Advertisment

ସ୍ୱାଭିମାନୀ ଆଦିତ୍ୟ : ଚାକିରି ଛାଡି ନିଜେ କମ୍ପାନୀ କରିଛନ୍ତି, ଲୋକଙ୍କୁ ରୋଜଗାର ଦେଉଛନ୍ତି

ନିଜେ ଉଚ୍ଚ ଶିକ୍ଷିତ। ଏମ ଫାର୍ମା ପଢି ବାହାର କଂପାନୀରେ କରୁଥିଲେ ଚାକିରି। ହେଲେ ଭଲ ଲାଗିଲା ନାହିଁ। ଶେଷରେ ନିଜେ ତିଆରି କଲେ ଏକ କଂପାନୀ। ଲୋକଙ୍କୁ ଚାକିରି ଦେଇ ନିଜେ ବନିଗଲେ ମାଲିକ। କିଏ ସେହି ବ୍ୟକ୍ତି?

company

company

Advertisment

ଗୁଣପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା) : ଚାକିରି ଛାଡ଼ି ଶିଳ୍ପ ପ୍ରତିଷ୍ଠା କଲେ ଯୁବକ । ନିଜ ପାଇଁ ଓ ନିଜ ଗାଁ ପାଇଁ କିଛି କରିବାର ଆଶା ସଫଳ ହୋଇଛି । ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସବୁ କିଛି । ଶେଷରେ ଶିଖର ଛୁଇଁଛନ୍ତି ରାୟଗଡା ଜିଲ୍ଲା ଗୁଣପୁରର ଆଦିତ୍ୟ ନାରାୟଣ ମିଶ୍ର । ପାଠ ପଢା ଶେଷ କରି କାମ କରିବା ପାଇଁ ଅନ୍ୟରାଜ୍ୟକୁ ଯାଇଥିଲେ ଆଦିତ୍ୟ । ସେଠାରେ ପ୍ରତିଷ୍ଠିତ ଫାର୍ମାସିଟିକାଲ କମ୍ପାନୀରେ ମୋଟା ଦରମାରେ ଚାକିରୀ କରିବା ପରେ ଚାଲି ଆସିଥିଲେ ପୁଣି ଗାଁକୁ। ଆତ୍ମ ନିର୍ଭରଶୀଳ ହେବା ଲକ୍ଷ୍ୟ ନେଇ ଆରମ୍ଭ କରିଥିଲେ ପ୍ରୟା ସ। ମାତ୍ର ୫ ଲକ୍ଷ ଟଙ୍କାରେ ଆରମ୍ଭ କରିଥିଲେ କ୍ଷୁଦ୍ର ଶିଳ୍ପ ଭଳି ଘରୋଇ ଉଦ୍ୟୋଗ।

Advertisment

ଆଦିତ୍ୟ ଏବେ ଏକ ଶିଳ୍ପ ପ୍ରତିଷ୍ଠା କରିଛନ୍ତି । ତାଙ୍କ ସଂସ୍ଥା ନାଁ ବିଶ୍ୱନାଥ କେମିକାଲ ପ୍ରାଇଭେଟ୍ ଲିମିଟେଡ । ଆବଶ୍ୟକ ଜିନିଷ ରହିଛି । ପରୀକ୍ଷା ନୀରିକ୍ଷା କରାଯାଇ ତିଆରି କରାଯାଉଛି ସାନିଟାଇଜର, ବ୍ଳିଚିଙ୍ଗ ପାଉଡର୍ , ଟଏଲେଟ କ୍ଳିନର, ଫିନାଇଲ, ଫ୍ଲର କ୍ଳିନର, ହେଣ୍ଡ ଓ୍ୱାସ ଭଳି ଜିନିଷ । ଅକ୍ସି ପ୍ରୋ ବ୍ରାଣ୍ଡରେ ବଜାରରେ ବିକ୍ରି ହେଉଥିବା ଆଦିତ୍ୟଙ୍କ ପ୍ରଡକ୍ଟ । କେବଳ ଆଂଚଳିକ ବଜାର ନୁହଁ ପଡୋଶୀ ଗଜପତି, କୋରାପୁଟ, ନବରଙ୍ଗପୁର, ଗଞାମ ସହ ରାଜ୍ୟ ବାହାରକୁ ରପ୍ତାନୀ ହେଉ ଛି।

ନିଜେ ଆଦିତ୍ୟ ସାମଗ୍ରୀର ପ୍ରସ୍ତୁତି ପ୍ରଣାଳୀ ତଦାରଖ କରୁଥିବା ବେଳେ ଏଠାରେ ୧୦ରୁ ଅଧିକ ଲୋକ କାମ କରି ପରିବାର ପୋଷୁଛନ୍ତି। କରୋନା କଟକଣା ସମୟରେ କାମ ପାଇଥିବାରୁ ଏମାନେ ବେଶ ଖୁସି। ଗୁଣପୁରରେ ବି ଫାର୍ମା ଓ ବ୍ରହ୍ମପୁରରେ ଏମ ଫାର୍ମା କରିଥିବା ଆଦିତ୍ୟ ଅଂଚଳ ପାଇଁ ଗର୍ବ ବୋଲି କହନ୍ତି ସ୍ଥାନୀୟ ଲୋକେ । ଆତ୍ମନିର୍ଭର ହେବା ପାଇଁ ଚାକିରୀ ପଛରେ ଗୋଡାଉ ଥିବା ଆଜିର ଯୁବପିଢି ପାଇଁ ସତରେ ପ୍ରେରଣା ପାଲଟିଛନ୍ତି ଆଦିତ୍ୟ ନାରାୟଣ ମିଶ୍ର।

Advertisment
Youth Establishes Company
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ