେଟି ବାଲଟ୍ ୟୁନିଟ୍, ୩୩ ଲକ୍ଷ ୬୩ ହଜାର ୩ ଶହଟି କଣ୍ଟ୍ରୋଲ ୟୁନିଟ୍ ଏବଂ ୩୬ ଲକ୍ଷ ୬୨ ହଜାର ୬ ଶହଟି ଭିଭିପାଟ୍ ଆବଶ୍ୟକ ପଡିବ।

ସେହିପରି ଏକ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବାକୁ ହେଲେ ସମ୍ବିଧାନର ୫ଟି ଅନୁଚ୍ଛେଦରେ ସଂଶୋଧନ କରିବାକୁ ପଡିବ ବୋଲି ନିର୍ବାଚନ କମିଶନ, ଆଇନ ମନ୍ତ୍ରାଳୟକୁ ଚିଠି ଲେଖି ଜଣାଇଛି।